ମଙ୍ଗଳବାର ରାଶିଫଳ ( ୧୧-୦୨-୨୦୨୫ )

ମେଷ: ଆଶା କରିଥିବା ଦିଗରୁ ଅର୍ଥ ମିଳିବ। ମହିଳାମାନଙ୍କୁ ମୁଖ୍ୟ ଦାୟିତ୍ବ ମିଳିପାରେ। ଆର୍ଥିକ ସମସ୍ୟା ଦୂର ହେବ। ବୈବାହିକ ଜୀବନ ସୁଖମୟ ହେବ। ଅଫିସ୍‌ କାମ ପାଇଁ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବୃଷ: ଆଶା କରିଥିବା ଦିଗରୁ ଧନପ୍ରାପ୍ତି ହେବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ। ସକାରାତ୍ମକ ଚିନ୍ତାଧାରା ସହିତ ଆଗକୁ ବଢ଼ିବେ। ସଫଳତା ପାଇବାକୁ କଠିନ ପରିଶ୍ରମ କରିବାକୁ ପଡ଼ିପାରେ। ମିଥୁନ: ଦୂରଯାତ୍ରା କରିପାରନ୍ତି। ଦୀର୍ଘ ଦିନରୁ ପଡ଼ିରହିଥିବା କାର୍ଯ୍ୟ ପୂରଣ ହେବ। […]

ମଙ୍ଗଳବାର ରାଶିଫଳ ( ୧୧-୦୨-୨୦୨୫ )
Tuesday Horoscope

ମେଷ: ଆଶା କରିଥିବା ଦିଗରୁ ଅର୍ଥ ମିଳିବ। ମହିଳାମାନଙ୍କୁ ମୁଖ୍ୟ ଦାୟିତ୍ବ ମିଳିପାରେ। ଆର୍ଥିକ ସମସ୍ୟା ଦୂର ହେବ। ବୈବାହିକ ଜୀବନ ସୁଖମୟ ହେବ। ଅଫିସ୍‌ କାମ ପାଇଁ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ବୃଷ: ଆଶା କରିଥିବା ଦିଗରୁ ଧନପ୍ରାପ୍ତି ହେବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ। ସକାରାତ୍ମକ ଚିନ୍ତାଧାରା ସହିତ ଆଗକୁ ବଢ଼ିବେ। ସଫଳତା ପାଇବାକୁ କଠିନ ପରିଶ୍ରମ କରିବାକୁ ପଡ଼ିପାରେ।

ମିଥୁନ: ଦୂରଯାତ୍ରା କରିପାରନ୍ତି। ଦୀର୍ଘ ଦିନରୁ ପଡ଼ିରହିଥିବା କାର୍ଯ୍ୟ ପୂରଣ ହେବ। ପାରିବାରିକ ସୁଖଶାନ୍ତି ମିଳିବ। ଯାନବାହନ କ୍ରୟ କରିପାରନ୍ତି। ରାଜନେତାଙ୍କ ପାଇଁ ଭଲ ସମୟ। ଧୈର୍ଯ୍ୟ ରଖିବା ଭଲ।

କର୍କଟ: ମାନସମ୍ମାନ ବୃଦ୍ଧି ପାଇବ। ସାଙ୍ଗସାଥୀଙ୍କ ସହଯୋଗ ଲୋଡ଼ିବେ। ଦିନର ଆରମ୍ଭରୁ ଥକ୍କା ଅନୁଭବ କରିପାରନ୍ତି। ବିଦ୍ୟାର୍ଥୀମାନଙ୍କ ପାଇଁ ଭଲ ସମୟ। ଆୟ ଅନୁସାରେ ବ୍ୟୟ ହେବ।

ସିଂହ: ଧନପ୍ରାପ୍ତି ଯୋଗ ରହିଛି। ପିଲାମାନଙ୍କ ଭବିଷ୍ୟତକୁ ନେଇ ଅଭିଭାବକ ଚିନ୍ତିତ ରହିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରେମିକ ପ୍ରେମିକାଙ୍କ ପାଇଁ ଦିନଟି ଭଲ। ମାନସମ୍ମାନ ବୃଦ୍ଧି ପାଇବ।

କନ୍ୟା: ଆୟ ଅନୁସାରେ ବ୍ୟୟ କମ୍ ହେବ। ପ୍ରିୟଜନଙ୍କ ସହ ଦୂରଯାତ୍ରା କରିପାରନ୍ତି। ଗୁରୁଜନଙ୍କ ପରାମର୍ଶ ନେଇ ଆଗକୁ ବଢ଼ିବେ। ପରିବାରରେ ହସ ଖୁସିରେ ସମୟ ଅତିବାହିତ ହେବ।

ତୁଳା: ଅକସ୍ମାତ୍‌ ବନ୍ଧୁମିଳନ ଯୋଗ ରହିଛି। ବ୍ୟବସାୟରୁ ଲାଭ ପାଇବେ। କର୍ମକ୍ଷେତ୍ରରେ ନୂତନ ସହଯୋଗୀଙ୍କ ସାହାଯ୍ୟ ମିଳିବ ଜମି କିଣାବିକା ପାଇଁ ବର୍ତ୍ତମାନ ଭଲ ସମୟ।

ବିଛା: ପାରିବାରିକ ସମସ୍ୟା ଲାଗି ରହିବ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ସାମାଜିକ ଏବଂ ଧାର୍ମିକ ସମାରୋହରେ ଯୋଗଦେବେ। ଜୀବନସାଥୀଙ୍କ ସହ ଭ୍ରମଣ ଯୋଗ ରହିଛି।

ଧନୁ: ବନ୍ଧୁ ମିଳନ ଯୋଗ ରହିଛି। ଅଧିକ ଚିନ୍ତା କରନ୍ତୁନି। ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ପତି-ପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ମହିଳାମାନେ ଧର୍ମପରାୟାଣା ହେବେ।

ମକର: ଉଧାର ଦେଉଥିଲେ ସାବଧାନ ହୋଇଯାଆନ୍ତୁ। ପରିବାର ସହିତ ସମୟ ଅତିବାହିତ ହେବ। ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଦୂରଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।

କୁମ୍ଭ: ମାନସମ୍ମାନ ବୃଦ୍ଧି ହେବ। କଳା ଓ ସାହିତ୍ୟ କ୍ଷେତ୍ରରେ ରୁଚି ବଢ଼ିବ। କୌଣସି କାରଣରୁ ପତି ପତ୍ନୀଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇପାରେ। ନିଜ ଲୋକଙ୍କ ମଧ୍ୟରେ ଭୁଲ୍‌ ବୁଝାମଣା ହୋଇପାରେ।

ମୀନ: ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବୈବାହିକ ଜୀବନ ମଧୁମୟ ହେବ । ପିଲାମାନେ ପଢ଼ାପଢ଼ିରେ ଅଧିକ ଧ୍ୟାନ ଦେବେ । ମହିଳାଙ୍କ ଦାୟିତ୍ବ ବଢ଼ିବ। ପ୍ରେମ ବ୍ୟାପାରରେ ସଫଳ ହେବେ।