ଭୋଟ ଗଣତି ପାଇଁ ତ୍ରିସ୍ତରୀୟ କଡା ସୁରକ୍ଷା ବ୍ୟବସ୍ଥା
ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଭୋଟ ଗଣତି ପରେ ଫଳାଫଳ ସଂପର୍କରେ ନିର୍ବାଚନ କମିଶନ ଏବଂ ଗଣତିକେନ୍ଦ୍ର ପରିସରରେ ଖୋଲା ଯାଇଥିବା ମିଡିଆ ସେଣ୍ଟରକୁ ତୁରନ୍ତ ସୂଚନା ଦିଆଯିବାର ବ୍ୟବସ୍ଥା କରାଯାଇଛି। ଭୋଟ ଗଣତି ସୁରକ୍ଷା ଦାୟିତ୍ୱରେ ତିନି କମ୍ପାନୀ ସୁରକ୍ଷା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଗଣତି କେନ୍ଦ୍ରଠାରୁ ଦୁଇଶହ ମିଟର ଅଞ୍ଚଳକୁ ଜିଲା ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବାବେଳେ ୧୪୪ ଧାରା ଜାରି କରାଯାଇଛି। ସୁରକ୍ଷା କାରଣରୁ ଭୋଟ ଗଣତି କେନ୍ଦ୍ର (ବୌଦ୍ଧ ପଞ୍ଚାୟତ […]

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଭୋଟ ଗଣତି ପରେ ଫଳାଫଳ ସଂପର୍କରେ ନିର୍ବାଚନ କମିଶନ ଏବଂ ଗଣତିକେନ୍ଦ୍ର ପରିସରରେ ଖୋଲା ଯାଇଥିବା ମିଡିଆ ସେଣ୍ଟରକୁ ତୁରନ୍ତ ସୂଚନା ଦିଆଯିବାର ବ୍ୟବସ୍ଥା କରାଯାଇଛି। ଭୋଟ ଗଣତି ସୁରକ୍ଷା ଦାୟିତ୍ୱରେ ତିନି କମ୍ପାନୀ ସୁରକ୍ଷା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଗଣତି କେନ୍ଦ୍ରଠାରୁ ଦୁଇଶହ ମିଟର ଅଞ୍ଚଳକୁ ଜିଲା ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବାବେଳେ ୧୪୪ ଧାରା ଜାରି କରାଯାଇଛି। ସୁରକ୍ଷା କାରଣରୁ ଭୋଟ ଗଣତି କେନ୍ଦ୍ର (ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ)ର ମୁଖ୍ୟ ଫାଟକକୁ ବନ୍ଦ ରଖାଯିବା ସହିତ ଜିଲା ଷ୍ଟାଡିୟମ ଭିତର ଦେଇ ଗଣତି କେନ୍ଦ୍ର ମଧ୍ୟକୁ ଦାୟିତ୍ୱରେ ଥିବା କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ବ୍ୟବସ୍ଥା କରାଯାଇଛି।