ଭୁଶୁଡିଲା ଗୋକୂଳପୁରୀ ମେଟ୍ରୋ ଷ୍ଟେସନର ସ୍ଲାବ, ୪ ଆହତ

ଆହତଙ୍କୁ ଉଦ୍ଧାର କରାଯାଇ ଜିଟିବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସ୍ଥିର ରହିଛି।

ଭୁଶୁଡିଲା ଗୋକୂଳପୁରୀ ମେଟ୍ରୋ ଷ୍ଟେସନର ସ୍ଲାବ, ୪ ଆହତ

ମେଟ୍ରୋ ଷ୍ଟେସନରେ ଦୁର୍ଘଟଣା। ଭୁଶୁଡିଲା ଦିଲ୍ଲୀ ଗୋକୂଳପୁରୀ ମେଟ୍ରୋ ଷ୍ଟେସନର ଏକ ଅଂଶ। ଷ୍ଟେସନ ପାଚେରୀର ଏକ ପାର୍ଶ୍ୱ ସ୍ଲାବ୍ ଭୁଶୁଡ଼ି ପଡ଼ିବାରୁ ୪ ଜଣ ଆହତ ହୋଇଛନ୍ତି। ଭଗ୍ନାବଶେଷ ତଳେ କିଛି ବାଇକ୍‌ ମଧ୍ୟ ଦିବି ଯାଇଛି।

ସୂଚନା ମୁତବାକ ଆଜି ସାକଳୁ ମେଟ୍ରୋ ଷ୍ଟେସନ ପାଚେରୀ ଏକ ପାର୍ଶ୍ୱ ସ୍ଲାବ ହଠାତ୍‌ ଭୁଶୁଡି ପଡିଥିଲା। ଫଳରେ ଭଗ୍ନାବଶେଷ ତଳେ ୩ରୁ ୪ ଜଣ ଲୋକ ଦବି ଯାଇଥିଲେ। ପରେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାକୁ ନେଇ ଚାରିଆଡେ ହଇଚଇ ସୃଷ୍ଟି ହୋଇଯାଇଥିଲା।

ଡିସିପି (ଉତ୍ତର ପୂର୍ବ) ଜୟ ତିର୍କୀ କହିଛନ୍ତି ଯେ ଆହତଙ୍କୁ ଉଦ୍ଧାର କରାଯାଇ ଜିଟିବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସ୍ଥିର ରହିଛି। ଏବେ ଜେସିବି ଓ କ୍ରେନ୍ ସାହାଯ୍ୟରେ ଭଗ୍ନାବଶେଷକୁ ହଟାଯାଉଛି। ସେପଟେ ଏହି ଘଟଣାରେ କିଛି ବାଇକ୍‌ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ଓ ମେଟ୍ରୋ କର୍ମଚାରୀ ଉପସ୍ଥିତ ଅଛନ୍ତି। ସେହିପରି ଗୋକୂଳପୁରୀ ଡିଏଫ୍‌ଏସ୍‌ ଏକ ୟୁନିଟ୍‌କୁ ଷ୍ଟାଣ୍ଡଓ୍ୱାଇରେ ରଖାଯାଇଛି। କାରଣ ସ୍ଲାବର ଆଉ ଏକ ଅଂଶ ଏବେବି ଷ୍ଟେସନ ପାଖରେ ଝୁଲନ୍ତା ଅବସ୍ଥାରେ ରହିଛି। ଯେକୌଣସି ମୁହୂର୍ତ୍ତରେ ବି ତାହା ଭୁଶୁଡିପାରେ। ସେପଟେ ଏହି ଘଟଣାରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ଘଟଣା ସକାଳ ପାଖାପାଖି ୧୧ଟା ସମୟରେ ଘଟିଛି।