ଭୁଶୁଡିଲା ପାଞ୍ଚ ମହଲା କୋଠା: ମୁଣ୍ଡରେ ବ୍ୟାଣ୍ଡେଜ୍ ବାନ୍ଧି ଘଟଣାସ୍ଥଳରେ ପହଞ୍ଚିଲେ ମମତା
କୋଲକାତା,୧୮।୩: ଦକ୍ଷିଣ କୋଲକାତାର ମେଟିଆବ୍ରୁଜରେ ପାଞ୍ଚ ମହଲା ବିଶିଷ୍ଟ ନିର୍ମାଣାଧୀନ କୋଠା ଭୁଶୁଡି ପଡିଛି। ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ପଶ୍ଚିମବଙ୍ଗ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ନିର୍ଦ୍ଦେଶକ ଅଭିଜିତ ପାଣ୍ଡେ କହିଛନ୍ତି, ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ପୋଲିସର ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ ୧୩ ଜଣଙ୍କୁ ନିରାପଦରେ ସ୍ଥାନାନ୍ତର କରାଯାଇଛି। ଏବେ ବି କେତେକ ଲୋକ ତଳେ ଫସି ରହିଛନ୍ତି। ଏହି ଘଟଣା ମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ […] The post ଭୁଶୁଡିଲା ପାଞ୍ଚ ମହଲା କୋଠା: ମୁଣ୍ଡରେ ବ୍ୟାଣ୍ଡେଜ୍ ବାନ୍ଧି ଘଟଣାସ୍ଥଳରେ ପହଞ୍ଚିଲେ ମମତା appeared first on Dharitri Odia News.
କୋଲକାତା,୧୮।୩: ଦକ୍ଷିଣ କୋଲକାତାର ମେଟିଆବ୍ରୁଜରେ ପାଞ୍ଚ ମହଲା ବିଶିଷ୍ଟ ନିର୍ମାଣାଧୀନ କୋଠା ଭୁଶୁଡି ପଡିଛି। ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ପଶ୍ଚିମବଙ୍ଗ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ନିର୍ଦ୍ଦେଶକ ଅଭିଜିତ ପାଣ୍ଡେ କହିଛନ୍ତି, ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ପୋଲିସର ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ ୧୩ ଜଣଙ୍କୁ ନିରାପଦରେ ସ୍ଥାନାନ୍ତର କରାଯାଇଛି। ଏବେ ବି କେତେକ ଲୋକ ତଳେ ଫସି ରହିଛନ୍ତି।
ଏହି ଘଟଣା ମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିକଟରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କ ମୁଣ୍ଡରେ ବ୍ୟାଣ୍ଡେଜ ଥାଇ ମଧ୍ୟ ସିଏମ ବରିଷ୍ଠ ଅଧିକାରୀଙ୍କ ସହ ଘଟଣାସ୍ଥଳକୁ ଯାଇ ଏହା ବିଷୟରେ ସୂଚନା ନେଇଥିଲେ।
The post ଭୁଶୁଡିଲା ପାଞ୍ଚ ମହଲା କୋଠା: ମୁଣ୍ଡରେ ବ୍ୟାଣ୍ଡେଜ୍ ବାନ୍ଧି ଘଟଣାସ୍ଥଳରେ ପହଞ୍ଚିଲେ ମମତା appeared first on Dharitri Odia News.