ଭୋଟ୍ ଦେବାକୁ ଆସିଥିଲେ, ବୁଥ୍ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ
ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି ହୋଇଥିଲେ । କଥା ଦେଇଥିଲେ ସାତ ଜନ୍ମ ପାଇଁ ‘ମୁଁ ତମର ତମେ ମୋର’ । ଯେଉଁ କଥା ଦେଇ ସ୍ତ୍ରୀର ହାତ ଧରିଥିଲେ ଆଜି ସେ ସବୁ ଭୁଲିଗଲେ। ସ୍ତ୍ରୀ ପ୍ରତି ଏଭଳି ନିର୍ଦ୍ଦୟ ହେବା ପୂର୍ବରୁ ତାଙ୍କ ହାତ ଟିକିଏ ବି ଥରିଲାନି । ସ୍ତ୍ରୀକୁ ସମସ୍ତଙ୍କ ସାମ୍ନାରେ ବୀଭତ୍ସ ଭାବେ ହତ୍ୟା […] The post ଭୋଟ୍ ଦେବାକୁ ଆସିଥିଲେ, ବୁଥ୍ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ appeared first on KNews Odisha.

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି ହୋଇଥିଲେ । କଥା ଦେଇଥିଲେ ସାତ ଜନ୍ମ ପାଇଁ ‘ମୁଁ ତମର ତମେ ମୋର’ । ଯେଉଁ କଥା ଦେଇ ସ୍ତ୍ରୀର ହାତ ଧରିଥିଲେ ଆଜି ସେ ସବୁ ଭୁଲିଗଲେ। ସ୍ତ୍ରୀ ପ୍ରତି ଏଭଳି ନିର୍ଦ୍ଦୟ ହେବା ପୂର୍ବରୁ ତାଙ୍କ ହାତ ଟିକିଏ ବି ଥରିଲାନି । ସ୍ତ୍ରୀକୁ ସମସ୍ତଙ୍କ ସାମ୍ନାରେ ବୀଭତ୍ସ ଭାବେ ହତ୍ୟା କଲେ । ଯେଉଁ ଦୃଶ୍ୟ ଦେଖି ଘଟଣାସ୍ଥଳରେ ଲୋକଙ୍କ ଛାତି ଥରି ଉଠିଲା । ଆମେ ମଧ୍ୟ ସେହି ଦୃଶ୍ୟକୁ ଶଦ୍ଦରେ ବର୍ଣ୍ଣନା କରିପାରୁନୁ । ଆଉ ଆପଣଙ୍କୁ ମଧ୍ୟ ସେହି ଦୃଶ୍ୟ ଦେଖାଇପାରୁନୁ। କେତେ ଲୋମହର୍ଷଣକାରୀ ଦୃଶ୍ୟ । ସେ ଦୃଶ୍ୟକୁ ଯିଏ ଦେଖିବ ସେ ସାରା ଜୀବନ ମନେ ରଖିବ । ଆଉ କହିବ ସତରେ ପାରିବାରିକ କଳହ ଏତେ ଭୟଙ୍କର ରୂପ ନେଇପାରେ ।
ଆଜିର ଘଟଣା ସବୁଠି ଚର୍ଚ୍ଚାରେ । ଭୋଟ୍ ଦେବାକୁ ଯାଇଥିବା ବେଳେ ଜଣେ ମହିଳାଙ୍କୁ ବୁଥ୍ ସମ୍ମୁଖରେ ତାଙ୍କ ସ୍ୱାମୀ ହତ୍ୟା କରିଛନ୍ତି । ଏଭଳି ବର୍ବର କାଣ୍ଡ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ କାଉପୁର ପଞ୍ଚାୟତର ମୁକ୍ତାଡ଼ିହି ଗାଁର ୪ ନମ୍ବର ବୁଥ ସାମ୍ନାରେ ଘଟିଛି। ମୃତ ମହିଳା ହେଉଛନ୍ତି ରଶ୍ମିରେଖା ବେହେରା। ତାଙ୍କ ସ୍ୱାମୀଙ୍କ ନାଁ ପ୍ରଭାକର ରାଉତ। ୪ ବର୍ଷ ତଳେ ସେମାନଙ୍କର ବିବାହ ହୋଇଥିଲା। ସେମାନଙ୍କର ୧୮ ମାସର ଏକ ପୁଅ ମଧ୍ୟ ଅଛି । ରଶ୍ମିରେଖା ଓ ପ୍ରଭାକରଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ସେଥିପାଇଁ ରଶ୍ମିରେଖା ଜିରାଗମ୍ଭୀର ସ୍ଥିତ ତାଙ୍କ ବାପ ଘରେ ଯାଇ ରହୁଥିଲେ। ଆଜି ସେ ଭୋଟ୍ ଦେବା ପାଇଁ ତାଙ୍କ ଦାଦାଙ୍କ ସହିତ ମୁକ୍ତାଡ଼ିହି ଗାଁର ୪ ନମ୍ବର ବୁଥକୁ ଆସିଥିଲେ। ହେଲେ ସେ କେବେ ଭାବିନଥିଲେ ତାଙ୍କ ସହ ଆଜି ଏପରି କିଛି ଘଟିଯିବ ବୋଲି । ଯାହା ହାତ ଧରି ଜିଇଁବେ ମରିବେ ବୋଲି ସ୍ୱପ୍ନ ଦେଖିଥିଲେ ସେହି ଆଜି ତାଙ୍କ ଜୀବନ ନେଇଗଲା ।
ବୁଥ୍ ସାମ୍ନାରେ ସ୍ୱାମୀ ପ୍ରଭାକର ଏବଂ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା ଯେଉଁଥି ପାଇଁ ସ୍ୱାମୀ ରାଗିଯାଇ ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀ ଉପରେ ଆକ୍ରମଣ କରିଥିଲେ। ଫଳରେ ରଶ୍ମିଙ୍କ ମୁହଁରେ ଗଭୀର କ୍ଷତ ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏହି ଘଟଣା ପରେ ବୁଥ୍ ସମ୍ମୁଖରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହିତ ଅଭିଯୁକ୍ତ ପ୍ରଭାକର ରାଉତଙ୍କୁ ଥାନାରେ ଅଟକ ରଖି ଘଟଣାର ଅଧିକ ତଦନ୍ତ କରୁଛନ୍ତି ।
The post ଭୋଟ୍ ଦେବାକୁ ଆସିଥିଲେ, ବୁଥ୍ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ appeared first on KNews Odisha.