ଭୋଟରଙ୍କୁ ମନ୍ଦିରରେ ଶପଥ କରାଉଛନ୍ତି ବିଜେଡି ନେତା
ଭୁବନେଶ୍ୱର, ୧୫।୪(ସୁନିତ୍ ମିଶ୍ର):ବିଜେଡି ଦୀର୍ଘଦିନ ଶାସନରେ ରହିବା ପରେ ମଧ୍ୟ ଭ୍ରଷ୍ଟାଚାର, ବ୍ୟଭିଚାର, ଲୋକଙ୍କ ବିଶ୍ୱାସ, ହୀନ ରାଜନୀତି କରିବାରେ ସୀମା ଉଲ୍ଲଂଘନ କରିଆସିଛି। ଏନେଇ ଭାଜପା ବାରମ୍ବାର ଅଭିଯୋଗ କରିଛି। ହେଲେ ଏଥର ବିଜେଡି ଧର୍ମୀୟ ଭାବନା ସହ ଖେଳ କରି ଲୋକଙ୍କୁ ମାନସିକ ଆଘାତ ଦେଉଛି। ହିନ୍ଦୁମାନେ ଦେବଦେବୀଙ୍କୁ ନିଜ ପ୍ରାଣଠାରୁ ଅଧିକ ଗୁରୁତ୍ୱ ଦେଇଥାନ୍ତି, କିନ୍ତୁ ବିଜେଡି ନିଜର ହୀନ ଚକ୍ରାନ୍ତକୁ ଚରିତାର୍ଥ କରିବା ପାଇଁ ଭୋଟରଙ୍କୁ ନେଇ ମନ୍ଦିରରେ ଶପଥ କରାଇ […] The post ଭୋଟରଙ୍କୁ ମନ୍ଦିରରେ ଶପଥ କରାଉଛନ୍ତି ବିଜେଡି ନେତା appeared first on Dharitri Odia News.
ଭୁବନେଶ୍ୱର, ୧୫।୪(ସୁନିତ୍ ମିଶ୍ର):ବିଜେଡି ଦୀର୍ଘଦିନ ଶାସନରେ ରହିବା ପରେ ମଧ୍ୟ ଭ୍ରଷ୍ଟାଚାର, ବ୍ୟଭିଚାର, ଲୋକଙ୍କ ବିଶ୍ୱାସ, ହୀନ ରାଜନୀତି କରିବାରେ ସୀମା ଉଲ୍ଲଂଘନ କରିଆସିଛି। ଏନେଇ ଭାଜପା ବାରମ୍ବାର ଅଭିଯୋଗ କରିଛି। ହେଲେ ଏଥର ବିଜେଡି ଧର୍ମୀୟ ଭାବନା ସହ ଖେଳ କରି ଲୋକଙ୍କୁ ମାନସିକ ଆଘାତ ଦେଉଛି। ହିନ୍ଦୁମାନେ ଦେବଦେବୀଙ୍କୁ ନିଜ ପ୍ରାଣଠାରୁ ଅଧିକ ଗୁରୁତ୍ୱ ଦେଇଥାନ୍ତି, କିନ୍ତୁ ବିଜେଡି ନିଜର ହୀନ ଚକ୍ରାନ୍ତକୁ ଚରିତାର୍ଥ କରିବା ପାଇଁ ଭୋଟରଙ୍କୁ ନେଇ ମନ୍ଦିରରେ ଶପଥ କରାଇ ଭୋଟ ଦେବାକୁ ପ୍ରବର୍ତ୍ତାଉଛି ବୋଲି ଭାଜପା ଅଭିଯୋଗ କରିଛି। ଭାଜପାର ଏକ ପ୍ରତିନିଧି ଦଳ ଅଭିଯୋଗ କରିଛି ଯେ, ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଚେୟାରମ୍ୟାନ ସନତ ଦାସ ଗତକାଲି ଅଞ୍ଚଳବାସୀଙ୍କୁ ମନ୍ଦିର ଡାକିଥିଲେ। ଭଗବାନଙ୍କ ସାମ୍ନାରେ ଶପଥ କରାଇ ବିଜେଡିକୁ ଭୋଟ ଦେବାକୁ କହିଥିଲେ, ଯାହା ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ କରୁଛି। ମୁଖ୍ୟମନ୍ତ୍ରୀଙ୍କ ଖୋଦ୍ ନିର୍ବାଚନମଣ୍ଡଳୀରେ ଲୋକଙ୍କ ଧର୍ମୀୟ ଭାବନା ସହ ଖେଳ ଖେଳା ଯାଉଛି। ପୂର୍ବରୁ ବିଜେଡି ନିର୍ବାଚନ ଜିତିବା ପାଇଁ ପ୍ରଶାସନ ଅଧିକାରୀ ଓ ସରକାରୀ କର୍ମଚାରୀଙ୍କୁ ଦଳୀୟ ପ୍ରଚାର କାର୍ଯ୍ୟରେ ଲଗାଉଥିଲା। ଏଥର ନିର୍ବାଚନ ଦୁର୍ନୀତିରେ ଆଉ ପାଦେ ଆଗକୁ ଯାଇଛି ବିଜେଡି। ଏଥର ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିଜ ଦଳର ପ୍ରଚାର କରାଇବାରେ ଲଗାଇଛି, ଯାହା ନିର୍ବାଚନ ଆଚରଣ ବିଧିର ଘୋର ଉଲ୍ଲଂଘନ କରୁଛି ବୋଲି ଭାଜପା ଅଭିଯୋଗ କରିଛି।
The post ଭୋଟରଙ୍କୁ ମନ୍ଦିରରେ ଶପଥ କରାଉଛନ୍ତି ବିଜେଡି ନେତା appeared first on Dharitri Odia News.