ଭେନେଜୁଏଲାର ବିରୋଧୀ ନେତା ଗୋଞ୍ଜାଲେଜ୍‌ଙ୍କ ସ୍ପେନ୍‌ ପଳାୟନ

କାରାକସ୍‌,୯ା୯: ଭେନେଜୁଏଲାର ପୂର୍ବତନ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ଏଡମୁଣ୍ଡୋ ଗୋଞ୍ଜାଲେଜ୍‌ ଦେଶ ଛାଡ଼ି ପଳାଇ ଯାଇଛନ୍ତି। ସ୍ପେନ୍‌ ତାଙ୍କୁ ଆଶ୍ରୟ ଦେବା ନିମନ୍ତେ ଅନୁମତି ପ୍ରଦାନ କରିଛି। ଦେଶରେ ଗୋଟିଏ ଦଳ ଦ୍ୱାରା ୨ ଦଶନ୍ଧିର ଶାସନରେ ଲକ୍ଷ ଲକ୍ଷ ଲୋକେ ଅତିଷ୍ଠ ହୋଇ ଗୋଞ୍ଜାଲେଜ୍‌ଙ୍କ ପ୍ରଚାର ଉପରେ ଆଶା ରଖିଥିଲେ। ତାଙ୍କର ପଳାୟନ ଏହି ଲୋକମାନଙ୍କ ପାଇଁ ଶକ୍ତ ଧକ୍କା ହୋଇଛି। ଜୁଲାଇରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଗେଞ୍ଜାଲେଜ୍‌ ବିଜୟୀ ହେବେ ବୋଲି ବିଭିନ୍ନ ଦେଶ […] The post ଭେନେଜୁଏଲାର ବିରୋଧୀ ନେତା ଗୋଞ୍ଜାଲେଜ୍‌ଙ୍କ ସ୍ପେନ୍‌ ପଳାୟନ appeared first on Dharitri Odia News.

ଭେନେଜୁଏଲାର ବିରୋଧୀ ନେତା ଗୋଞ୍ଜାଲେଜ୍‌ଙ୍କ ସ୍ପେନ୍‌ ପଳାୟନ

କାରାକସ୍‌,୯ା୯: ଭେନେଜୁଏଲାର ପୂର୍ବତନ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ଏଡମୁଣ୍ଡୋ ଗୋଞ୍ଜାଲେଜ୍‌ ଦେଶ ଛାଡ଼ି ପଳାଇ ଯାଇଛନ୍ତି। ସ୍ପେନ୍‌ ତାଙ୍କୁ ଆଶ୍ରୟ ଦେବା ନିମନ୍ତେ ଅନୁମତି ପ୍ରଦାନ କରିଛି। ଦେଶରେ ଗୋଟିଏ ଦଳ ଦ୍ୱାରା ୨ ଦଶନ୍ଧିର ଶାସନରେ ଲକ୍ଷ ଲକ୍ଷ ଲୋକେ ଅତିଷ୍ଠ ହୋଇ ଗୋଞ୍ଜାଲେଜ୍‌ଙ୍କ ପ୍ରଚାର ଉପରେ ଆଶା ରଖିଥିଲେ। ତାଙ୍କର ପଳାୟନ ଏହି ଲୋକମାନଙ୍କ ପାଇଁ ଶକ୍ତ ଧକ୍କା ହୋଇଛି। ଜୁଲାଇରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଗେଞ୍ଜାଲେଜ୍‌ ବିଜୟୀ ହେବେ ବୋଲି ବିଭିନ୍ନ ଦେଶ ଆଶାବାଦୀ ଥିଲେ। ତେବେ ନିକୋଲାସ୍‌ ମାଦୁରୋ ତୃତୀୟ ଥର ପାଇଁ ଦେଶର ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଘୋଷଣା କରାଯାଇଥିଲା। ତାଙ୍କୁ ୫୧ପ୍ରତିଶତ ଭୋଟ ମିଳିଥିବାବେଳେ ଗୋଞ୍ଜାଲେଜ୍‌ ୪୪% ଭୋଟ ପାଇଥିଲେ। ଭୋଟିଂରେ ଜାଲିଆତି ଅଭିଯୋଗ ହୋଇଥିଲା। ଦେଶରେ ରାଜନୈତିକ ଶାନ୍ତି ଓ ସ୍ଥିରତା ପାଇଁ ଗୋଞ୍ଜାଲେଜଙ୍କୁ ସୁରକ୍ଷିତ ଭାବେ ଦେଶ ଛାଡ଼ିବା ନିମନ୍ତେ ସୁଯୋଗ ଦେବାକୁ ସରକାର ନିଷ୍ପତ୍ତି ନେଇଥିଲେ।

The post ଭେନେଜୁଏଲାର ବିରୋଧୀ ନେତା ଗୋଞ୍ଜାଲେଜ୍‌ଙ୍କ ସ୍ପେନ୍‌ ପଳାୟନ appeared first on Dharitri Odia News.