ଭୂକମ୍ପରେ ଥରିଲା ଲଦାଖ, ରିକ୍ଟର ସ୍କେଲରେ ତୀବ୍ରତା ୫.୨

ନୂଆଦିଲ୍ଲୀ: କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର କାର୍ଗିଲ ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରିଚ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୨ ଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ କାର୍ଗିଲଠାରୁ ୧୪୮ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ଥିଲା। ଭୂକମ୍ପର ଗଭୀରତା ଭୂପୃଷ୍ଠଠାରୁ ୧୦ କିଲୋମିଟର ତଳେ ଥିଲା। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ନାହିଁ। ରବିବାର ରାତିରୁ ଲଦାଖରେ ମଧ୍ୟବର୍ତ୍ତୀକାଳୀନ ତୁଷାରପାତ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ଶ୍ରୀନଗରରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। The post ଭୂକମ୍ପରେ ଥରିଲା ଲଦାଖ, ରିକ୍ଟର ସ୍କେଲରେ ତୀବ୍ରତା ୫.୨ appeared first on Prameya News7.

ଭୂକମ୍ପରେ ଥରିଲା ଲଦାଖ, ରିକ୍ଟର ସ୍କେଲରେ ତୀବ୍ରତା ୫.୨

ନୂଆଦିଲ୍ଲୀ: କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର କାର୍ଗିଲ ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରିଚ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୨ ଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ କାର୍ଗିଲଠାରୁ ୧୪୮ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ଥିଲା। ଭୂକମ୍ପର ଗଭୀରତା ଭୂପୃଷ୍ଠଠାରୁ ୧୦ କିଲୋମିଟର ତଳେ ଥିଲା।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ନାହିଁ। ରବିବାର ରାତିରୁ ଲଦାଖରେ ମଧ୍ୟବର୍ତ୍ତୀକାଳୀନ ତୁଷାରପାତ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ଶ୍ରୀନଗରରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା।

The post ଭୂକମ୍ପରେ ଥରିଲା ଲଦାଖ, ରିକ୍ଟର ସ୍କେଲରେ ତୀବ୍ରତା ୫.୨ appeared first on Prameya News7.