ଭୁଶୁଡ଼ିବା ସ୍ଥିତିରେ ନୀଳକଣ୍ଠ ଦାସଙ୍କ ଷଠୀଘର

ସାକ୍ଷିଗୋପାଳ: ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କ ମଧ୍ୟରୁ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଷଠୀଘର ବା ଜନ୍ମପୀଠ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଶାସନସ୍ଥିତ ଷଠୀଘର ବା ଜନ୍ମପୀଠର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ବର୍ତ୍ତମାନ ଏହି ଘର ଭୁଶୁଡ଼ିବା ସମ୍ଭାବନା ସୃଷ୍ଟି ହୋଇଛି। ଓଡ଼ିଆଜାତି ଯେତେବେଳେ ନିଜ ସ୍ଥିତିକୁ ନେଇ ସଂଘର୍ଷ କରୁଥିଲା ସେହିସମୟରେ ସତ୍ୟବାଦୀରେ ବକୁଳବନ ସ୍ଥାପନ କରି ଓଡ଼ିଶାକୁ ନୂଆଦିଗ ଦେଖାଇଥିଲେ ପଞ୍ଚସଖା। ଏହି ପଞ୍ଚସଖାଙ୍କ ମଧ୍ୟରୁ ପଣ୍ଡିତ ନୀଳକଣ୍ଠ ଦାସଙ୍କ ବାସସ୍ଥାନ ପୁରୀ ଜିଲା ସତ୍ୟବାଦୀ […]

ଭୁଶୁଡ଼ିବା ସ୍ଥିତିରେ ନୀଳକଣ୍ଠ ଦାସଙ୍କ ଷଠୀଘର

ସାକ୍ଷିଗୋପାଳ: ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କ ମଧ୍ୟରୁ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଷଠୀଘର ବା ଜନ୍ମପୀଠ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଶାସନସ୍ଥିତ ଷଠୀଘର ବା ଜନ୍ମପୀଠର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ବର୍ତ୍ତମାନ ଏହି ଘର ଭୁଶୁଡ଼ିବା ସମ୍ଭାବନା ସୃଷ୍ଟି ହୋଇଛି। ଓଡ଼ିଆଜାତି ଯେତେବେଳେ ନିଜ ସ୍ଥିତିକୁ ନେଇ ସଂଘର୍ଷ କରୁଥିଲା ସେହିସମୟରେ ସତ୍ୟବାଦୀରେ ବକୁଳବନ ସ୍ଥାପନ କରି ଓଡ଼ିଶାକୁ ନୂଆଦିଗ ଦେଖାଇଥିଲେ ପଞ୍ଚସଖା। ଏହି ପଞ୍ଚସଖାଙ୍କ ମଧ୍ୟରୁ ପଣ୍ଡିତ ନୀଳକଣ୍ଠ ଦାସଙ୍କ ବାସସ୍ଥାନ ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗାଁରେ। ୨୫ ଡିସିମିଲ ଜାଗାରେ ରହିଛି ତାଙ୍କ ଜନ୍ମପୀଠ। ୧୫୦ ବର୍ଷର ପୁରୁଣାକାଠ ଓ ଚୂନ ବାଲିଗୁଡ଼ ଓ କେନ୍ଦୁଅଠାରେ ନିର୍ମିତ କଡୀବରଗାରେ ଦୁଇମହଲା ପୁରୁଣା ଛାତଘର ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ଭୁଶୁଡ଼ିବା ଅପେକ୍ଷାରେ ରହିଛି।
ଜରାଜୀର୍ଣ୍ଣ ଅବସ୍ଥାରେ ଏବେ ମଧ୍ୟ ପଡ଼ିଛି ପଣ୍ଡିତ ନୀଳକଣ୍ଠଙ୍କ ପ୍ରତିମୂର୍ତ୍ତି। ଦିନଥିଲା ରାଜ୍ୟର କୋଣଅନୁକୋଣରୁ ବକୁଳବନ ସୌନ୍ଦର୍ଯ୍ୟ ଓ ପଞ୍ଚସଖାଙ୍କ କର୍ମଭୂମି ଥିବା ଏହି ବନବିଦ୍ୟାଳୟକୁ ଦେଖିବା ପାଇଁ ଛୁଟି ଆସୁଥିଲେ ସ୍କୁଲ କଲେଜରୁ ଆରମ୍ଭ କରି ଦେଶବିଦେଶର ପର୍ଯ୍ୟଟକ। କିନ୍ତୁ ବର୍ତ୍ତମାନ ସତେଯେପରି ମୁରବିଶୂନ୍ୟ ହୋଇଯାଇଛି ଏହି ମଣିଷ ତିଆରି କାରଖାନା। ରକ୍ଷଣାବେକ୍ଷଣ ଅଭାବରୁ ବକୁଳବନ ଜଙ୍ଗଲ ପାଲଟିଲାଣି। ଇଂରେଜଶାସନ ସମୟରେ ଏହି ବନବିଦ୍ୟାଳୟରେ ଗୁରୁକୂଳ ଶିକ୍ଷାଦାନ ଗଢିଉଠିଥିଲା। ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆଉ ୪ ସହଯୋଗୀ ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର, ପଣ୍ଡିତ ଗୋଦାବରୀଶ ମିଶ୍ର ଏହି ପାଞ୍ଚଜଣକ ପ୍ରତିଷ୍ଠାରେ ଆଦର୍ଶ ଶିକ୍ଷାଅନୁଷ୍ଠାନ ଚାଲିଥିଲା। କିନ୍ତୁ ଏହା ଏବେ ଭୁଶୁଡ଼ିବା ଅପେକ୍ଷାରେ ଖୋଲାମେଲା ଅବସ୍ଥାରେ ପଡ଼ିରହିଥିବା ଦେଖିବାକୁ ମିଳିଛି।