ଭୂକମ୍ପର ଭବିଷ୍ୟବାଣୀ କରିଥିଲେ ଭାରତୀୟ ଜ୍ୟୋତିଷ
ନୂଆଦିଲ୍ଲୀ: ମ୍ୟାଁମାରରେ ଆସିଥିବା ଶକ୍ତିଶାଳୀ ଭୂକମ୍ପକୁ ନେଇ ତିନି ସପ୍ତାହ ତଳେ ଭବିଷ୍ୟବାଣୀ ହୋଇଥିବା ଦାବି କରାଯାଉଛି। କର୍ଣ୍ଣାଟକ ମହୀଶୂରର ଜ୍ୟୋତିଷ ଅଭିଜ୍ଞ ଆନନ୍ଦ (୨୦) ମାର୍ଚ୍ଚ ୧ରେ ନିଜ ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ଆଗାମୀ କିଛି ସପ୍ତାହ ମଧ୍ୟରେ କିମ୍ବା ଚଳିତ ବର୍ଷ ମଧ୍ୟଭାଗରେ ଭୂକମ୍ପ ବିପର୍ଯ୍ୟୟ ସୃଷ୍ଟି କରିବ ବୋଲି କହିଥିଲେ। ସେ ତାରିଖ ସହିତ ମାନଚିତ୍ରରେ ସ୍ଥାନ ବିଷୟରେ ମଧ୍ୟ ସୂଚନା ଦେଇଥିଲେ। ସୂଚନା ଅନୁଯାୟୀ ଅଭିଜ୍ଞ […]

ନୂଆଦିଲ୍ଲୀ: ମ୍ୟାଁମାରରେ ଆସିଥିବା ଶକ୍ତିଶାଳୀ ଭୂକମ୍ପକୁ ନେଇ ତିନି ସପ୍ତାହ ତଳେ ଭବିଷ୍ୟବାଣୀ ହୋଇଥିବା ଦାବି କରାଯାଉଛି। କର୍ଣ୍ଣାଟକ ମହୀଶୂରର ଜ୍ୟୋତିଷ ଅଭିଜ୍ଞ ଆନନ୍ଦ (୨୦) ମାର୍ଚ୍ଚ ୧ରେ ନିଜ ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ଆଗାମୀ କିଛି ସପ୍ତାହ ମଧ୍ୟରେ କିମ୍ବା ଚଳିତ ବର୍ଷ ମଧ୍ୟଭାଗରେ ଭୂକମ୍ପ ବିପର୍ଯ୍ୟୟ ସୃଷ୍ଟି କରିବ ବୋଲି କହିଥିଲେ। ସେ ତାରିଖ ସହିତ ମାନଚିତ୍ରରେ ସ୍ଥାନ ବିଷୟରେ ମଧ୍ୟ ସୂଚନା ଦେଇଥିଲେ। ସୂଚନା ଅନୁଯାୟୀ ଅଭିଜ୍ଞ ୧୧ ବର୍ଷ ହେଲା ଜ୍ୟୋତିଷ ବିଦ୍ୟା ଅଧ୍ୟୟନ କରୁଛନ୍ତି। ସେ ୭ ବର୍ଷ ବୟସରେ ଭଗବତ୍ ଗୀତା କଣ୍ଠସ୍ଥ କରି ନେଇଥିଲେ। ବହୁତ କମ୍ ବୟସରୁ ସେ ସଂସ୍କୃତ ଶିକ୍ଷା କରିଥିଲେ। ଏଥିପାଇଁ ମା’ ତାଙ୍କୁ ଅନୁପ୍ରାଣୀତ କରିଥିଲେ। ଅଭିଜ୍ଞ ଏକ ଭିଡିଓ ଚ୍ୟାନେଲ ଚଲାଉଛନ୍ତି। ଏଥିରେ ସେ ଅନେକ ଭିଡିଓ ଅପଲୋଡ କରିଛନ୍ତି। ଏହା ମାଧ୍ୟମରେ ସେ ଅନେକ ଭବିଷ୍ୟବାଣୀ କରିଛନ୍ତି।