ଭୋଜି ଖାଇବାକୁ ଯାଇ ରାତିରେ ଶୋଇଥିଲେ ଯୁବକ, ସକାଳୁ ନ ଉଠିବାରୁ…
ଧର୍ମଶାଳା,୨୧ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ଅଞ୍ଜୀରା ପଞ୍ଚାୟତର ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ବାପା ଜେନାପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଥାନା ଅଧିକାରୀ ନିରୂପମା ଜେନା କହିଛନ୍ତି। ଅଭିଯୋଗ ମୁତାବକ ଯୁବକ ଜଣଙ୍କ ସେଠାରେ ଥିବା ବିଜେଡି କାର୍ଯ୍ୟାଳୟ ପାଖରେ ଗତକାଲି ଭୋଜି କରି ସେଠାରେ ରାତିରେ ଶୋଇଥିଲେ କିନ୍ତୁ ସକାଳୁ ନ ଉଠିବାରୁ ସ୍ଥାନୀୟ ଲୋକେ ତାଙ୍କ ପରିବାରକୁ ଖବର ଦେଇଥିଲେ। ପରିବାର ଲୋକେ […] The post ଭୋଜି ଖାଇବାକୁ ଯାଇ ରାତିରେ ଶୋଇଥିଲେ ଯୁବକ, ସକାଳୁ ନ ଉଠିବାରୁ… appeared first on Dharitri Odia News.
ଧର୍ମଶାଳା,୨୧ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ଅଞ୍ଜୀରା ପଞ୍ଚାୟତର ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ବାପା ଜେନାପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଥାନା ଅଧିକାରୀ ନିରୂପମା ଜେନା କହିଛନ୍ତି। ଅଭିଯୋଗ ମୁତାବକ ଯୁବକ ଜଣଙ୍କ ସେଠାରେ ଥିବା ବିଜେଡି କାର୍ଯ୍ୟାଳୟ ପାଖରେ ଗତକାଲି ଭୋଜି କରି ସେଠାରେ ରାତିରେ ଶୋଇଥିଲେ କିନ୍ତୁ ସକାଳୁ ନ ଉଠିବାରୁ ସ୍ଥାନୀୟ ଲୋକେ ତାଙ୍କ ପରିବାରକୁ ଖବର ଦେଇଥିଲେ। ପରିବାର ଲୋକେ ପହଞ୍ଚି ଉକ୍ତ ଯୁବକ ଜଣଙ୍କୁ ବଡ଼ଚଣା ମେଡିକାଲ ନେଇ ଯିବା ପରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଯୁବକଙ୍କ ମୃତୁ କିପରି ହେଲା ଓ କିଏ କିଏ ଭୋଜିରେ ସାମିଲ ଥିଲେ ତାକୁ ନେଇ ପୋଲିସ ତଦନ୍ତ ଚଳାଇଛି। ଅପରପକ୍ଷରେ ଦଳୀୟ କାର୍ଯ୍ୟାଳୟକୁ ନେଇ ସୋସିଆଲ ମିଡିଆରେ ନାନା ଆଲୋଚନା ଦେଖିବାକୁ ମିଳୁଛି।
The post ଭୋଜି ଖାଇବାକୁ ଯାଇ ରାତିରେ ଶୋଇଥିଲେ ଯୁବକ, ସକାଳୁ ନ ଉଠିବାରୁ… appeared first on Dharitri Odia News.