୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ ପୁରୀ ରାମଚଣ୍ଡୀ ଥାନା ଅଧୀନ ଛଇତନା ବଜାରରେ ମାଗଣାରେ ଲୋକଙ୍କୁ ଚିକେନ ପକୋଡ଼ା ବଣ୍ଟା ଯାଇଛି। ଚିକେନ ପକୋଡ଼ା ଖାଇବାକୁ ଲୋକଙ୍କ ପ୍ରବଳ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି। ଲୋକେ ୪ ଘଣ୍ଟାରେ ୨ କୁଇଣ୍ଟାଲ କୁକୁଡ଼ା ମାଂସରେ ତିଆରି ପକୋଡ଼ା ଖାଇଦେଇଥିବା ସୂଚନା ମିଳିଛି। ଶୁକ୍ରବାର ସନ୍ଧ୍ୟା ୫ଟାରୁ […] The post ୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା appeared first on Dharitri Odia News.

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ ପୁରୀ ରାମଚଣ୍ଡୀ ଥାନା ଅଧୀନ ଛଇତନା ବଜାରରେ ମାଗଣାରେ ଲୋକଙ୍କୁ ଚିକେନ ପକୋଡ଼ା ବଣ୍ଟା ଯାଇଛି। ଚିକେନ ପକୋଡ଼ା ଖାଇବାକୁ ଲୋକଙ୍କ ପ୍ରବଳ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି। ଲୋକେ ୪ ଘଣ୍ଟାରେ ୨ କୁଇଣ୍ଟାଲ କୁକୁଡ଼ା ମାଂସରେ ତିଆରି ପକୋଡ଼ା ଖାଇଦେଇଥିବା ସୂଚନା ମିଳିଛି।

ଶୁକ୍ରବାର ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚିକେନ ପକୋଡ଼ା ବଣ୍ଟା ଯାଇଛି। ଛୋଟ ପିଲାଙ୍କଠାରୁ ବୟସ୍କ ସମସ୍ତେ ଲମ୍ବା ଧାଡ଼ିରେ ଠିଆ ହୋଇ ପକୋଡ଼ା ଖାଇବା ସହ ଘରକୁ ନେଇଥିବା ଦେଖିବାକୁ ମିଳିଛି। କୁକୁଡ଼ା ଚିଆଁ ଓ ଦାନା ବିକ୍ରି କରୁଥିବା ଏକ ସଂସ୍ଥା ଏହି ମାଗଣା ଚିକେନ ପକୋଡ଼ା ବାଣ୍ଟିଥିବା ଅଞ୍ଚଳରେ ଚର୍ଚ୍ଚା ହୋଇଛି । ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

The post ୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା appeared first on Dharitri Odia News.