ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ, ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ

ଭୁବନେଶ୍ୱର ୨୬।୦୧ : ୭୬ ତମ ସାଧାରଣତନ୍ତ୍ର ଦିବସ । ଭୁବନେଶ୍ବରରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ହୋଇଛି। ମହାତ୍ମାଗାନ୍ଧି ମାର୍ଗରେ ମହାମହିମ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍‌ପତି ଜାତୀୟ ପତାକା ଉତ୍ତୋଳନ କରିଛି। ଏଥିସହିତ ରାଜ୍ୟସ୍ତରୀୟ ପରେଡ୍‌ରେ ଅଭିବାଦନ ମଧ୍ୟ ଗ୍ରହଣ କରିଛନ୍ତି। ଦେଶାତ୍ମବୋଧକ ଗୀତ ତାଳେ  ତାଳେ ମୋଟ ୪୩ଟି ଦଳ ପରେଡ୍‌ କରିଛନ୍ତି। ଜୟହିନ୍ଦ୍‌ ଧ୍ୱନିରେ କମ୍ପିଥିଲା ମହାତ୍ମାଗାନ୍ଧି ମାର୍ଗ । ୭୬ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଆକର୍ଷଣ ସାଜିଲା ଶିବ ତାଣ୍ଡବ ଓ ଅଘୋରୀ । ସ୍କେଟିଂ ବୁଟ୍‌ ପିନ୍ଧି କୁନି କୁନି ପିଲାମାନେ ଦୁଃସାହସିକ ନୃତ୍ୟ ପ୍ରଦର୍ଶନ କରିଥିଲେ। ଘୋଡ଼ା ନାଚ ସହ ଢେମ୍‌ସା, ସମ୍ବଲପୁରୀ, ସାନ୍ତାଳୀ ଭଳି ଆଦିବାସୀ ନୃତ୍ୟ ମଧ୍ୟ ଦର୍ଶକଙ୍କ ମନ ମୋହିଥିଲା।ଚଳିତଥର ଝାଡ଼ଖଣ୍ଡ ପୁଲିସର ଏକ ଦଳ  ପରେଡ୍‌ରେ ଭାଗ ନେଇଥିଲା ।ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ୪୯ଟି ଦଳ ସାମିଲ ହୋଇଥିଲେ । ସେଥିରୁ ୨୦ଟି  ସାମରିକ ଓ ଅର୍ଦ୍ଧସାମରିକ ବାହିନୀ  ଅଛନ୍ତି । ୧୨୦ ଇନ୍‌ଫାଣ୍ଟ୍ରି ବାଟାଲିୟନ,  ସୀମା ସୁରକ୍ଷା ବଳ, ଇଣ୍ଡୋ ତିବ୍ବତୀୟ ବର୍ଡର ପୁଲିସ, କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆର୍‌ପିଏଫ) ବ୍ୟାଣ୍ଡ, ରେଳବାଇ  ସୁରକ୍ଷା ବଳ, ଷଷ୍ଠ ଭାରତୀୟ ରିଜର୍ଭ ବାଟାଲିୟନ (ଆଇଆରବିଏନ୍‌) ଓ ସପ୍ତମ  ଓଡି଼ଶା ସଶସ୍ତ୍ର ପୁଲିସ ବଳ ଭଳି ସଶସ୍ତ୍ର ବାହିନୀ ।  ବାକି ୨୯ଟି କଣ୍ଟିଜେଣ୍ଟରେ

ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ, ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ

ଭୁବନେଶ୍ୱର ୨୬।୦୧ : ୭୬ ତମ ସାଧାରଣତନ୍ତ୍ର ଦିବସ । ଭୁବନେଶ୍ବରରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ହୋଇଛି। ମହାତ୍ମାଗାନ୍ଧି ମାର୍ଗରେ ମହାମହିମ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍‌ପତି ଜାତୀୟ ପତାକା ଉତ୍ତୋଳନ କରିଛି। ଏଥିସହିତ ରାଜ୍ୟସ୍ତରୀୟ ପରେଡ୍‌ରେ ଅଭିବାଦନ ମଧ୍ୟ ଗ୍ରହଣ କରିଛନ୍ତି। 

ଦେଶାତ୍ମବୋଧକ ଗୀତ ତାଳେ  ତାଳେ ମୋଟ ୪୩ଟି ଦଳ ପରେଡ୍‌ କରିଛନ୍ତି। ଜୟହିନ୍ଦ୍‌ ଧ୍ୱନିରେ କମ୍ପିଥିଲା ମହାତ୍ମାଗାନ୍ଧି ମାର୍ଗ । ୭୬ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଆକର୍ଷଣ ସାଜିଲା ଶିବ ତାଣ୍ଡବ ଓ ଅଘୋରୀ । ସ୍କେଟିଂ ବୁଟ୍‌ ପିନ୍ଧି କୁନି କୁନି ପିଲାମାନେ ଦୁଃସାହସିକ ନୃତ୍ୟ ପ୍ରଦର୍ଶନ କରିଥିଲେ। ଘୋଡ଼ା ନାଚ ସହ ଢେମ୍‌ସା, ସମ୍ବଲପୁରୀ, ସାନ୍ତାଳୀ ଭଳି ଆଦିବାସୀ ନୃତ୍ୟ ମଧ୍ୟ ଦର୍ଶକଙ୍କ ମନ ମୋହିଥିଲା।

ଚଳିତଥର ଝାଡ଼ଖଣ୍ଡ ପୁଲିସର ଏକ ଦଳ  ପରେଡ୍‌ରେ ଭାଗ ନେଇଥିଲା ।ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ୪୯ଟି ଦଳ ସାମିଲ ହୋଇଥିଲେ । ସେଥିରୁ ୨୦ଟି  ସାମରିକ ଓ ଅର୍ଦ୍ଧସାମରିକ ବାହିନୀ  ଅଛନ୍ତି । ୧୨୦ ଇନ୍‌ଫାଣ୍ଟ୍ରି ବାଟାଲିୟନ,  ସୀମା ସୁରକ୍ଷା ବଳ, ଇଣ୍ଡୋ ତିବ୍ବତୀୟ ବର୍ଡର ପୁଲିସ, କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆର୍‌ପିଏଫ) ବ୍ୟାଣ୍ଡ, ରେଳବାଇ  ସୁରକ୍ଷା ବଳ, ଷଷ୍ଠ ଭାରତୀୟ ରିଜର୍ଭ ବାଟାଲିୟନ (ଆଇଆରବିଏନ୍‌) ଓ ସପ୍ତମ  ଓଡି଼ଶା ସଶସ୍ତ୍ର ପୁଲିସ ବଳ ଭଳି ସଶସ୍ତ୍ର ବାହିନୀ ।  ବାକି ୨୯ଟି କଣ୍ଟିଜେଣ୍ଟରେ ସ୍କୁଲ ଓ  କଲେଜ ଛାତ୍ରଛାତ୍ରୀଙ୍କ ଏନ୍‌ସିସି, ସ୍କାଉଟ୍‌ସ୍‌,  ଗାଇଡ୍‌ସ ସହ ଡେୟାର ଡେଭିଲ୍‌, ଏନ୍‌ସିସି ଅଶ୍ୱବାହିନୀ ପରେଡ୍‌ରେ ସାମିଲ ହୋଇଥିଲେ । ଚଳିତ ବର୍ଷ ୧୦ଟି ପ୍ରଜ୍ଞାପନ ମେଢ଼ ଓ ୪ଟି ସାଂସ୍କୃତିକ ଦଳ ପରେଡ୍‌ର ଦର୍ଶକଙ୍କ ମନ ମୋହିଥିଲା।