‘ଭ୍ରମରେ ରୁହନ୍ତୁ ନାହିଁ, ଇଣ୍ଡିଆ ମେଣ୍ଟ ନେବ ସବୁର ହିସାବ…’ କାହିଁକି ମୋଦିଙ୍କୁ ଏମିତି କହିଲେ ଜୟରାମ
ନୂଆଦିଲ୍ଲୀ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୮ ତମ ଲୋକ ସଭାର ପ୍ରଥମ ଅଧିବେଶନ ପୂର୍ବରୁ ଗଣମାଧ୍ୟମ ସହ କଥା ହୋଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯଦି ଆମ ଦେଶର ନାଗରିକମାନେ କ୍ରମାଗତ ତୃତୀୟ ଥର ପାଇଁ ଏକ ସରକାର ଉପରେ ବିଶ୍ୱାସ କରନ୍ତି, ତେବେ ଏହାର ଅର୍ଥ ହେଉଛି ଯେ ସେମାନେ ସରକାରଙ୍କ ନୀତି ଏବଂ ଉଦ୍ଦେଶ୍ୟକୁ ଅନୁମୋଦନ କରିଛନ୍ତି। ତୁମର ସମର୍ଥନ ଏବଂ ବିଶ୍ୱାସ ପାଇଁ ମୁଁ ତୁମ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି। […] The post ‘ଭ୍ରମରେ ରୁହନ୍ତୁ ନାହିଁ, ଇଣ୍ଡିଆ ମେଣ୍ଟ ନେବ ସବୁର ହିସାବ…’ କାହିଁକି ମୋଦିଙ୍କୁ ଏମିତି କହିଲେ ଜୟରାମ appeared first on Dharitri Odia News.
ନୂଆଦିଲ୍ଲୀ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୮ ତମ ଲୋକ ସଭାର ପ୍ରଥମ ଅଧିବେଶନ ପୂର୍ବରୁ ଗଣମାଧ୍ୟମ ସହ କଥା ହୋଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯଦି ଆମ ଦେଶର ନାଗରିକମାନେ କ୍ରମାଗତ ତୃତୀୟ ଥର ପାଇଁ ଏକ ସରକାର ଉପରେ ବିଶ୍ୱାସ କରନ୍ତି, ତେବେ ଏହାର ଅର୍ଥ ହେଉଛି ଯେ ସେମାନେ ସରକାରଙ୍କ ନୀତି ଏବଂ ଉଦ୍ଦେଶ୍ୟକୁ ଅନୁମୋଦନ କରିଛନ୍ତି। ତୁମର ସମର୍ଥନ ଏବଂ ବିଶ୍ୱାସ ପାଇଁ ମୁଁ ତୁମ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି। ସରକାର ଚଳାଇବା ପାଇଁ ବହୁମତ ଆବଶ୍ୟକ, କିନ୍ତୁ ଦେଶ ଚଳାଇବା ପାଇଁ ସହମତି ଆବଶ୍ୟକ।
ସେପଟେ କଂଗ୍ରେସ ନେତା ଜୟରାମ ରମେଶ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କିଛି ନୂଆ କଥା କହି ନାହାଁନ୍ତି।
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲକ୍ଷ୍ୟ କରି ସେ କହିଛନ୍ତି, ୧୮ ତମ ଲୋକ ସଭାର କାର୍ଯ୍ୟକାଳ ଆରମ୍ଭ ହୋଇଛି। ଏହି ଅବସରରେ ପୂର୍ବପରି ଲୋକ ସଭା ନିର୍ବାଚନରେ ଏକ ବିରାଟ ବ୍ୟକ୍ତିଗତ, ରାଜନୈତିକ ଏବଂ ନୈତିକ ପରାଜୟର ସମ୍ମୁଖୀନ ହୋଇଥିବା ନନ ବାୟୋଲଜିକାଲ ପ୍ରଧାନମନ୍ତ୍ରୀ ସଂସଦ ବାହାରେ ‘ଦେଶକୁ ବାର୍ତ୍ତା’ ଦେଇଥିଲେ। ସେ ତାଙ୍କ ବାର୍ତ୍ତାରେ କିଛି ନୂଆ କହି ନାହାଁନ୍ତି। ସବୁଥର ପରି, କଥାଗୁଡ଼ିକ ଯାହା ପ୍ରସଙ୍ଗର ବାହାରକୁ କହିଛନ୍ତି।
ସେ ଆହୁରି କହିଛନ୍ତି, ତାଙ୍କ କଥାରୁ ଏହା ଜଣାପଡ଼ିଲା ନାହିଁ ଯେ ସେ ପ୍ରକୃତରେ ଏହି ଜନାଦେଶର ଅର୍ଥ ବୁଝିଥିଲେ – ବାରାଣାସୀରେ ମଧ୍ୟ ସେ ଏକ ସନ୍ଦେହଜନକ ଏବଂ ସଂକୀର୍ଣ୍ଣ ମାର୍ଜିନରେ ଜିତିଲେ। ସେ କୌଣସି ପ୍ରକାରର ଭ୍ରମରେ ରହିବା ଉଚିତ ନୁହେଁ। ଇଣ୍ଡିଆ ମେଣ୍ଟ ତାଙ୍କର ସମସ୍ତ କାର୍ଯ୍ୟକାଳର ହିସାବ ନେବ।
The post ‘ଭ୍ରମରେ ରୁହନ୍ତୁ ନାହିଁ, ଇଣ୍ଡିଆ ମେଣ୍ଟ ନେବ ସବୁର ହିସାବ…’ କାହିଁକି ମୋଦିଙ୍କୁ ଏମିତି କହିଲେ ଜୟରାମ appeared first on Dharitri Odia News.