ଭୁଲିଗଲା ସଂପର୍କ, ବାପା-ମାଆଙ୍କୁ ଟାଙ୍ଗିଆରେ ହାଣିଲା ପୁଅ

ବଡ଼ବିଲ ୨୪।୦୩ : ପୁଅ ଭୁଲିଗଲା ସ୍ନେହ ଆଉ ମମତା । ଆଖିପିଛୁଲାକେ ଭୁଲିଗଲା ସବୁ କଥା । ଆଉ ବାପା-ମାଆଙ୍କୁ ଟାଙ୍ଗିଆରେ ହାଣିଦେଲା ପୁଅ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ବସିରା ଗାଁରୁ ଆସିଛି ଏଭଳି ଜଘନ୍ୟ କାଣ୍ଡ । ଖବର ଅନୁଯାୟୀ, ଚମ୍ପୁଆ ଥାନା କାଳିକାପ୍ରସାଦ ପଞ୍ଚାତ ବସିରା ଗାଁରେ ବାସ କରନ୍ତି ଗୁରୁଚରଣ ମୁଣ୍ଡା । କୌଣସି କଥାକୁ ନେଇ ବାପା, ପୁଅ ଏବଂ ମାଆଙ୍କ ମଧ୍ୟରେ ବିବାଦ ହୋଇଥିଲା । ଆଉ ଏହି ବିବାଦ ଦେଖୁ ଦେଖୁ ଉଗ୍ରରୂପ ନେଇଥିଲା । ଯାହାର ପରିଣତି ଏପରି ହେଲା କି ରବିବାର ସକାଳେ ଏକ ଟାଙ୍ଗିଆରେ ବାପା-ମାଆଙ୍କୁ ହାଣି ଦେଇଛି ପୁଅ । ଏହି ଆକ୍ରମଣରେ ବାପା ଗୁରୁଚରଣ ମୁଣ୍ଡାଙ୍କ ମୃତ୍ୟୁ ହୋଇଥିବା ବେଳେ ମା ପାଲୀ ମୁଣ୍ଡା ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ମାଆ ପାଲୀ ମୁଣ୍ଡାଙ୍କୁ ଉଦ୍ଧାର କରି ଚମ୍ପୁଆ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇଥିଲା ଚମ୍ପୁଆ ଥାନା ପୋଲିସ । ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅ ଧ୍ୟାନ ମୁଣ୍ଡାକୁ ଗିରଫ କରିଛି । ଏହାସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ସରକାରୀ ମେଡିକାଲକୁ ପଠାଇଛି । 

ଭୁଲିଗଲା ସଂପର୍କ, ବାପା-ମାଆଙ୍କୁ ଟାଙ୍ଗିଆରେ ହାଣିଲା ପୁଅ

ବଡ଼ବିଲ ୨୪।୦୩ : ପୁଅ ଭୁଲିଗଲା ସ୍ନେହ ଆଉ ମମତା । ଆଖିପିଛୁଲାକେ ଭୁଲିଗଲା ସବୁ କଥା । ଆଉ ବାପା-ମାଆଙ୍କୁ ଟାଙ୍ଗିଆରେ ହାଣିଦେଲା ପୁଅ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ବସିରା ଗାଁରୁ ଆସିଛି ଏଭଳି ଜଘନ୍ୟ କାଣ୍ଡ । 

ଖବର ଅନୁଯାୟୀ, ଚମ୍ପୁଆ ଥାନା କାଳିକାପ୍ରସାଦ ପଞ୍ଚାତ ବସିରା ଗାଁରେ ବାସ କରନ୍ତି ଗୁରୁଚରଣ ମୁଣ୍ଡା । କୌଣସି କଥାକୁ ନେଇ ବାପା, ପୁଅ ଏବଂ ମାଆଙ୍କ ମଧ୍ୟରେ ବିବାଦ ହୋଇଥିଲା । ଆଉ ଏହି ବିବାଦ ଦେଖୁ ଦେଖୁ ଉଗ୍ରରୂପ ନେଇଥିଲା । ଯାହାର ପରିଣତି ଏପରି ହେଲା କି ରବିବାର ସକାଳେ ଏକ ଟାଙ୍ଗିଆରେ ବାପା-ମାଆଙ୍କୁ ହାଣି ଦେଇଛି ପୁଅ । ଏହି ଆକ୍ରମଣରେ ବାପା ଗୁରୁଚରଣ ମୁଣ୍ଡାଙ୍କ ମୃତ୍ୟୁ ହୋଇଥିବା ବେଳେ ମା ପାଲୀ ମୁଣ୍ଡା ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ମାଆ ପାଲୀ ମୁଣ୍ଡାଙ୍କୁ ଉଦ୍ଧାର କରି ଚମ୍ପୁଆ ମେଡିକାଲରେ ଭର୍ତ୍ତି କରାଯାଇଛି । 

ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇଥିଲା ଚମ୍ପୁଆ ଥାନା ପୋଲିସ । ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅ ଧ୍ୟାନ ମୁଣ୍ଡାକୁ ଗିରଫ କରିଛି । ଏହାସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ସରକାରୀ ମେଡିକାଲକୁ ପଠାଇଛି ।