ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ୱାର୍ଡସଭ୍ୟ
ଭବାନୀପାଟଣା,୪ା୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଗଣ୍ଡ ବାରୋଝୋଲା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ସ୍ଥାନୀୟ ନାଏବ ସରପଞ୍ଚ ଓ ୱାର୍ଡମେମ୍ବର। ଏ ନେଇ ଶୁକ୍ରବାର ସେମାନେ ଜିଲାପାଳଙ୍କୁ ଏକ ଲିଖିତ ଅଭିଯୋଗପତ୍ର ଦେଇଛନ୍ତି। ସ୍ଥାନୀୟ ସରପଞ୍ଚ ମାସିକ ବୈଠକ ଠିକ୍ ଭାବରେ ଡାକୁ ନ ଥିବା, ପଞ୍ଚାୟତକୁ ନିୟମିତ ଆସୁ ନ ଥିବା, ମନମୁଖି କାର୍ଯ୍ୟ କରୁଥିବା, ପଞ୍ଚାୟତକୁ ଆସୁଥିବା ଯୋଜନା ଠିକ୍ ଭାବରେ କାର୍ଯ୍ୟକାରୀ ନ ହେବା, ସରପଞ୍ଚ କାହାକୁ ନ […] The post ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ୱାର୍ଡସଭ୍ୟ appeared first on Dharitri Odia News.
ଭବାନୀପାଟଣା,୪ା୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଗଣ୍ଡ ବାରୋଝୋଲା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ସ୍ଥାନୀୟ ନାଏବ ସରପଞ୍ଚ ଓ ୱାର୍ଡମେମ୍ବର।
ଏ ନେଇ ଶୁକ୍ରବାର ସେମାନେ ଜିଲାପାଳଙ୍କୁ ଏକ ଲିଖିତ ଅଭିଯୋଗପତ୍ର ଦେଇଛନ୍ତି। ସ୍ଥାନୀୟ ସରପଞ୍ଚ ମାସିକ ବୈଠକ ଠିକ୍ ଭାବରେ ଡାକୁ ନ ଥିବା, ପଞ୍ଚାୟତକୁ ନିୟମିତ ଆସୁ ନ ଥିବା, ମନମୁଖି କାର୍ଯ୍ୟ କରୁଥିବା, ପଞ୍ଚାୟତକୁ ଆସୁଥିବା ଯୋଜନା ଠିକ୍ ଭାବରେ କାର୍ଯ୍ୟକାରୀ ନ ହେବା, ସରପଞ୍ଚ କାହାକୁ ନ ଜଣାଇ ନିମ୍ନମାନର କାର୍ଯ୍ୟ କରୁଥିବା ନେଇ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି।
ସେହିପରି ସାମାଜିକ ଆଇନ ଅନୁସାରେ ପଞ୍ଚାୟତରେ ଯୋଗ୍ୟ ରାଶନକାର୍ଡଧାରୀ, ପେନ୍ସନ ହିତାଧିକାରୀ ଠିକ୍ ଚୟନ କରି ନ ଥିବାରୁ ଅନେକ ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏହାକୁ ନେଇ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ଅଭିଯୋଗ ପତ୍ରରେ ୱାର୍ଡମେମ୍ବର ଦର୍ଶାଇଛନ୍ତି।
The post ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ୱାର୍ଡସଭ୍ୟ appeared first on Dharitri Odia News.