ଲୋକ ସଭା ନିର୍ବାଚନ ପୂର୍ବରୁ ମମତାଙ୍କୁ ଶକ୍ତ ଝଟ୍‌କା

କୋଲକାତା,୪।୩: ଲୋକ ସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ଏକ ଝଟ୍‌କା ପାଇଛନ୍ତି। ଦଳର କାର୍ଯ୍ୟକଳାପକୁ ନେଇ ନିରାଶା ପ୍ରକାଶ କରି ବରିଷ୍ଠ ତ୍ରୁଣମୂଳ କଂଗ୍ରେସ ନେତା ତାପସ ରୟ ସୋମବାର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଦେଶରେ ଲୋକ ସଭା ନିର୍ବାଚନ ହେବାକୁ ଯାଉଥିବା ସମୟରେ ତାପସ ରୟ ଇସ୍ତଫା ଦେଇଛନ୍ତି। ଏବେ ସେ ଭାଜପାରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି। ତାପସ ରୟ କହିଛନ୍ତି, ମୁଁ ବିଧାୟକ ପଦରୁ ଇସ୍ତଫା […] The post ଲୋକ ସଭା ନିର୍ବାଚନ ପୂର୍ବରୁ ମମତାଙ୍କୁ ଶକ୍ତ ଝଟ୍‌କା appeared first on Dharitri Odia News.

ଲୋକ ସଭା ନିର୍ବାଚନ ପୂର୍ବରୁ ମମତାଙ୍କୁ ଶକ୍ତ ଝଟ୍‌କା

କୋଲକାତା,୪।୩: ଲୋକ ସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ଏକ ଝଟ୍‌କା ପାଇଛନ୍ତି। ଦଳର କାର୍ଯ୍ୟକଳାପକୁ ନେଇ ନିରାଶା ପ୍ରକାଶ କରି ବରିଷ୍ଠ ତ୍ରୁଣମୂଳ କଂଗ୍ରେସ ନେତା ତାପସ ରୟ ସୋମବାର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଦେଶରେ ଲୋକ ସଭା ନିର୍ବାଚନ ହେବାକୁ ଯାଉଥିବା ସମୟରେ ତାପସ ରୟ ଇସ୍ତଫା ଦେଇଛନ୍ତି। ଏବେ ସେ ଭାଜପାରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି।

ତାପସ ରୟ କହିଛନ୍ତି, ମୁଁ ବିଧାୟକ ପଦରୁ ଇସ୍ତଫା ଦେବର ପତ୍ର ବିଧାନସଭା ବାଚସ୍ପତିଙ୍କ ନିକଟରେ ଦାଖଲ କରିଛି। ମୁଁ ବର୍ତ୍ତମାନ ଏକ ମୁକ୍ତ ପକ୍ଷୀ। ଖବରଦାତାମାନଙ୍କ ସହ କଥାବାର୍ତ୍ତା କରି ତାପସ ରୟ ଜାନୁଆରୀରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ତାଙ୍କ ବାସଭବନ ଉପରେ ଚଢାଉ କରାଯିବାବେଳେ ଦଳର ନେତୃତ୍ୱ ତାଙ୍କୁ ସହଯୋଗ ନ କରି ସମାଲୋଚନା କରିଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, ଟିଏମସି ନେତା ତଥା ରାଜ୍ୟ ସରକାରଙ୍କ ମନ୍ତ୍ରୀ ତାପସ ରୟ ଦୀର୍ଘ ଦିନ ଧରି ଟିଏମସି ଉପରେ ରାଗିଥିଲେ। ଏହି କାରଣରୁ ତାଙ୍କ ଇସ୍ତଫା ନେଇ କଳ୍ପନାଜଳ୍ପନା କରାଯାଉଥିଲା। ଏହାପୂର୍ବରୁ ସୋମବାର ଟିଏମସି ନେତା କୁନାଲ ଘୋଷ ଏବଂ ବ୍ରତ୍ୟ ବସୁ ତାଙ୍କ ଘରକୁ ଯାଇ ତାଙ୍କୁ ଭେଟିଥିଲେ, କିନ୍ତୁ ବୈଠକ କୌଣସି ଫଳାଫଳ ଦେଇ ନଥିଲା ଏବଂ ତାପସ ରୟ ଶେଷରେ ଇସ୍ତଫା ଦେଇଥିଲେ।

The post ଲୋକ ସଭା ନିର୍ବାଚନ ପୂର୍ବରୁ ମମତାଙ୍କୁ ଶକ୍ତ ଝଟ୍‌କା appeared first on Dharitri Odia News.