୧୩ ବର୍ଷରେ ୧୮ ଲକ୍ଷ ଭାରତୀୟ ନାଗରିକତ୍ୱ ଛାଡ଼ିଛନ୍ତି

ନୂଆଦିଲ୍ଲୀ,୩୦ା୧୨: ଗତ ୧୩ ବର୍ଷ ମଧ୍ୟରେ ୧୮ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟ ସେମାନଙ୍କ ନାଗରିକତ୍ୱ ତ୍ୟାଗ କରି ୧୩୫ଟି ଦେଶର ନାଗରିକତ୍ୱ ଗ୍ରହଣ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାର ରାଜ୍ୟ ସଭାରେ ଉପସ୍ଥାପନ କରିଥିବା ତଥ୍ୟରୁ ଏହା ଜଣାପଡ଼ିଛି। ବିକାଶ ଏବଂ ବୈଶ୍ୱିକ ପ୍ରଭାବରେ ଭାରତଠାରୁ ବହୁ ପଛରେ ପଡ଼ିଥିବା ପାକିସ୍ତାନ, ବାଂଲାଦେଶ, ଫିଜି, ମ୍ୟାନ୍‌ମାର, ଥାଇଲାଣ୍ଡ, ନାମିବ୍ୟା, ନେପାଳ ଏବଂ ଶ୍ରୀଲଙ୍କା ଭଳି ଦେଶର ନାଗରିକତ୍ୱ ଗ୍ରହଣ କରିବାକୁ ଏମାନେ ବିକଳ୍ପ ଚୟନ କରିଛନ୍ତି। […] The post ୧୩ ବର୍ଷରେ ୧୮ ଲକ୍ଷ ଭାରତୀୟ ନାଗରିକତ୍ୱ ଛାଡ଼ିଛନ୍ତି appeared first on Dharitri Odia News.

୧୩ ବର୍ଷରେ ୧୮ ଲକ୍ଷ ଭାରତୀୟ ନାଗରିକତ୍ୱ ଛାଡ଼ିଛନ୍ତି

ନୂଆଦିଲ୍ଲୀ,୩୦ା୧୨: ଗତ ୧୩ ବର୍ଷ ମଧ୍ୟରେ ୧୮ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟ ସେମାନଙ୍କ ନାଗରିକତ୍ୱ ତ୍ୟାଗ କରି ୧୩୫ଟି ଦେଶର ନାଗରିକତ୍ୱ ଗ୍ରହଣ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାର ରାଜ୍ୟ ସଭାରେ ଉପସ୍ଥାପନ କରିଥିବା ତଥ୍ୟରୁ ଏହା ଜଣାପଡ଼ିଛି। ବିକାଶ ଏବଂ ବୈଶ୍ୱିକ ପ୍ରଭାବରେ ଭାରତଠାରୁ ବହୁ ପଛରେ ପଡ଼ିଥିବା ପାକିସ୍ତାନ, ବାଂଲାଦେଶ, ଫିଜି, ମ୍ୟାନ୍‌ମାର, ଥାଇଲାଣ୍ଡ, ନାମିବ୍ୟା, ନେପାଳ ଏବଂ ଶ୍ରୀଲଙ୍କା ଭଳି ଦେଶର ନାଗରିକତ୍ୱ ଗ୍ରହଣ କରିବାକୁ ଏମାନେ ବିକଳ୍ପ ଚୟନ କରିଛନ୍ତି। ଅନ୍ୟ ପସନ୍ଦର ଦେଶ ମଧ୍ୟରେ ରହିଛି ଆମେରିକା, କାନାଡା, ରୁଷିଆ, ଚାଇନା, ଇଜିପ୍ଟ, ନ୍ୟୁଜିଲାଣ୍ଡ, ସିଙ୍ଗାପୁର, ଦକ୍ଷିଣ ଆଫ୍ରିକା, ସ୍ପେନ୍‌, ସୁଦାନ, ସୁଇଜରଲାଣ୍ଡ, ତ୍ରିନିଦାଦ ଏବଂ ଟବାଗୋ, ବ୍ରିଟେନ୍‌, ତୁର୍କୀ, ୟୁଏଇ ଏବଂ ଭିଏଟ୍‌ନାମ।
ବହିର୍ବ୍ୟାପାର ମନ୍ତ୍ରଣାଳୟ ପ୍ରଦତ୍ତ ଉକ୍ତ ତଥ୍ୟ ଅନୁଯାୟୀ, ୨୦୨୨ରେ ୨,୨୫,୬୨୦ ଭାରତୀୟ ନାଗରିକତ୍ୱ ଛାଡ଼ିଥିବାବେଳେ ୨୦୨୩ରେ ୨,୧୬,୨୧୯ ଜଣ ଛାଡ଼ିଛନ୍ତି। ୨୦୧୫ରୁ ୨୦୨୩ ମଧ୍ୟରେ ମୋଟ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟ ନାଗରିକତ୍ୱ ଛାଡ଼ିବା ସହ ଅନ୍ୟ ଦେଶର ନାଗରିକତ୍ୱ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଉଚ୍ଚ ସଦନରେ ଏକ ପ୍ରଶ୍ନର ଉତ୍ତରରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ଜଣାଇଥିଲା ଯେ, ନାଗରିକତ୍ୱ ଛାଡ଼ିବା କିମ୍ବା ଗ୍ରହଣ କରିବା ବ୍ୟକ୍ତିଗତ ବ୍ୟାପାର। ଜ୍ଞାନ ଅର୍ଥନୀତିର ଯୁଗରେ ବୈଶ୍ୱିକ କାର୍ଯ୍ୟସ୍ଥଳ ସମ୍ଭାବନାକୁ ସରକାର ସ୍ବୀକୃତି ଦେଇଛନ୍ତି। ଅନ୍ୟପକ୍ଷରେ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଉତ୍ତମ କ୍ୟାରିୟର ସୁଯୋଗ, ଉନ୍ନତ ଜୀବନଧାରଣ ମାନ, ବ୍ୟାପକ ଶିକ୍ଷା ସମ୍ଭାବନା ଏବଂ ବୈଶ୍ୱିକ ଗମନାଗମନ ସୁବିଧା ଆଦି କାରଣରୁ ଲୋକେ ଭାରତୀୟ ନାଗରିକତ୍ୱ ଛାଡ଼ୁଛନ୍ତି। ଏହା ବ୍ୟତୀତ ସେମାନେ ବିକଶିତ ରାଷ୍ଟ୍ରଗୁଡ଼ିକର ମଜଭୁତ ସାମାଜିକ ସୁରକ୍ଷା ବ୍ୟବସ୍ଥା ଏବଂ ଦ୍ୱୈତ ନାଗରିକତ୍ୱ ସୁବିଧା ଦ୍ୱାରା ପ୍ରଲୋଭିତ ହେଉଛନ୍ତି।

The post ୧୩ ବର୍ଷରେ ୧୮ ଲକ୍ଷ ଭାରତୀୟ ନାଗରିକତ୍ୱ ଛାଡ଼ିଛନ୍ତି appeared first on Dharitri Odia News.