ସିମେଣ୍ଟ ବୋଝେଇ ଟ୍ରକ୍ରୁ ଲୁଟପାଟ୍ ଘଟଣା : ୩ ଅଭିଯୁକ୍ତ ଗିରଫ

ଟାଙ୍ଗୀ ୨୯।୩: ବିଳମ୍ବିତ ରାତିରେ ସିମେଣ୍ଟ ବୋଝେଇ ଗାଡ଼ିରୁ ସିମେଣ୍ଟ ବସ୍ତା ଚୋରି ଘଟଣାରେ ୩ ଜଣଙ୍କୁ ଗିରଫ କରିବା ସହିତ ୧୯୦ ବସ୍ତା ଚୋରି ସିମେଣ୍ଟ ଉଦ୍ଧାର କରିଛି ଚାନ୍ଦପୁର ପୋଲିସ । ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧିନସ୍ଥ କେରଣ୍ଡାଟାଙ୍ଗୀ ଗାଁ ଛକ ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକି ରହିଥିଲା । ଆଉ ସେହି ଟ୍ରକ ମଧ୍ୟରେ ଥିବା ସିମେଣ୍ଟ ବସ୍ତା ମଧ୍ୟରୁ ୨୫୦ ବସ୍ତା ସିମେଣ୍ଟ ଚୋରି ହୋଇଗଲା । ହେଲେ ଏହି ଚୋରମାନେ ଏମିତି ସେମିତି ଚୋରି କଲେନାହିଁ ବରଂ ଟ୍ରକ ଚାଳକକୁ ମାରପିଟ୍ କରି ଲୁଟି ନେଇଗଲେ । ପରେ ଟ୍ରକ ଚାଳକଙ୍କ ଅଭିଯୋଗ ଆଧାରରେ ଚାନ୍ଦପୁର ପୋଲିସ ପକ୍ଷରୁ ତଦନ୍ତ କରାଯାଇ ୩ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧୯୦ ବସ୍ତା ସିମେଣ୍ଟ ଜବତ କରାଯାଇଛି । ଏତଦବ୍ୟତୀତ ଲୁଟେରା ମାନେ ଲୁଟପାଟ୍ ବେଳେ ବ୍ୟବହୃତ ଟ୍ରାକ୍ଟରକୁ ପୋଲିସ ଜବତ କରିଛି । ଗିରଫ ଲୁଟେରା ଅଭିଯୁକ୍ତ ମାନେ ହେଲେ ଚାନ୍ଦପୁର ଥାନା ଅଧିନସ୍ଥ ଏକତାଳ ଗ୍ରାମର କୁଶ ବେହେରା, କନ୍ଧନୟାଗଡ଼ ଗ୍ରାମର ସୁବଳ ପ୍ରଧାନ ଓ କୁକୁଡ଼ାଝରୀ  ଗ୍ରାମର ରାଧା କୃଷ୍ଟ ପାଇକରାୟ ବୋଲି ଚାନ୍ଦପୁର ଥାନା ନିରୀକ୍ଷକ ଜଗଦୀଶ କର ସୂଚନା ଦେଇଛନ୍ତି ।You Can Read :ଧୁମଧାମରେ ପାଳିତ ହେଲା ହଣ୍ଡାତଟା ଦୋଳ ମେଳଣ, ସୁସଜ୍ଜିତ ବିମାନରେ ଆସି ଫଗୁ ଖେଳିଲେ ରାଧାକୃଷ୍ଣ 

ସିମେଣ୍ଟ ବୋଝେଇ ଟ୍ରକ୍ରୁ ଲୁଟପାଟ୍ ଘଟଣା : ୩ ଅଭିଯୁକ୍ତ ଗିରଫ

ଟାଙ୍ଗୀ ୨୯।୩: ବିଳମ୍ବିତ ରାତିରେ ସିମେଣ୍ଟ ବୋଝେଇ ଗାଡ଼ିରୁ ସିମେଣ୍ଟ ବସ୍ତା ଚୋରି ଘଟଣାରେ ୩ ଜଣଙ୍କୁ ଗିରଫ କରିବା ସହିତ ୧୯୦ ବସ୍ତା ଚୋରି ସିମେଣ୍ଟ ଉଦ୍ଧାର କରିଛି ଚାନ୍ଦପୁର ପୋଲିସ । ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧିନସ୍ଥ କେରଣ୍ଡାଟାଙ୍ଗୀ ଗାଁ ଛକ ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକି ରହିଥିଲା । ଆଉ ସେହି ଟ୍ରକ ମଧ୍ୟରେ ଥିବା ସିମେଣ୍ଟ ବସ୍ତା ମଧ୍ୟରୁ ୨୫୦ ବସ୍ତା ସିମେଣ୍ଟ ଚୋରି ହୋଇଗଲା । ହେଲେ ଏହି ଚୋରମାନେ ଏମିତି ସେମିତି ଚୋରି କଲେନାହିଁ ବରଂ ଟ୍ରକ ଚାଳକକୁ ମାରପିଟ୍ କରି ଲୁଟି ନେଇଗଲେ । ପରେ ଟ୍ରକ ଚାଳକଙ୍କ ଅଭିଯୋଗ ଆଧାରରେ ଚାନ୍ଦପୁର ପୋଲିସ ପକ୍ଷରୁ ତଦନ୍ତ କରାଯାଇ ୩ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧୯୦ ବସ୍ତା ସିମେଣ୍ଟ ଜବତ କରାଯାଇଛି । ଏତଦବ୍ୟତୀତ ଲୁଟେରା ମାନେ ଲୁଟପାଟ୍ ବେଳେ ବ୍ୟବହୃତ ଟ୍ରାକ୍ଟରକୁ ପୋଲିସ ଜବତ କରିଛି । ଗିରଫ ଲୁଟେରା ଅଭିଯୁକ୍ତ ମାନେ ହେଲେ ଚାନ୍ଦପୁର ଥାନା ଅଧିନସ୍ଥ ଏକତାଳ ଗ୍ରାମର କୁଶ ବେହେରା, କନ୍ଧନୟାଗଡ଼ ଗ୍ରାମର ସୁବଳ ପ୍ରଧାନ ଓ କୁକୁଡ଼ାଝରୀ  ଗ୍ରାମର ରାଧା କୃଷ୍ଟ ପାଇକରାୟ ବୋଲି ଚାନ୍ଦପୁର ଥାନା ନିରୀକ୍ଷକ ଜଗଦୀଶ କର ସୂଚନା ଦେଇଛନ୍ତି ।

You Can Read :

ଧୁମଧାମରେ ପାଳିତ ହେଲା ହଣ୍ଡାତଟା ଦୋଳ ମେଳଣ, ସୁସଜ୍ଜିତ ବିମାନରେ ଆସି ଫଗୁ ଖେଳିଲେ ରାଧାକୃଷ୍ଣ