ଭ୍ରମରବାଡିରେ ଶ୍ରୀ ଅନ୍ନ ଯୋଜନା: ଖୋଲିଲା ଖାଦ୍ୟରଆସର
ଦାରିଙ୍ଗବାଡି,୨୯।୧୦(ଅରୁଣ ସାହୁ):ପାରମ୍ପରିକ ଖାଦ୍ୟର ବହୁଳ ପ୍ରଚାର ପ୍ରସାର ସହ ଲୋକଙ୍କ ସ୍ବାସ୍ଥ୍ୟର ଉନ୍ନତି ପାଇଁ ସରକାର ଓଡ଼ିଶା ମିଲେଟ ମିଶନ ଆରମ୍ଭ କରିଥିଲେ। ଯାହାକି ଏବେ ଶ୍ରୀ ଅନ୍ନ ଯୋଜନା ଭାବେ ପରିଚିତ। ଏହାର ବ୍ୟାପକ ପ୍ରଚାର ପ୍ରସାର କରିବା ସହ ଜନ ସଚେତନ କରାଯାଇ ଲୋକଙ୍କୁ ପାରମ୍ପରିକ ଖାଦ୍ୟ ମାଣ୍ଡିଆ, କୁଏରୀ, କାଙ୍ଗୁ, ଯଅ, ଜନ୍ନା ଭଳି ଖାଦ୍ୟ ଖାଇବାକୁ ଲୋକଙ୍କୁ ସଚେତନ କରାଯାଉଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଭ୍ରମରବାଡି ପଞ୍ଚାୟତ […] The post ଭ୍ରମରବାଡିରେ ଶ୍ରୀ ଅନ୍ନ ଯୋଜନା: ଖୋଲିଲା ଖାଦ୍ୟରଆସର appeared first on Dharitri Odia News.
ଦାରିଙ୍ଗବାଡି,୨୯।୧୦(ଅରୁଣ ସାହୁ):ପାରମ୍ପରିକ ଖାଦ୍ୟର ବହୁଳ ପ୍ରଚାର ପ୍ରସାର ସହ ଲୋକଙ୍କ ସ୍ବାସ୍ଥ୍ୟର ଉନ୍ନତି ପାଇଁ ସରକାର ଓଡ଼ିଶା ମିଲେଟ ମିଶନ ଆରମ୍ଭ କରିଥିଲେ। ଯାହାକି ଏବେ ଶ୍ରୀ ଅନ୍ନ ଯୋଜନା ଭାବେ ପରିଚିତ। ଏହାର ବ୍ୟାପକ ପ୍ରଚାର ପ୍ରସାର କରିବା ସହ ଜନ ସଚେତନ କରାଯାଇ ଲୋକଙ୍କୁ ପାରମ୍ପରିକ ଖାଦ୍ୟ ମାଣ୍ଡିଆ, କୁଏରୀ, କାଙ୍ଗୁ, ଯଅ, ଜନ୍ନା ଭଳି ଖାଦ୍ୟ ଖାଇବାକୁ ଲୋକଙ୍କୁ ସଚେତନ କରାଯାଉଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଭ୍ରମରବାଡି ପଞ୍ଚାୟତ ପରିସର ମଧ୍ୟରେ ବ୍ଲକ ସ୍ତରୀୟ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି।
ଆଞ୍ଚଳିକ ରସର୍ଚପର୍ଶନ ପ୍ରଫୁଲ ମହାପାତ୍ରଙ୍କ ସଭାପତିରେ ମୁଖ୍ୟ ଅତିଥିଭାବେ ସମିତିସଭ୍ୟା ମିତା ପ୍ରଧାନ ଯୋଗଦେଇ ଏହାର ଶୁଭ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଶ୍ରୀ ଅନ୍ନ ଯୋଜନା ଅଭିଯାନର ଜିଲା ପ୍ରକଳ୍ପ ସଂଯୋଜିକା ସବିତା ସୁବୁଦ୍ଧି ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସହକାରୀ କୃଷି ଅଧିକାରୀ ଅସଲେଶା ରଥ, ଜିଲା ଅତିରିକ୍ତ ପ୍ରକଳ୍ପ ସଂଯୋଜକ ସୁରେଶ କୁମାର ମହାପାତ୍ର, ଶ୍ରୀ ଅନ୍ନ ଅଭିଯାନର ବ୍ଲକ ଅତିରିକ୍ତ ପ୍ରକଳ୍ପ ସଂଯୋଜକ ବିମଳ କୁମାର ନାୟକ, ପ୍ରଡ୍ୟୁସର ଗ୍ରୁପର ସିଇଓ ରୂପକାନ୍ତ ପ୍ରଧାନ, ପୂର୍ବତନ ସରପଞ୍ଚ ତିଲମା ପ୍ରଧାନ ସିଆଙ୍ଗବାଲି ଗୋଷ୍ଠୀ ସ୍ବାସ୍ଥ୍ୟକର୍ମୀ ସ୍ବାାଗତିକା ପ୍ରଧାନ, ଜାଗୃତିର ସଂଯୋଜକ ଦେବାନନ୍ଦ ଦାସ, ଧ୍ରୁବ ଚରଣ ନାୟକ ପ୍ରମୁଖ ମଞ୍ଚାସିନ ରହି ଉପସ୍ଥିତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀସଦସ୍ୟ ଓ ମେଳାରେ ଯୋଗ ଦେଇଥିବା ମହିଳା ମାନଙ୍କୁ ପାରମ୍ପରିକ ଚାଷ ବିଶେଷ କରି ଖୁଦ୍ର ଦାନା ଶସ୍ୟର ଚାଷ କରିବାକୁ ସଚେତନ କରିବା ସହ ପରିବାରରେ ବ୍ୟାପକ ଭାବେ ଖୁଦ୍ର ଦାନାରେ ବ୍ୟଞ୍ଜନ ତଥା ମାଣ୍ଡିଆ, କାଙ୍ଗୁ, କୁଏରୀ ରେ ଖିରୀ, ପିଠା, ପକୁଡି, ବରା, ପିଆଜି, ବିଭିନ୍ନ ପ୍ରକାର ମିଠା, ରୁଟି, ଚାଉମିନ, ପରଟା, ଇଡ଼ଲି, ପୁରୀ ଆଦି ପ୍ରସ୍ତୁତ କରି ଖାଇବାକୁ ପରାମର୍ଶ ଦେଇଥିଲେ। ପାରମ୍ପରିକ ଶସ୍ୟ ମାଣ୍ଡିଆ ନିୟମିତ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ରକ୍ତଚାପ, ଡାଇବେଟିସ ଭଳି ରୋଗ ଦୂର ହେବ। ଏକାଧିକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଖୁଦ୍ର ଦାନାରେ ବିଭିନ୍ନ ମିଠା, ଖିରୀ ଓ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ। ସେହିପରି ଜୈବିକ ପଦ୍ଧତିରେ ଅମଳ କରାଯାଇଥିବା ବିଭିନ୍ନ ଫଳ, ଶସ୍ୟ, ପନିପରିବା ପ୍ରଦର୍ଶନ ହୋଇଥିଲା।
The post ଭ୍ରମରବାଡିରେ ଶ୍ରୀ ଅନ୍ନ ଯୋଜନା: ଖୋଲିଲା ଖାଦ୍ୟରଆସର appeared first on Dharitri Odia News.