ଭୂସ୍ଵର୍ଗରେ ପ୍ରକୃତିର ତାଣ୍ଡବ ; ବାଦଲଫଟା ବର୍ଷା ଯୋଗୁଁ, ୩ ମୃତ
ନୂଆଦିଲ୍ଲୀ ୨୦।୦୪; ଜାମ୍ମୁ- କାଶ୍ମୀରରେ ବଡ଼ ଧରଣର ଭୂସ୍ଖଳନ । ଜମ୍ମୁକାଶ୍ମୀର ରାମବନ ଜିଲ୍ଲାରେ ବାଦଲ ଫଟା ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ଏକାଧିକ ଘର ଭାଙ୍ଗିଯିବା ସହିତ ଯାନବାହାନ ନଷ୍ଟ ହୋଇଛି । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ନିଖୋଜ ଥିବା କୁହାଯାଉଛି । ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ଏହା ସହିତ, ଅନେକ ଲୋକ ନିଜ ଘରେ ଫସି ରହିଛନ୍ତି, ସେମାନଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି।ରାମବନ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ଯାନବାହାନ ସହ ରାସ୍ତାଘାଟ ଭାଙ୍ଗି ଯାଇଛି । ଜାତୀୟ ରାଜପଥରେ ପଥର ଖଣ୍ଡ ପଡିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଭୂସ୍ଖଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୧୦୦ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଯେତେବେଳେ ୨୫ ରୁ ୩୦ ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ, ଅଞ୍ଚଳରେ ଅନେକ ଲୋକ ନିଜ ଘରେ ଫସି ରହିଛନ୍ତି, ସେମାନଙ୍କୁ ଉଦ୍ଧାର କରିବାର କାର୍ଯ୍ୟ ଜାରି ରହିଛି। ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ୯୦ ରୁ ୧୦୦ ଲୋକଙ୍କୁ ସୁରକ୍ଷିତ ଭାବରେ ଅଞ୍ଚଳରୁ ବାହାର କରିଛନ୍ତି।ଅନ୍ୟପକ୍ଷରେ, ଖରାପ ପାଗକୁ ଦୃଷ୍ଟିରେ ରଖି ରାମବାନ ଜିଲ୍ଲାର ଡେପୁଟି କମିଶନର ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ବିଜେପି ନେତା ଏବଂ ସାଂସଦ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଜାମ୍ମୁ ଓ କାଶ୍ମୀରର ରାମବନ ଜିଲ୍ଲାର ଆଖପାଖ ଅଞ
ନୂଆଦିଲ୍ଲୀ ୨୦।୦୪; ଜାମ୍ମୁ- କାଶ୍ମୀରରେ ବଡ଼ ଧରଣର ଭୂସ୍ଖଳନ । ଜମ୍ମୁକାଶ୍ମୀର ରାମବନ ଜିଲ୍ଲାରେ ବାଦଲ ଫଟା ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ଏକାଧିକ ଘର ଭାଙ୍ଗିଯିବା ସହିତ ଯାନବାହାନ ନଷ୍ଟ ହୋଇଛି । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ନିଖୋଜ ଥିବା କୁହାଯାଉଛି । ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ଏହା ସହିତ, ଅନେକ ଲୋକ ନିଜ ଘରେ ଫସି ରହିଛନ୍ତି, ସେମାନଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି।
ରାମବନ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ଯାନବାହାନ ସହ ରାସ୍ତାଘାଟ ଭାଙ୍ଗି ଯାଇଛି । ଜାତୀୟ ରାଜପଥରେ ପଥର ଖଣ୍ଡ ପଡିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଭୂସ୍ଖଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୧୦୦ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଯେତେବେଳେ ୨୫ ରୁ ୩୦ ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ, ଅଞ୍ଚଳରେ ଅନେକ ଲୋକ ନିଜ ଘରେ ଫସି ରହିଛନ୍ତି, ସେମାନଙ୍କୁ ଉଦ୍ଧାର କରିବାର କାର୍ଯ୍ୟ ଜାରି ରହିଛି। ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ୯୦ ରୁ ୧୦୦ ଲୋକଙ୍କୁ ସୁରକ୍ଷିତ ଭାବରେ ଅଞ୍ଚଳରୁ ବାହାର କରିଛନ୍ତି।
ଅନ୍ୟପକ୍ଷରେ, ଖରାପ ପାଗକୁ ଦୃଷ୍ଟିରେ ରଖି ରାମବାନ ଜିଲ୍ଲାର ଡେପୁଟି କମିଶନର ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ବିଜେପି ନେତା ଏବଂ ସାଂସଦ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଜାମ୍ମୁ ଓ କାଶ୍ମୀରର ରାମବନ ଜିଲ୍ଲାର ଆଖପାଖ ଅଞ୍ଚଳରେ ରାତିସାରା ପ୍ରବଳ ବର୍ଷା, ଭୂସ୍ଖଳନ ଏବଂ ପ୍ରବଳ ପବନ ଘଟିଛି। ଜାତୀୟ ରାଜପଥ ଅବରୋଧ ହୋଇଛି । ସେମାନଙ୍କୁ ଆର୍ଥିକ ଏବଂ ଅନ୍ୟାନ୍ୟ ସମସ୍ତ ପ୍ରକାରର ରିଲିଫ୍ ଯୋଗାଇ ଦିଆଯାଉଛି।