ଭୂତ କୋଠି ପାଲଟିଛି ସରକାରୀ କାର୍ଯ୍ୟାଳୟ
କଟକ: ସରକାରୀ କାର୍ଯ୍ୟାଳୟ ଗେଟ ବାହାରେ ଝୁଲୁଛି ତାଲା। କାର୍ଯ୍ୟାଳୟକୁ ଆସୁନାହାନ୍ତି ଅଧିକାରୀ କି କର୍ମଚାରୀ। ଫଳରେ ଭୂତ କୋଠି... The post ଭୂତ କୋଠି ପାଲଟିଛି ସରକାରୀ କାର୍ଯ୍ୟାଳୟ appeared first on .
କଟକ: ସରକାରୀ କାର୍ଯ୍ୟାଳୟ ଗେଟ ବାହାରେ ଝୁଲୁଛି ତାଲା। କାର୍ଯ୍ୟାଳୟକୁ ଆସୁନାହାନ୍ତି ଅଧିକାରୀ କି କର୍ମଚାରୀ। ଫଳରେ ଭୂତ କୋଠି ପାଲଟିଛି ସରକାରୀ କାର୍ଯ୍ୟାଳୟ। କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନେମାଳ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। କେବଳ ଏହି କାର୍ଯ୍ୟାଳୟ ନୁହେଁ ଅଧିକାଂଶ ସରକାରୀ କାର୍ଯ୍ୟାଳୟ ଏବେ ଭୂତ କୋଠି ପାଲଟି ଗଲାଣି । ଏଠାରେ ଦୀର୍ଘଦିନ ହେବ ଏହି କାର୍ଯ୍ୟାଳରେ ଅଧିକାରୀଙ୍କ ପାଦ ପଡ଼ିନଥିବା ଅଭିଯୋଗ ହୋଇଛି। ଘର ଭିତରେ ଥିବା ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ନଷ୍ଟ ହେବାକୁ ବସିଲାଣି। ଏହାସହ ଅଫିସର ସାଇନ୍ ବୋର୍ଡ ମଧ୍ୟ ହଜିଯାଇଛି। ସୂଚନା ଅନୁଯାୟୀ, ୧୦ରୁ ଅଧିକ ପଞ୍ଚାୟତର ଚାଷୀ ଏହି କାର୍ଯ୍ୟାଳୟ ଉପରେ ନିର୍ଭର କରିଥାନ୍ତି। ମାତ୍ର ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁଁ ତାଲା ଝୁଲୁଛି। ଚାଷୀମାନେ ବାରମ୍ବାର ଆସି ଫେରିକି ଯାଉଛନ୍ତି । ରକ୍ଷଣାବେକ୍ଷଣ ଅଭାବରୁ ଘର ଗୁଡ଼ିକ ଭାଙ୍ଗିରୁଜି ଗଛଲତା ଉଠିବା ସହ ବୁଲା ଗାଈ ଗୋରୁଙ୍କ ଆଶ୍ରୟ ସ୍ଥଳୀ ପାଲଟିଛି ।
ଅଧିକାରୀଙ୍କ କାର୍ଯ୍ୟାଳୟରେ ପାଦପଡୁ ନଥିବାରୁ ଲୋକେ ସରକାରୀ ସେବାରୁ ବଞ୍ଚିତ ହେଉଛନ୍ତି । ଲୋକମାନଙ୍କ ଉନ୍ନତି ପାଇଁ ରାଜକୋଶରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସରକାରୀ କାର୍ଯ୍ୟାଳୟ ଖୋଲାଯାଇଛି। ରାଜକୋଶରୁ ଅଧିକାରୀ ଓ କର୍ମଚାରୀ ମଧ୍ୟ ମୋଟା ଅଙ୍କର ଦରମା ନେଉଛନ୍ତି। ହେଲେ ଦୀର୍ଘଦିନ ହେବ କାର୍ଯ୍ୟାଳୟ ବନ୍ଦ ରହିଥିବାରୁ ନେମାଳ ଅଞ୍ଚଳର ଲୋକଙ୍କ କାମରେ ଆସୁନାହିଁ। ଏବେ ଏହି କାର୍ଯ୍ୟାଳୟ ଗୁଡ଼ିକ ଭୂତ କୋଠିରେ ପରିଣତ ହୋଇଥିବା ବେଳେ ଅସାମାଜିକ ବ୍ୟକ୍ତି ମାନଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ କିମ୍ଵା ରାଜ୍ୟ ସରକାରଙ୍କ ନିଘା ନାହିଁ ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ
The post ଭୂତ କୋଠି ପାଲଟିଛି ସରକାରୀ କାର୍ଯ୍ୟାଳୟ appeared first on .