ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ କଞ୍ଚା ପରିବା, ହୋଇପାରେ ସ୍ୱାସ୍ଥ୍ୟ ସମସ୍ୟା

ପନିପରିବା ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ଆମେ ଜାଣିଥାଆନ୍ତି । କିଛି ଲୋକ ସାଲାଡ୍‌ ଆକାରରେ କଞ୍ଚା ପନିପରିବା ମଧ୍ୟ ଖାଇଥାନ୍ତି । ଏହା ସହ କିଛି ପନିପରିବା ଅଛି ଯାହା କଞ୍ଚା ଖାଇଲେ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଆଜି ଆମେ ଆପଣଙ୍କୁ ଏପରି କିଛି ପନିପରିବା ବିଷୟରେ କହିବୁ, ଯାହା କଞ୍ଚା ଖାଇବା ଉଚିତ୍‌ ନୁହେଁ । ଜାଣନ୍ତୁ କିପରି? ୧. ପାଳଙ୍ଗ- ଏହି ପରିବା ସବୁ ଋତୁରେ ଉପଲବ୍ଧ […] The post ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ କଞ୍ଚା ପରିବା, ହୋଇପାରେ ସ୍ୱାସ୍ଥ୍ୟ ସମସ୍ୟା appeared first on KNews Odisha.

ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ କଞ୍ଚା ପରିବା, ହୋଇପାରେ ସ୍ୱାସ୍ଥ୍ୟ ସମସ୍ୟା
vegetables

ପନିପରିବା ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ଆମେ ଜାଣିଥାଆନ୍ତି । କିଛି ଲୋକ ସାଲାଡ୍‌ ଆକାରରେ କଞ୍ଚା ପନିପରିବା ମଧ୍ୟ ଖାଇଥାନ୍ତି । ଏହା ସହ କିଛି ପନିପରିବା ଅଛି ଯାହା କଞ୍ଚା ଖାଇଲେ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଆଜି ଆମେ ଆପଣଙ୍କୁ ଏପରି କିଛି ପନିପରିବା ବିଷୟରେ କହିବୁ, ଯାହା କଞ୍ଚା ଖାଇବା ଉଚିତ୍‌ ନୁହେଁ । ଜାଣନ୍ତୁ କିପରି?

୧. ପାଳଙ୍ଗ- ଏହି ପରିବା ସବୁ ଋତୁରେ ଉପଲବ୍ଧ ଏବଂ ଏହା ବହୁ ସହଜରେ ମଧ୍ୟ ମିଳି ଯାଇଥାଏ । ଖାସ୍‌ କରି ଏହି ପରିବା ଶୀତ ଋତୁର ଅଧିକମାତ୍ରାରେ ମିଳିଥାଏ । ଆପଣ ପାଳଙ୍ଗକୁ ଖାଇବାରେ ସାମିଲ କରିପାରିବେ, କିନ୍ତୁ କଞ୍ଚା ପାଳଙ୍ଗ ଖାଇବା ଦ୍ୱାରା କ୍ଷତି ହୋଇପାରେ । କିଛି ଲୋକ ପାଳଙ୍ଗ ରସ କିମ୍ବା ପାଳଙ୍ଗ ପତ୍ର ଖାଇଥାନ୍ତି ଯାହା ଆପଣଙ୍କୁ ଅଧିକ କ୍ଷତି ଗ୍ରସ୍ତ କରାଇଥାଏ । ପାଳଙ୍ଗରେ ଅଧିକ ପରିମାଣର ଅକ୍ସାଲେଟ୍‌ ଥାଏ ଯାହା କିଡନୀରେ ଷ୍ଟୋନ୍‌ ହେବା ସମସ୍ୟା ଦେଖାଦେଇଥାଏ ।

୨. କୋବି – କ୍ରୁସିଫେରସ୍‌ ପନିପରିବାରେ ଫୁଲକୋବି, ବ୍ରୋକୋଲି ଏବଂ ବନ୍ଧାକୋବି ଭଳି ପରିବାରେ ଅନ୍ତର୍ଭୁକ୍ତ । କିଛି ଲୋକ ଏହି ପରିବାକୁ କଞ୍ଚା ଖାଇଥାନ୍ତି ଯାହା ଠିକ୍‌ ନୁହେଁ । ଏହି ପରିବାକୁ ଆପଣ ସିଜେଇ ଖାଇପାରିବେ, ଯାହା ସ୍ୱାସ୍ଥ୍ୟ ପାଇଁ ହିତକର । କଞ୍ଚା ଖାଇବା ଦ୍ୱାରା ପେଟ ଯନ୍ତ୍ରଣା, ଗ୍ୟାସ୍‌ ଏବଂ ଏସିଡ୍‌ ସମସ୍ୟା ସୃଷ୍ଟି କରାଇଥାଏ ।

୩. ବିନ୍ସ- ଏହି ପରିବା ବର୍ଷସାରା ସହଜରେ ମିଳିଯାଏ । ଯଦି ଏହି ପରିବାକୁ ଆମେ କଞ୍ଚା ଖାଆନ୍ତି ତେବେ ଆମ ଶରୀରରେ କ୍ଷତି ହୋଇଥାଏ । ଏହାକୁ ଖାଇବା ଦ୍ୱାରା ପେଟ ଯନ୍ତ୍ରଣା ସମସ୍ୟା ଦେଖାଦେବା ସହ ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି କରାଇଥାଏ ।

୪. କ୍ୟାପସିକମ୍‌ ଏବଂ ବାଇଗଣ – ଲୋକମାନେ ଏହି ପରିବାକୁ ରୋଷେଇ କରିବାପରେ ଖାଇଥାନ୍ତି, କିନ୍ତୁ ଯଦି ଆପଣ ଏହାକୁ କୌଣସି ସାଲାଡ୍‌ ପାଇଁ ବ୍ୟବହାର କରୁଛନ୍ତି ତେବେ ଏହା ଠାରୁ ଦୂରେଇ ରୁହନ୍ତୁ । ବାଇଗଣ ଏବଂ କ୍ୟାପସିକମ୍‌କୁ କଞ୍ଚା ଖାଇବା ଦ୍ୱାରା ଆମ ପେଟ ଏବଂ ମସ୍ତିଷ୍କ କ୍ଷତି ହେବାର ଲାଗିଥାଏ ।

The post ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ କଞ୍ଚା ପରିବା, ହୋଇପାରେ ସ୍ୱାସ୍ଥ୍ୟ ସମସ୍ୟା appeared first on KNews Odisha.