ଭୋଟିଂ ପାଇଁ ପ୍ରସ୍ତୁତ ବିଶ୍ୱର ସବୁଠୁ ଉଚ୍ଚ ମତଦାନ କେନ୍ଦ୍ର ତାସିଗଙ୍ଗ, ସବୁଥର ହୁଏ ୧୦୦% ଭୋଟ
ନୂଆଦିଲ୍ଲୀ ୩୧।୫: ହିମାଚଳପ୍ରଦେଶର ୪ ଲୋକସଭା ଆସନ ନିମନ୍ତେ ଭୋଟଗ୍ରହଣ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ୧ ଜୁନ ଶନିବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ। ମତଦାନ ନିମନ୍ତେ ଭୋଟର ବେଶ ଉତ୍ସାହିତ ଥିବା ଜଣାପଡିଛି। ସମୁଦ୍ର ପତନରୁ ୧୫ହଜାର ୨୫୬ ଫୁଟ ଉଚ୍ଚାରେ ନିର୍ମିତ ହୋଇଛି ତାସିଗଙ୍ଗ ପୁଲିଂ ବୁଥ । ଏହି ମତଦାନ କେନ୍ଦ୍ରରେ ୨୭ ପୁରୁଷ ଓ ୨୫ଜଣ ମହିଳା ମୋଟ ୬୨ ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ୨୦୨୪ ଲୋକସଭା ନିର୍ବାଚନରେ ଏହି ମତଦାନ କେନ୍ଦ୍ରରେ ଶତପ୍ରତିଶତ ଭୋଟିଂର ଲକ୍ଷ୍ୟ ରଖାଯାଇଛି। ଏଠାରେ ୨୦୨୧ ମସିହାରେ ଅନୁଷ୍ଠିତ ଲୋକସଭା ଉପନିର୍ବାଚନରେ ପ୍ରଥମ ଥର ପୁଲିଂ ବୁଥ ସ୍ଥାପିତ ହୋଇଥିଲା। ସେତେବେଳେ ଏହି ମତଦାନ କେନ୍ଦ୍ରରେ ମୋଟ ଭୋଟର ଙ୍କ ସଂଖ୍ୟା ୫୨ ଥିଲା। ବର୍ଷକ ପରେ ୨୦୨୨ରେ ବିଧାନସଭା ନିର୍ବାଚନ ପାଇଁ ଏଠାରେ ପୁଣି ଭୋଟଗ୍ରହଣ ହୋଇଥିଲା। ଏଥିରେ ୧୦୦ ପ୍ରତିଶତ ମତଦାନ ହୋଇଥିଲା। ଏଥର ଲୋକସଭା ନିର୍ବାଚନରେ ବି ଏଠାରେ ୧୦୦ ପ୍ରତିଶତ ମତଦାନର ଲକ୍ଷ୍ୟ ରଖାଯାଇଛି। ଗୁରୁବାର ତାସିଗଙ୍ଗରେ ହୀମପାତ ହୋଇଛି। ଫଳରେ ଏଠାକାର ପାଗ ବେଶ୍ ଅନୁକୂଳ ରହିଛି। ବିଶ୍ୱର ସର୍ବୋଚ୍ଚ ମତଦାନ ବୁଥ ତାସିଗଙ୍ଗରେ ଅଛି। ରାଜଧାନୀ ଶିମଲାରୁ ତାସିଗଙ୍ଗର ଦୂରତା ୪୬୪ କିଲୋମିଟର। ଭୋଟଗ୍ରହଣ ପାଇଁ ତାସିଗଙ୍ଗ ପୋଲିଂ ବୁଥକୁ ଆକର୍ଷଣୀୟ ଭାବେ ସଜା ଯାଇଛି। ଗଣତନ୍ତ୍ରର ମହାପର୍ବ ପାଳନ ପାଇଁ ଏଥର ଏଠାରେ
ନୂଆଦିଲ୍ଲୀ ୩୧।୫: ହିମାଚଳପ୍ରଦେଶର ୪ ଲୋକସଭା ଆସନ ନିମନ୍ତେ ଭୋଟଗ୍ରହଣ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ୧ ଜୁନ ଶନିବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ। ମତଦାନ ନିମନ୍ତେ ଭୋଟର ବେଶ ଉତ୍ସାହିତ ଥିବା ଜଣାପଡିଛି। ସମୁଦ୍ର ପତନରୁ ୧୫ହଜାର ୨୫୬ ଫୁଟ ଉଚ୍ଚାରେ ନିର୍ମିତ ହୋଇଛି ତାସିଗଙ୍ଗ ପୁଲିଂ ବୁଥ । ଏହି ମତଦାନ କେନ୍ଦ୍ରରେ ୨୭ ପୁରୁଷ ଓ ୨୫ଜଣ ମହିଳା ମୋଟ ୬୨ ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ।
୨୦୨୪ ଲୋକସଭା ନିର୍ବାଚନରେ ଏହି ମତଦାନ କେନ୍ଦ୍ରରେ ଶତପ୍ରତିଶତ ଭୋଟିଂର ଲକ୍ଷ୍ୟ ରଖାଯାଇଛି। ଏଠାରେ ୨୦୨୧ ମସିହାରେ ଅନୁଷ୍ଠିତ ଲୋକସଭା ଉପନିର୍ବାଚନରେ ପ୍ରଥମ ଥର ପୁଲିଂ ବୁଥ ସ୍ଥାପିତ ହୋଇଥିଲା। ସେତେବେଳେ ଏହି ମତଦାନ କେନ୍ଦ୍ରରେ ମୋଟ ଭୋଟର ଙ୍କ ସଂଖ୍ୟା ୫୨ ଥିଲା। ବର୍ଷକ ପରେ ୨୦୨୨ରେ ବିଧାନସଭା ନିର୍ବାଚନ ପାଇଁ ଏଠାରେ ପୁଣି ଭୋଟଗ୍ରହଣ ହୋଇଥିଲା। ଏଥିରେ ୧୦୦ ପ୍ରତିଶତ ମତଦାନ ହୋଇଥିଲା। ଏଥର ଲୋକସଭା ନିର୍ବାଚନରେ ବି ଏଠାରେ ୧୦୦ ପ୍ରତିଶତ ମତଦାନର ଲକ୍ଷ୍ୟ ରଖାଯାଇଛି।
ଗୁରୁବାର ତାସିଗଙ୍ଗରେ ହୀମପାତ ହୋଇଛି। ଫଳରେ ଏଠାକାର ପାଗ ବେଶ୍ ଅନୁକୂଳ ରହିଛି। ବିଶ୍ୱର ସର୍ବୋଚ୍ଚ ମତଦାନ ବୁଥ ତାସିଗଙ୍ଗରେ ଅଛି। ରାଜଧାନୀ ଶିମଲାରୁ ତାସିଗଙ୍ଗର ଦୂରତା ୪୬୪ କିଲୋମିଟର। ଭୋଟଗ୍ରହଣ ପାଇଁ ତାସିଗଙ୍ଗ ପୋଲିଂ ବୁଥକୁ ଆକର୍ଷଣୀୟ ଭାବେ ସଜା ଯାଇଛି। ଗଣତନ୍ତ୍ରର ମହାପର୍ବ ପାଳନ ପାଇଁ ଏଥର ଏଠାରେ ମତଦାତାଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଛି। ତାସିଗଙ୍ଗର ଭୋଟର ସବୁ ନିର୍ବାଚନରେ ଉଦାହରଣ ହୋଇଥାନ୍ତି। ଆଶା କରାଯାଉଛି ଏଥର ମଧ୍ୟ ଶତପ୍ରତିଶତ ଭୋଟିଂର ଲକ୍ଷ୍ୟ ପୂରଣ କରିବେ।