‘ସ୍ବର୍ଣ୍ଣ ପ୍ରାଶନ’ ଅଭିଯାନ ଆରମ୍ଭ: ୩୦ ହଜାର ଶିଶୁ ଉପକୃତ ହେବା ଲକ୍ଷ୍ୟ
ଭବାନୀପାଟଣା,୨୭ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ବେଦାନ୍ତ ‘ସ୍ବର୍ଣ୍ଣ ପ୍ରାଶନ’ ଅଭିଯାନ ଆରମ୍ଭ କରିଛି। ଭବାନୀପାଟଣା ସହରସ୍ଥିତ ମାଣିକେଶ୍ବରୀ ଉଚ୍ଚ ବିଦ୍ୟାଳୟ ଓ ସରସ୍ବତୀ ଶିଶୁ ମନ୍ଦିରଠାରେ ବେଦାନ୍ତ ଆଲୁମିନିୟମ ଓ ଆୟୁଷ ମନ୍ତ୍ରଣାଳୟ ସହଯୋଗରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏଥିରେ ପୂର୍ବତନ ଆୟୁର୍ବେଦିକ ବିଭାଗର ଜିଲା ଚିକିତ୍ସା ଅଧିକାରୀ ଡାକ୍ତର ଅଯୋଧ୍ୟାନାଥ ବେହେରା, ଜିଲା ସହକାରୀ ଚିକିତ୍ସାଧିକାରୀ ଡାକ୍ତର ଅକ୍ଷୟ କାଣ୍ଡ, ଡାକ୍ତର ରାଜକୁମାର ମେହେର ଓ ସ୍ଥାନୀୟ ସ୍କୁଲର ପ୍ରଧାନ ଶିକ୍ଷକ ଧର୍ମେନ୍ଦ୍ର ପ୍ରଧାନ […] The post ‘ସ୍ବର୍ଣ୍ଣ ପ୍ରାଶନ’ ଅଭିଯାନ ଆରମ୍ଭ: ୩୦ ହଜାର ଶିଶୁ ଉପକୃତ ହେବା ଲକ୍ଷ୍ୟ appeared first on Dharitri Odia News.
ଭବାନୀପାଟଣା,୨୭ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ବେଦାନ୍ତ ‘ସ୍ବର୍ଣ୍ଣ ପ୍ରାଶନ’ ଅଭିଯାନ ଆରମ୍ଭ କରିଛି। ଭବାନୀପାଟଣା ସହରସ୍ଥିତ ମାଣିକେଶ୍ବରୀ ଉଚ୍ଚ ବିଦ୍ୟାଳୟ ଓ ସରସ୍ବତୀ ଶିଶୁ ମନ୍ଦିରଠାରେ ବେଦାନ୍ତ ଆଲୁମିନିୟମ ଓ ଆୟୁଷ ମନ୍ତ୍ରଣାଳୟ ସହଯୋଗରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏଥିରେ ପୂର୍ବତନ ଆୟୁର୍ବେଦିକ ବିଭାଗର ଜିଲା ଚିକିତ୍ସା ଅଧିକାରୀ ଡାକ୍ତର ଅଯୋଧ୍ୟାନାଥ ବେହେରା, ଜିଲା ସହକାରୀ ଚିକିତ୍ସାଧିକାରୀ ଡାକ୍ତର ଅକ୍ଷୟ କାଣ୍ଡ, ଡାକ୍ତର ରାଜକୁମାର ମେହେର ଓ ସ୍ଥାନୀୟ ସ୍କୁଲର ପ୍ରଧାନ ଶିକ୍ଷକ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଛାତ୍ରୀଛାତ୍ରଙ୍କୁ ଟିକା ଦିଆଯାଇଥିଲା। ବେଦାନ୍ତ ଆଲୁମିନିୟମ କଳାହାଣ୍ଡି ଜିଲାରେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିବା ସହ ଆଉ ଦୁଇଟି ଜିଲା ରାୟଗଡ଼ା ଓ କୋରାପୁଟକୁ ସହାୟତା ଯୋଗାଇଦେବାକୁ ଯୋଜନା କରିଛି। ‘ସ୍ବର୍ଣ୍ଣ ପ୍ରାଶନ’ କାର୍ଯ୍ୟକ୍ରମ ସାମୂହିକ ମୂଲ୍ୟବୋଧକୁ ସମ୍ମାନ ଦେବା ସହିତ ଶିଶୁ ସାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଆମର ସମର୍ପଣକୁ ପ୍ରତିଫଳିତ କରେ ବୋଲି ବେଦାନ୍ତ ଆଲୁମିନିୟମର ସିଇଓ ସୁନୀଲ ଗୁପ୍ତା କହିଛନ୍ତି। ସେହିପରି ଓଡ଼ିଶା ସରକାର ଓ ଆୟୁଷ ମନ୍ତ୍ରଣାଳୟ ସହ ଆମର ଭାଗିଦାରୀ ମାଧ୍ୟମରେ ଆମେ ୨୦୨୪ ସୁଦ୍ଧା କୋରାପୁଟ, କଳାହାଣ୍ଡି ଓ ରାୟଗଡ଼ା ଆଦି ୩ ଜିଲାରେ ଶିଶୁଠାରୁ ଆରମ୍ଭ କରି ୧୭ ବର୍ଷ ବୟସ ପର୍ଯ୍ୟନ୍ତ ୩୦ ହଜାର ଶିଶୁଙ୍କୁ ଉପକୃତ କରିବା ପାଇଁ ସ୍ବର୍ଣ୍ଣ ପ୍ରାଶନ କାର୍ଯ୍ୟକ୍ରମକୁ ବିସ୍ତାର କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ବେଦାନ୍ତ ଆଲୁମିନିୟମର ବକ୍ସାଇଟ ମାଇନ୍ସର ସିଇଓ ନୀତିନ କୁମାର ତିୱାରୀ ପ୍ରକାଶ କରିଛନ୍ତି। ସ୍ବର୍ଣ୍ଣ ପ୍ରାଶନ କାର୍ଯ୍ୟକ୍ରମ ଦ୍ୱାରା ଶିଶୁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଓ ଜ୍ଞାନ ଶକ୍ତି ବୃଦ୍ଧିରେ ସହାୟତା କରିବ ବୋଲି ଜିଲା ଚିକିତ୍ସା ଅଧିକାରୀ ଡାକ୍ତର ଅଯୋଧ୍ୟାନାଥ ବେହେରା କହିଥିଲେ।
The post ‘ସ୍ବର୍ଣ୍ଣ ପ୍ରାଶନ’ ଅଭିଯାନ ଆରମ୍ଭ: ୩୦ ହଜାର ଶିଶୁ ଉପକୃତ ହେବା ଲକ୍ଷ୍ୟ appeared first on Dharitri Odia News.