ଭୋଟ୍ ପୂର୍ବରୁ ମୁହାଁମୁହିଁ ! ୭୨ ଘଣ୍ଟାରେ ପ୍ରମାଣ ଦେବାକୁ CMଙ୍କୁ ଚ୍ୟାଲେଞ୍ଜ କଲେ ଅପରାଜିତା

ରାଜଧାନୀରେ ୫ ବର୍ଷରେ କେତେ ବିକାଶ ହୋଇଛି, ସେନେଇ ବିତର୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି ଅପରାଜିତା

ଭୋଟ୍ ପୂର୍ବରୁ ମୁହାଁମୁହିଁ ! ୭୨ ଘଣ୍ଟାରେ ପ୍ରମାଣ ଦେବାକୁ CMଙ୍କୁ ଚ୍ୟାଲେଞ୍ଜ କଲେ ଅପରାଜିତା

ନବୀନଙ୍କ ଅଭିଯୋଗ, ଅପରାଜିତାଙ୍କ ସିଧା ଜବାବ। ଲିଙ୍ଗରାଜ ପ୍ରକଳ୍ପ ଓ ଭୁବନେଶ୍ୱରର ବିକାଶ ପ୍ରସଙ୍ଗରେ ମୁହାଁମୁହିଁ, ମୁଖ୍ୟମନ୍ତ୍ରୀ ଓ ଭୁବନେଶ୍ୱର ସାଂସଦ। ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ନବୀନ ଆଣିଥିବା ଅଭିଯୋଗର ତଥ୍ୟ ଓ ପ୍ରମାଣ ସହ ସ୍ପଷ୍ଟୀକରଣ ରଖିଛନ୍ତି ଅପରାଜିତା। କହିଛନ୍ତି, ରାଜନୀତିରେ ଏନେଇ ଭୁଲ୍ ବ୍ୟାଖ୍ୟା ତିଆରି ହେଉଛି। ଲିଙ୍ଗରାଜ ମନ୍ଦିର କାମକୁ ମୁଁ କେବେବି ବିରୋଧ କରିନାହିଁ।

ମୁଖ୍ୟମନ୍ତ୍ରୀ ଯାହା କହୁଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ୍ କଥା। ନବୀନ କେବଳ ତାଙ୍କୁ ଦିଆଯାଉଥିବା କାଗଜ ପଢି ମନ୍ତବ୍ୟ ଦେଉଛନ୍ତି। ଯଦି ବିରୋଧ କରିଥିବା ମୁଖ୍ୟମନ୍ତ୍ରୀ କହୁଛନ୍ତି- ତାହାଲେ ୭୨ ଘଣ୍ଟା ଭିତରେ ତାର ପ୍ରମାଣ ଦିଅନ୍ତୁ ବୋଲି କହିଛନ୍ତି ଅପରାଜିତା। କେବଳ ଏତିକି ନୁହେଁ, ମୁଖ୍ୟମନ୍ତ୍ରୀ ପ୍ରଶ୍ନ ଉଠାଇଥିବା ଭୁବନେଶ୍ୱରର ବିକାଶ କାମ ପ୍ରସଙ୍ଗରେ ମଧ୍ୟ ଜବାବ ରଖିଛନ୍ତି ଭୁବନେଶ୍ୱର ସାଂସଦ। କହିଛନ୍ତି, ମୁଁ କଣ କାମ କରିଛି, ପ୍ରତିବର୍ଷ ରିପୋର୍ଟ କାର୍ଡ ଦେଉଛି, ତେବେ ତାହା କୋଟେରୀରୁ ମୁଖ୍ୟମନ୍ତ୍ରୀଙ୍କ ଯାଏଁ ପହଞ୍ଚୁନି।

ରାଜଧାନୀରେ ୫ ବର୍ଷରେ କେତେ ବିକାଶ ହୋଇଛି, ସେନେଇ ବିତର୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି ଅପରାଜିତା। କେବଳ ଏତିକି ନୁହେଁ, କମ୍ପ୍ରେହେନସିଭ୍ ଡ୍ରେନେଜ୍ ଡେଭଲପମେଣ୍ଟ ପ୍ଲାନ୍, ବସ୍ତିବାସିନ୍ଦାଙ୍କୁ ୬୦୦ ବର୍ଗଫୁଟର ପଟ୍ଟା, ଆପାର୍ଟମେଣ୍ଟ ବସ୍ତିବାସିନ୍ଦାଙ୍କୁ ବଡ ଫ୍ଲାଟ୍ ଦେବା, ଭେଣ୍ଡିଂ ଜୋନ୍, ଐତିହ୍ୟର ବିକାଶ, ପଦ୍ମକେଶରୀପୁରରେ ସୁଧ କାରବାର ଓ ହିଂସା, ଏସବୁ ବାବଦରେ ସେ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଚିଠି ଲେଖିଛନ୍ତି, ହେଲେ ଉତ୍ତର ଆସିନି ବୋଲି କହିଛନ୍ତି ଅପରାଜିତା।

ଏପଟେ ମୁଖ୍ୟମନ୍ତ୍ରୀଙ୍କ ଭିଡିଓକୁ ନେଇ ପୁଣି ପ୍ରଶ୍ନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ଭିଡିଓର ସତ୍ୟତା ଉପରେ ପ୍ରଶ୍ନ ଉଠାଇ ବୈଜୟନ୍ତ କହିଛନ୍ତି- ତାମିଲ କଣ୍ଢେଇନଚାଳି ପୁଣି ଏକ ମିଛ ଭିଡିଓ ପ୍ରସ୍ତୁତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଡିପ୍ ଫେକ୍ ଭିଡିଓ କରି ମିଛ ଅଭିଯୋଗ କରିଛନ୍ତି। ସତ ମୁଖ୍ୟମନ୍ତ୍ରୀ ତାଙ୍କ ଭର୍ଚୁଆଲ ଅବତାର କଥା ଜାଣୁଛନ୍ତି କି ନାହିଁ ସନ୍ଦେହ ହେଉଛି।

ଏମିତି ମିଛ ଭିଡିଓକୁ ନେଇ ଦବି ନଯିବାକୁ ଅପରାଜିତାଙ୍କୁ ପରାମର୍ଶ ଦେଇଛନ୍ତି ବୈଜୟନ୍ତ। ବୈଜୟନ୍ତଙ୍କ ପୋଷ୍ଟକୁ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ଫେକ୍ ଭିଡିଓ ବାବଦରେ ମତ ରଖିଛନ୍ତି ସାଇବର ଏକ୍ସପର୍ଟ।  ଆସନ୍ତା ୨୫ରେ ରାଜଧାନୀ ଭୁବନେଶ୍ବରରେ ପଡିବ ଭୋଟ୍। ଏହାପୂର୍ବରୁ ନବୀନଙ୍କ ମିଛ ଭିଡିଓ ଅଭିଯୋଗକୁ ନେଇ ଜୋର ଧରିଛି ଚର୍ଚ୍ଚା ।

 

 


ଅପରାଜିତା କିଛି ବଡ଼ କାମ କରିନାହାନ୍ତି: ନବୀନ
ନବୀନଙ୍କୁ ବିତର୍କ ପାଇଁ ଅପରାଜିତାଙ୍କ ଆହ୍ବାନ
ପୁଣି ଫେକ୍ ଭିଡିଓ ଛା଼ଡ଼ିଛନ୍ତି ତାମିଲ କଣ୍ଢେଇ ନଚାଳି: ବୈଜୟନ୍ତ