ଭୋଟର ତାଲିକା ସଂଶୋଧନ ନେଇ ଦ୍ଵନ୍ଦ୍ଵ କାହିଁକି ?

ଭୁବନେଶ୍ଵର: “ସମ୍ବିଧାନର ଧାରା ୩୨୪ ଏବଂ ଲୋକ ପ୍ରତିନିଧି ଆଇନ ୧୯୫୦ ଆଧାରରେ ନିର୍ବାଚନ କମିସନଙ୍କ ଉପରେ ନିର୍ବାଚନ ପରିଚାଳନା ନିମନ୍ତେ ଭୋଟର ତାଲିକା ଅଧୀକ୍ଷଣ ଏବଂ ନିୟନ୍ତ୍ରଣ ଦାୟିତ୍ୱ ନ୍ୟସ୍ତ ଥିବାରୁ ଏବଂ ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ନିମନ୍ତେ ଭୋଟର ତାଲିକାର ଅଖଣ୍ଡତା ମୂଳଭୂତ ଆଧାର ହୋଇଥିବାରୁ, ଲୋକ ପ୍ରତିନିଧି ଆଇନ ୧୯୫୦ରେ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଯୋଗ୍ୟତା ସର୍ତ୍ତାବଳୀ, ପଦ୍ଧତି ଓ ପ୍ରକ୍ରିୟା ନିରୂପଣ କରାଯାଇ କମିସନ ନିଜସ୍ୱ କ୍ଷମତା ଆଧାରରେ […]

ଭୋଟର ତାଲିକା ସଂଶୋଧନ ନେଇ ଦ୍ଵନ୍ଦ୍ଵ କାହିଁକି ?

ଭୁବନେଶ୍ଵର: “ସମ୍ବିଧାନର ଧାରା ୩୨୪ ଏବଂ ଲୋକ ପ୍ରତିନିଧି ଆଇନ ୧୯୫୦ ଆଧାରରେ ନିର୍ବାଚନ କମିସନଙ୍କ ଉପରେ ନିର୍ବାଚନ ପରିଚାଳନା ନିମନ୍ତେ ଭୋଟର ତାଲିକା ଅଧୀକ୍ଷଣ ଏବଂ ନିୟନ୍ତ୍ରଣ ଦାୟିତ୍ୱ ନ୍ୟସ୍ତ ଥିବାରୁ ଏବଂ ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ନିମନ୍ତେ ଭୋଟର ତାଲିକାର ଅଖଣ୍ଡତା ମୂଳଭୂତ ଆଧାର ହୋଇଥିବାରୁ, ଲୋକ ପ୍ରତିନିଧି ଆଇନ ୧୯୫୦ରେ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଯୋଗ୍ୟତା ସର୍ତ୍ତାବଳୀ, ପଦ୍ଧତି ଓ ପ୍ରକ୍ରିୟା ନିରୂପଣ କରାଯାଇ କମିସନ ନିଜସ୍ୱ କ୍ଷମତା ଆଧାରରେ ୧୯୫୨-୫୬, ୧୯୫୭, ୧୯୬୧ ଏବଂ ୨୦୦୪ ମସିହାରେ ସାରା ଦେଶରେ ଏବଂ ଦେଶର କିଛି ଅଂଶରେ ପୁଙ୍ଖାନୁପୁଙ୍ଖ ସଂଶୋଧନ ପ୍ରକ୍ରିୟା ମାଧ୍ୟମରେ ନୂତନ ଭୋଟର ତାଲିକା ପ୍ରସ୍ତୁତ କରିଥିଲେ। ଏହି ପ୍ରକ୍ରିୟାରେ ବିହାରରେ ଶେଷ ଥର ପାଇଁ ୨୦୦୩ ମସିହାରେ ପୁଙ୍ଖାନୁପୁଙ୍ଖ ଭୋଟର ତାଲିକା ସଂଶୋଧନ ୧.୧.୨୦୦୩ ତାରିଖ ଆଧାରରେ ସମ୍ପନ୍ନ ହୋଇଥିଲା। ଭୋଟର ତାଲିକାରେ ସମସ୍ତ ଯୋଗ୍ୟ ନାଗରିକ ଅନ୍ତର୍ଭୁକ୍ତ ରହିବେ ଏବଂ କେହି ଯୋଗ୍ୟ ନାଗରିକ ବାଦ ପଡ଼ିବେ ନାହିଁ ଏହା ନିଶ୍ଚିତ କରିବା ନିମନ୍ତେ କମିସନ ନିଜସ୍ୱ ସାମ୍ବିଧାନିକ ଦାୟିତ୍ୱ ନିର୍ବାହ ଅବସରରେ ସମଗ୍ର ଦେଶରେ ଭୋଟର ତାଲିକାର ଅଖଣ୍ଡତା ରକ୍ଷା କରିବା ନିମନ୍ତେ ସ୍ୱତନ୍ତ୍ର ପୁଙ୍ଖାନୁପୁଙ୍ଖ ସଂଶୋଧନ (ସ୍ପେଶାଲ ଇଂଟେନସିଭ୍‌‌ ରିଭିଜନ) ପ୍ରକ୍ରିୟା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛି। ଚଳିତ ବର୍ଷ ଶେଷ ଭାଗରେ ବିହାର ରାଜ୍ୟରେ ବିଧାନସଭା ନିର୍ବାଚନ ସମ୍ଭାବନା ଥିବାରୁ ରାଜ୍ୟରେ ସ୍ୱତନ୍ତ୍ର ପୁଙ୍ଖାନୁପୁଙ୍ଖ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହେବ।” ଚଳିତ ବର୍ଷ ଜୁନ୍‌‌ ୨୪ରେ ଭାରତୀୟ ନିର୍ବାଚନ କମିସନଙ୍କ ତରଫରୁ ଏହି ନି​‌େ​‌ର୍ଦଶନାମା ଜାରି ହେବାର ପର ଦିନ ଅର୍ଥାତ୍‌‌ ଜୁନ୍‌‌ ୨୫ରେ ନିର୍ବାଚନ କମିସନ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରଥିଲେ। ଏହା ପରେ ବିଭିନ୍ନ ରାଜନୈତିକ ଦଳ, ରାଜନୈତିକ ସଂଗଠନ ଏବଂ ବ୍ୟକ୍ତିବିଶେଷ ଏହାକୁ ରଦ୍ଦ କରିବା ନିମନ୍ତେ କମିସନଙ୍କୁ ପତ୍ର ଲେଖିଥିଲେ। ଏହା ଫଳପ୍ରଦ ନ ହେବାରୁ ସେମାନେ ଜୁଲାଇ ୭ରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇ ଭୋଟର ତାଲିକାର ସ୍ୱତନ୍ତ୍ର ପୁଙ୍ଖାନୁପୁଙ୍ଖ ସଂଶୋଧନ କାର୍ଯ୍ୟକ୍ରମ ଉପରେ ରହିତାଦେଶ ଜାରି କରିବା ପାଇଁ ନିବେଦନ କରିଥିଲେ। ସୁପ୍ରିମକୋର୍ଟ ଜୁଲାଇ ୧୦ରେ ମାମଲାର ଶୁଣାଣି କରି ଭୋଟର ତାଲିକାର ସ୍ପେଶାଲ ଇଂଟେନସିଭ୍‌‌ ରିଭିଜନ (ଏସ୍‌ଆଇଆର୍‌) କାର୍ଯ୍ୟକ୍ରମ ଅବ୍ୟାହତ ରଖିବା ପାଇଁ କମିସନଙ୍କୁ ନି​‌େ​‌ର୍ଦଶ ଦେଇଥିଲେ।
ଭୋଟର ତାଲିକାରେ ପ୍ରତିବର୍ଷ ନୂଆ ଭୋଟର ଯୋଡି ହେଉଥାନ୍ତି ଓ ମୃତ୍ୟୁବରଣ, ସ୍ଥାନାନ୍ତର ଆଦି କାରଣରୁ କିଛି ବାଦ ପଡୁଥାନ୍ତି। ତେଣୁ ଭୋଟର ତାଲିକା ସଂଶୋଧନ ଏକ ନିୟମିତ ପ୍ରକ୍ରିୟା ଏବଂ ସେଥି ନିମନ୍ତେ ବିଧିବଦ୍ଧ ନିୟମ ରହିଛି। ୧୯୬୦ ମସିହା ଭୋଟର ପଞ୍ଜୀକରଣ ନିୟମାବଳୀରେ ସଂଶୋଧନ ନିମନ୍ତେ ତିନିଟି ଉପାୟ ନିର୍ଦ୍ଧାରଣ କରାଯାଇଛି। ୧) ସଂକ୍ଷିପ୍ତ ସଂଶୋଧନ : ଏହା ବାର୍ଷିକ ପ୍ରକ୍ରିୟା, ଯେଉଁଥିରେ ବୁଥ୍‌‌ସ୍ତରୀୟ ଅଧିକାରୀମାନେ ଭୋଟର ତାଲିକାରେ ଥିବା ଅସଙ୍ଗତି ସମ୍ପର୍କରେ ଜନସାଧାରଣଙ୍କ ଠାରୁ ଦାବି ଏବଂ ଆପତ୍ତି ଆହ୍ୱାନ କରି ଯାଞ୍ଚ କରିବା ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଥାଏ। ୨) ପୁଙ୍ଖାନୁପୁଙ୍ଖ ସଂଶୋଧନ : ଏହି ପ୍ରକ୍ରିୟାରେ ପୂର୍ବରୁ ପ୍ରସ୍ତୁତ ତାଲିକାକୁ ଉପେକ୍ଷା କରି ଶତ ପ୍ରତିଶତ ଘରକୁ ଘର ବୁଲି ନୂତନ ଭୋଟର ତାଲିକା ପ୍ରସ୍ତୁତ କରାଯାଏ। ୩) ପୁଙ୍ଖାନୁପୁଙ୍ଖ ସଂକ୍ଷିପ୍ତ ସଂଶୋଧନ : ଏଥିରେ ଉପରୋକ୍ତ ଦୁଇଟି ପଦ୍ଧତିର ସମନ୍ୱୟ ଘଟିଥାଏ। ଭୋଟର ତାଲିକାରେ ଥିବା ଅସଙ୍ଗତି ସମ୍ପର୍କରେ ଜନତାଙ୍କଠାରୁ ଦାବି ଓ ଆପତ୍ତି ଆହ୍ୱାନ କରି ଖସଡା ତାଲିକା ପ୍ରସ୍ତୁତ କରାଯାଏ। ବୁଥସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ତାହା ଯାଞ୍ଚ କରିବା ପରେ ଚୂଡାନ୍ତ ତାଲିକା ପ୍ରକାଶ ପାଇଥାଏ। ଏତଦ୍‌‌ଭିନ୍ନ, ନିର୍ବାଚନ କମିସନଙ୍କ ପ୍ରକରଣ ପୁସ୍ତିକାରେ ଭିନ୍ନ ଏକ ପଦ୍ଧତି ସମ୍ପର୍କରେ ସୂଚନା ରହିଛି- ସ୍ୱତନ୍ତ୍ର ପୁଙ୍ଖାନୁପୁଙ୍ଖ ସଂଶୋଧନ। ଏହାର ଆବଶ୍ୟକତା ସମ୍ପର୍କରେ ଜୁନ୍‌‌ ୨୪ ନି​‌େ​‌ର୍ଦଶନାମାରେ କମିସନ ଉଲ୍ଲେଖ କରିଛନ୍ତି – ‘ବିଗତ ଦୁଇ ଦଶନ୍ଧି ମଧ୍ୟରେ ନାମ ଯୋଡା ଏବଂ ବାତିଲ ପ୍ରକ୍ରିୟା ବ୍ୟାପକ ହୋଇଥିବାରୁ, ଭୋଟର ତାଲିକାରେ ଗୁରୁତର ପରିବର୍ତ୍ତନ ଘଟିଛି। ଦ୍ରୁତ ସହରୀକରଣ, ଶିକ୍ଷା, ଜୀବିକା ଓ ଅନ୍ୟାନ୍ୟ କାରଣରୁ ବାରମ୍ବାର ସ୍ଥାନାନ୍ତର ହେବା ଏକ ନିୟମିତ ଧାରାରେ ପରିଣତ ହୋଇଯାଇଛି। କିଛି ଭୋଟର, ଗୋଟିଏ ସ୍ଥାନରେ ନାମ ପଞ୍ଜୀକରଣ କରିଥିବା ସ​‌େ​‌ତ୍ତ୍ବ ବାସସ୍ଥାନ ପରିବର୍ତ୍ତନ ପରେ ନୂତନ ସ୍ଥାନରେ ନାମ ଯୋଡିଛନ୍ତି; କିନ୍ତୁ ମୂଳ ସ୍ଥାନରୁ ତାହା ବାଦ ପଡ଼ିନାହିଁ। ଏହି କାରଣରୁ ଭୋଟର ତାଲିକାରେ ନାମ ପୁନରାବୃତ୍ତି ସମ୍ଭାବନା ବୃଦ୍ଧି ପାଇଛି। ତେଣୁ ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ଭୋଟର ତାଲିକାର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଯାଞ୍ଚ କରିବା ଅପରିହାର୍ଯ୍ୟ ହୋଇ ପଡ଼ିଛି।’ ଏହି ଗଣନା ପର୍ଯ୍ୟାୟରେ ନାଗରିକଙ୍କୁ ପ୍ରାମାଣିକ ଦଲିଲ ଦାଖଲ କରିବାର ଆବଶ୍ୟକତା ରହିଛି। ସେଥି ନିମନ୍ତେ ନିର୍ବାଚନ କମିସନ ୧୧ଟି ଦସ୍ତାବିଜର ନାମ ଯଥା: କେନ୍ଦ୍ର ସରକାର/ରାଜ୍ୟ ସରକାରଙ୍କ ପ୍ରଦତ୍ତ ପରିଚୟ ପତ୍ର, କେନ୍ଦ୍ର ସରକାର/ରାଜ୍ୟ ସରକାରଙ୍କ ପେନ୍‌ସନ ପୁସ୍ତକ, ଜନ୍ମ ପ୍ରମାଣପତ୍ର, ପାସପୋର୍ଟ, ମାଟ୍ରିକ ସାର୍ଟିଫିକେଟ୍‌‌, ରାଜ୍ୟ ସରକାରଙ୍କ ପ୍ରଦତ୍ତ ସ୍ଥାୟୀ ନିବାସ ପ୍ରମାଣ ପତ୍ର, ଜାତୀୟ ନାଗରିକ ପଞ୍ଜିକା, ସରକାରଙ୍କ ଦ୍ୱାରା ଜମି/ଘର ଆବଣ୍ଟନ ପ୍ରମାଣପତ୍ର ଉଲ୍ଲେଖ କରିଛନ୍ତି। ଜୁଲାଇ ୧୦ରେ ମାମଲା ଶୁଣାଣିବେଳେ ସୁପ୍ରିମକୋର୍ଟ ଏଥି ସହିତ ଆଉ ତିନୋଟି ସହଜଲବ୍ଧ ଅଥଚ ଗୁରୁତ୍ୱପୂର୍ଣ୍ଣ ଦଲିଲ ଯଥା: ଆଧାର କାର୍ଡ, ଭୋଟର ପରିଚୟ ପତ୍ର ଏବଂ ରେସନକାର୍ଡ ଯୋଗ କରିହେବ କି ନାହିଁ, ସେ ନେଇ ବିଚାର କରିବାକୁ କହିଛନ୍ତି।
ଆମ ସମ୍ବିଧାନରେ ମତଦାନକୁ ମୌଳିକ ଅଧିକାର ଭାବେ ନୁହେଁ, ଆଇନଗତ ଅଧିକାର ଭାବେ ସ୍ୱୀକୃତି ପ୍ରଦାନ କରାଯାଇଛି। ସମ୍ବିଧାନର ଧାରା ୩୨୬ ଆଧାରରେ ୧୮ ବର୍ଷରୁ ଊର୍ଦ୍ଧ୍ବ ପ୍ରତ୍ୟେକ ଭାରତୀୟ ଭୋଟର ଭାବେ ପଞ୍ଜିକୃତ ହେବାର ଅଧିକାର ରହିଛି; କିନ୍ତୁ ଏଥି ନିମନ୍ତେ ମୌଳିକ ସର୍ତ୍ତ ହେଉଛି ସେ ଭାରତର ନାଗରିକ ହୋଇଥିବା ଆବଶ୍ୟକ। କେବଳ ନାଗରିକମାନେ ହିଁ ଭୋଟ ଦେଇପାରିବେ, ଅର୍ଥାତ୍‌ ନାଗରିକଙ୍କ ନାମ ଭୋଟର ତାଲିକାରେ ସୁନିଶ୍ଚିତ କରିବା ହିଁ ନିର୍ବାଚନ କମିସନଙ୍କର ସାମ୍ବିଧାନିକ ଦାୟିତ୍ୱ। ଠିକ ଭୋଟର ତାଲିକା ପ୍ରସ୍ତୁତ କରିବା ନିର୍ବାଚନ କମିସନଙ୍କ ଦାୟିତ୍ୱ। ସେଥି ନିମନ୍ତେ ନିର୍ବାଚନ କମିସନ ସାରା ଦେଶରେ ଭୋଟର ତାଲିକାରେ ସ୍ୱତନ୍ତ୍ର ପୁଙ୍ଖାନୁପୁଙ୍ଖ ସଂଶୋଧନ ଆଣିବା ପାଇଁ ଘୋଷଣା କରିଛନ୍ତି ଏବଂ ବିହାର ହେଉଛି ପ୍ରଥମ ପର୍ଯ୍ୟାୟ।
ଏହି ପ୍ରକ୍ରିୟାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମସିହା ହେଉଛି ୧୯୮୭ ଓ ୨୦୦୪। ୧୯୮୬ ଏବଂ ୨୦୦୩ ମସିହାରେ ଭାରତ ସରକାର ନାଗରିକତା ଆଇନ ୧୯୫୫ରେ ବ୍ୟାପକ ପରିବର୍ତ୍ତନ ଆଣିଥିଲେ, ଯାହା ୧୯୮୭ ଏବଂ ୨୦୦୪ ମସିହାରେ ଅଧିସୂଚିତ ହୋଇଥିଲା। ୧୯୮୭ ଜୁଲାଇ ୧ ତାରିଖ ପୂର୍ବରୁ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କର ୨୦୦୩ ସଂଶୋଧିତ ତାଲିକାରେ ସ୍ଥାନ ପାଇବାର ସମ୍ଭାବନା ଅଧିକ ରହିଛି। ସେମାନେ ଗଣନା ଫର୍ମ ସହିତ ୨୦୦୩ ମସିହା ଭୋଟର ତାଲିକାର ଅଂଶ ଦାଖଲ କରିପାରିବେ, ଯାହା ଅନ୍‌‌ଲାଇନରେ ଉପଲବ୍ଧ ହେଉଛି। ୧୯୮୭ ଜୁଲାଇ ୧ ତାରିଖ ଏବଂ ୨୦୦୪ ଡିସେମ୍ବର ୨ ତାରିଖ ମଧ୍ୟରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି, ଜନ୍ମ ସ୍ଥାନ ଏବଂ ତାରିଖର ପ୍ରମାଣ ବାବଦକୁ ନିଜର ଏବଂ ପିତା କିମ୍ବା ମାତାଙ୍କର ନିର୍ଦ୍ଧାରିତ ୧୧ଟି ଦସ୍ତାବିଜ ମଧ୍ୟରୁ ଗୋଟିଏ ଦାଖଲ କରିବେ। ୨୦୦୪ ଡିସେମ୍ବର ୨ ତାରିଖ ପରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ନିଜର ଜନ୍ମ ସ୍ଥାନ ଏବଂ ତାରିଖ ପ୍ରମାଣ ଥିବା ଦସ୍ତାବିଜ ସହିତ ଉଭୟ ପିତାମାତାଙ୍କର ନାଗରିକତା ପ୍ରମାଣ ଥିବା ଦଲିଲ ଦାଖଲ କରିବେ।
ତତ୍କାଳୀନ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁଙ୍କ ବୟାନ ଅନୁଯାୟୀ ୨୦୧୬ ମସିହାରେ ଦେଶରେ ୨ କୋଟିରୁ ଊର୍ଦ୍ଧ୍ବ ବାଂଲାଦେଶୀ ଅନୁପ୍ରବେଶକାରୀ ବାସ କରୁଥିଲେ। ଏବେ ସେମାନଙ୍କ ସଂଖ୍ୟା କେତେ ଅଧିକ ହୋଇଥିବ, ଆମେ ଆକଳନ କରିପାରିବା। ଆମ ରାଜ୍ୟର ଉପକୂଳବର୍ତ୍ତୀ ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବେଶ୍‌‌ ଉଦ୍‌‌ବେଗଜନକ। ସେମାନେ ସ୍ଥାନୀୟ ଅଞ୍ଚଳରେ ଅସ୍ଥିରତା ସୃଷ୍ଟି କରିବା ସହିତ ଜନସଂଖ୍ୟା ଅନୁପାତରେ ବ୍ୟାପକ ପରିବର୍ତ୍ତନ ଆଣି ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ସଙ୍କଟ ସୃଷ୍ଟି କରୁଛନ୍ତି। ଏହା ସରକାରଙ୍କୁ ଅଜଣା ନାହିଁ। ବିହାରର କିଷାନଗଞ୍ଜ, ପୂର୍ଣ୍ଣିଆ, କଟିହାର ଓ ଅରରିଆ -ଏହି ଚାରିଟି ଜିଲାକୁ ନେଇ ଗଠିତ ସୀମାଞ୍ଚଳ କ୍ଷେତ୍ରର ଜନସଂଖ୍ୟାରେ ଅସମତୁଲ ବୃଦ୍ଧି ଏହାର ଦୃଷ୍ଟାନ୍ତ। ଏହି ଅଞ୍ଚଳ ସିଲିଗୁଡି କରିଡର ମାଧ୍ୟମରେ ବାଂଲାଦେଶ ସହିତ ସଂଯୁକ୍ତ। ସମଗ୍ର ବିହାରରେ ମୁସଲମାନ ଜନସଂଖ୍ୟା ଅନୁପାତ ୧୭% ଥିବାବେଳେ ୨୪ଟି ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ଗଠିତ ଏହି କ୍ଷେତ୍ରର ଅନୁପାତ ୪୮%; କିଷାନଗଞ୍ଜ ୬୮%, କଟିହାର ୪୪%, ଅରରିଆ ୪୩%, ପୂର୍ଣ୍ଣିଆ ୩୮% ଏବଂ ଏହି କ୍ଷେତ୍ରର ଆଧାରକାର୍ଡ ପରିପୂର୍ଣ୍ଣତା ହେଉଛି ୧୨୦%। ଅର୍ଥାତ୍‌ ୧୦୦ ବାସିନ୍ଦାଙ୍କ ପାଇଁ ୧୨୦ଟି ଆଧାର କାର୍ଡ ରହିଛି। ବୋଧହୁଏ ସେହି କାରଣରୁ ନିର୍ବାଚନ କମିସନ ଦସ୍ତାବିଜ ତାଲିକାରେ ଆଧାରକାର୍ଡ ଅନ୍ତର୍ଭୁକ୍ତ କରିନଥିଲେ। ଜୁଲାଇ ୧୩ ତାରିଖରେ ନିର୍ବାଚନ କମିସନ ଘୋଷଣା କରିଛନ୍ତି – ବହୁ ସଂଖ୍ୟକ ନେପାଳ, ବାଂଲାଦେଶ ଏବଂ ମିଆଁମାର ନାଗରିକଙ୍କ ନାମ ବିହାର ଭୋଟର ତାଲିକାରେ ରହିଛି ଏବଂ ଚୂଡାନ୍ତ ତାଲିକାରେ ସେମାନଙ୍କୁ ବାଦ ଦିଆଯିବ। ଯେହେତୁ ଆଧାରକାର୍ଡ ନାଗରିକତାର ପ୍ରମାଣପତ୍ର ନୁହେଁ, ସରକାର ଦେଶର ନାଗରିକଙ୍କୁ ପ୍ରମାଣ ପରିଚୟପତ୍ର ପ୍ରଦାନ କଲେ, ଭୋଟର ତାଲିକା ପ୍ରସ୍ତୁତି କାଳରେ ଏବଂ ରାଷ୍ଟ୍ରୀୟ ସୁରକ୍ଷା କ୍ଷେତ୍ରରେ ଅନେକ ଅସଙ୍ଗତି ଓ ଅନିୟମିତତା ଏଡାଇ ଦିଆଯାଇପାରନ୍ତା।