ଭୂସ୍ଖଳନ ପୀଡିତଙ୍କୁ ଭେଟିବା ପରେ ରାହୁଲ କଲେ ବଡ଼ ଘୋଷଣା, ପୀଡିତଙ୍କ ପାଇଁ…
ଓ୍ବାୟନାଡ,୨।୮:କେରଳର ୱାୟାନାଡରେ ଭୂସ୍ଖଳନ ଘଟଣାରେ ମୃତ୍ୟୁସଂଖ୍ୟା ୩୦୮ରେ ପହଞ୍ଚିଥିବାବେଳେ ଶହ ଶହ ଲୋକ ନିଖୋଜ ଥିବା ସୂଚନା ମିଳିଛି। ଲୋକ ସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୱାୟାନାଡ ଗସ୍ତରେ ଅଛନ୍ତି। ସ୍ଥିତି ଦେଖିବା ପରେ ରାହୁଲ କହିଛନ୍ତ, ଏହା ଏକ ଭୟଙ୍କର ଦୁଃଖଦ ଘଟଣା। ପୀଡିତଙ୍କୁ ସାହାଯ୍ୟ କରିବାକୁ ଆମେ ଏଠାରେ ଅଛୁ। ୱାୟାନାଡରେ ଭୂସ୍ଖଳନ ପୀଡିତଙ୍କ ପାଇଁ କଂଗ୍ରେସ ୧୦୦ଘର ନିର୍ମାଣ କରିବ […] The post ଭୂସ୍ଖଳନ ପୀଡିତଙ୍କୁ ଭେଟିବା ପରେ ରାହୁଲ କଲେ ବଡ଼ ଘୋଷଣା, ପୀଡିତଙ୍କ ପାଇଁ… appeared first on Dharitri Odia News.
ଓ୍ବାୟନାଡ,୨।୮:କେରଳର ୱାୟାନାଡରେ ଭୂସ୍ଖଳନ ଘଟଣାରେ ମୃତ୍ୟୁସଂଖ୍ୟା ୩୦୮ରେ ପହଞ୍ଚିଥିବାବେଳେ ଶହ ଶହ ଲୋକ ନିଖୋଜ ଥିବା ସୂଚନା ମିଳିଛି। ଲୋକ ସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୱାୟାନାଡ ଗସ୍ତରେ ଅଛନ୍ତି। ସ୍ଥିତି ଦେଖିବା ପରେ ରାହୁଲ କହିଛନ୍ତ, ଏହା ଏକ ଭୟଙ୍କର ଦୁଃଖଦ ଘଟଣା। ପୀଡିତଙ୍କୁ ସାହାଯ୍ୟ କରିବାକୁ ଆମେ ଏଠାରେ ଅଛୁ। ୱାୟାନାଡରେ ଭୂସ୍ଖଳନ ପୀଡିତଙ୍କ ପାଇଁ କଂଗ୍ରେସ ୧୦୦ଘର ନିର୍ମାଣ କରିବ ବୋଲି ସେ ଘୋଷଣା କରିଛନ୍ତି।
ରାହୁଲ ଆହୁରି କହିଛନ୍ତି, ମୁଁ ଗତକାଲି ଠାରୁ ଏଠାରେ ଅଛି, ଗତକାଲି ଆମେ ଘଟଣା ସ୍ଥଳକୁ ଯାଇଥିଲୁ, କ୍ୟାମ୍ପକୁ ଯାଇଥିଲୁ, ଏଠାରେ ସ୍ଥିତି ଅନୁଧ୍ୟାନ କରିଥିଲୁ। ଆଜି ପ୍ରଶାସନ ସହିତ ଆମର ଏକ ବୈଠକ ହେବାର ଅଛି। ବୈଠକ ପରେ ପରିସ୍ଥିତି କ’ଣ ଜଣାପଡିବ।
The post ଭୂସ୍ଖଳନ ପୀଡିତଙ୍କୁ ଭେଟିବା ପରେ ରାହୁଲ କଲେ ବଡ଼ ଘୋଷଣା, ପୀଡିତଙ୍କ ପାଇଁ… appeared first on Dharitri Odia News.