ଭୋଟ୍ ଦେବାକୁ ଛିଡ଼ା ହୋଇଥିବା ବେଳେ ହୃଦଘାତର ଶିକାର ହେଲେ ବିଧାୟକ ପ୍ରାର୍ଥୀ, ଚାଲିଗଲା ପ୍ରାଣବାୟୁ

ମହାରାଷ୍ଟ୍ରର ୨୮୮ ଆସନରେ ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା ୫୮.୨୨% ମତଦାନ ହୋଇଛି । କିନ୍ତୁ ଏହାରି ମଧ୍ୟରେ ଏକ ଦୁଃଖଦ ଖବର ଆସିଛି । ବିଡ୍ ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ୱାଧୀନ ପ୍ରାର୍ଥୀ ବାଲା ସାହେବ ସିନ୍ଦେଙ୍କର ମୃତ୍ୟୁ ହୋଇଛି । ମତଦାନ କେନ୍ଦ୍ରରେ ହିଁ ହୃଦଘାତରେ ତାଙ୍କ ପରଲୋକ ହୋଇଛି । ମତଦାନ କେନ୍ଦ୍ରରେ ଭୋଟ୍ ଦେବାକୁ ଛିଡ଼ା ହୋଇଥିବା ବେଳେ ହଠାତ୍ ସେ ହୃଦଘାତର ଶିକାର ହୋଇଥିଲେ । ଏହାପରେ ତାଙ୍କୁ ତୁରନ୍ତ […] The post ଭୋଟ୍ ଦେବାକୁ ଛିଡ଼ା ହୋଇଥିବା ବେଳେ ହୃଦଘାତର ଶିକାର ହେଲେ ବିଧାୟକ ପ୍ରାର୍ଥୀ, ଚାଲିଗଲା ପ୍ରାଣବାୟୁ appeared first on KNews Odisha.

ଭୋଟ୍ ଦେବାକୁ ଛିଡ଼ା ହୋଇଥିବା ବେଳେ ହୃଦଘାତର ଶିକାର ହେଲେ ବିଧାୟକ ପ୍ରାର୍ଥୀ, ଚାଲିଗଲା ପ୍ରାଣବାୟୁ
beed

ମହାରାଷ୍ଟ୍ରର ୨୮୮ ଆସନରେ ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା ୫୮.୨୨% ମତଦାନ ହୋଇଛି । କିନ୍ତୁ ଏହାରି ମଧ୍ୟରେ ଏକ ଦୁଃଖଦ ଖବର ଆସିଛି । ବିଡ୍ ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ୱାଧୀନ ପ୍ରାର୍ଥୀ ବାଲା ସାହେବ ସିନ୍ଦେଙ୍କର ମୃତ୍ୟୁ ହୋଇଛି । ମତଦାନ କେନ୍ଦ୍ରରେ ହିଁ ହୃଦଘାତରେ ତାଙ୍କ ପରଲୋକ ହୋଇଛି ।

ମତଦାନ କେନ୍ଦ୍ରରେ ଭୋଟ୍ ଦେବାକୁ ଛିଡ଼ା ହୋଇଥିବା ବେଳେ ହଠାତ୍ ସେ ହୃଦଘାତର ଶିକାର ହୋଇଥିଲେ । ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମିଳିଥିବା ସୂଚନା ମୁତାବକ, ବାଲା ସାହେବ ସିନ୍ଦେ ବିଡର ଏକ ବିଦ୍ୟାଳୟରେ ହୋଇଥିବା ମତଦାନ କେନ୍ଦ୍ରରେ ତଳେ ପଡ଼ିଯାଇଥିଲେ । ପ୍ରଥମେ ତାଙ୍କୁ ସ୍ଥାନୀୟ ହସ୍ପିଟାଲ ଏବଂ ପରେ ଛତ୍ରପତି ଶମ୍ଭାଜୀ ନଗର ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି ପୋଲିସ କହିଛି ।

ଜନ ପ୍ରତିନିଧି ଅଧିନିୟମ ୧୯୫୧ ଅନୁଯାୟୀ, ଯଦି ନିର୍ବାଚନ ସମୟରେ କୌଣସି ପ୍ରାର୍ଥୀଙ୍କର ମୃତ ହୁଏ, ତେବେ ଧାରା ୫୨ ଅଧୀନରେ ସମ୍ପୃକ୍ତ ଆସନରେ ମତଦାନ ସ୍ଥଗିତ ରଖାଯାଇ ପାରିବ ।

The post ଭୋଟ୍ ଦେବାକୁ ଛିଡ଼ା ହୋଇଥିବା ବେଳେ ହୃଦଘାତର ଶିକାର ହେଲେ ବିଧାୟକ ପ୍ରାର୍ଥୀ, ଚାଲିଗଲା ପ୍ରାଣବାୟୁ appeared first on KNews Odisha.