ଭ୍ୟାନରୁ ସାଢ଼େ ସାତ ଲକ୍ଷ ଟଙ୍କା ଜବତ

ବରଗଡ଼: ସାହେଲା ପୁଲିସ ବିଭିନ୍ନ ଗାଡ଼ି ଅଟକାଇ ଯାଞ୍ଚ କରୁଥିବାବେଳେ ଏକ ଭ୍ୟାନରୁ ସାଢ଼େ ସାତ ଲକ୍ଷ ଟଙ୍କା ଜବତ କରିଛି। ଲୁହୁରାଚଟି ଚେକିଂ ପଏଣ୍ଟରେ ସବୁ ଗାଡ଼ିକୁ ଅଟକାଇ ସୋହେଲା ପୁଲିସ ଯାଞ୍ଚ କରୁଥିଲା। ଏହି ଯାଞ୍ଚ ସମୟରେ ଏକ ଭ୍ୟାନ ଭିତରୁ ନଗଦ ସାଢ଼େ ସାତ ଲକ୍ଷ ଟଙ୍କା ମିଳିଥିଲା। ଏତେ ପରିମାଣର ଟଙ୍କା କ’ଣ ପାଇଁ ଭ୍ୟାନରେ ନିଆଯାଉଛି ଏବଂ କେଉଁଠି ଓ କେଉଁ ବାବଦରେ ଯାଉଛି ତାହାର ସ୍ପଷ୍ଟ ଉତ୍ତର ମିଳିନଥିଲା। […]

ଭ୍ୟାନରୁ ସାଢ଼େ ସାତ ଲକ୍ଷ ଟଙ୍କା ଜବତ

ବରଗଡ଼: ସାହେଲା ପୁଲିସ ବିଭିନ୍ନ ଗାଡ଼ି ଅଟକାଇ ଯାଞ୍ଚ କରୁଥିବାବେଳେ ଏକ ଭ୍ୟାନରୁ ସାଢ଼େ ସାତ ଲକ୍ଷ ଟଙ୍କା ଜବତ କରିଛି। ଲୁହୁରାଚଟି ଚେକିଂ ପଏଣ୍ଟରେ ସବୁ ଗାଡ଼ିକୁ ଅଟକାଇ ସୋହେଲା ପୁଲିସ ଯାଞ୍ଚ କରୁଥିଲା। ଏହି ଯାଞ୍ଚ ସମୟରେ ଏକ ଭ୍ୟାନ ଭିତରୁ ନଗଦ ସାଢ଼େ ସାତ ଲକ୍ଷ ଟଙ୍କା ମିଳିଥିଲା। ଏତେ ପରିମାଣର ଟଙ୍କା କ’ଣ ପାଇଁ ଭ୍ୟାନରେ ନିଆଯାଉଛି ଏବଂ କେଉଁଠି ଓ କେଉଁ ବାବଦରେ ଯାଉଛି ତାହାର ସ୍ପଷ୍ଟ ଉତ୍ତର ମିଳିନଥିଲା। ତେଣୁ ପୁଲିସ ଭ୍ୟାନ ସହ ନଗଦ ସାଢ଼େ ସାତ ଲକ୍ଷ ଟଙ୍କା ଜବତ କରିଛି। ଭ୍ୟାନରେ ଥିବା ବ୍ୟକ୍ତିଙ୍କୁ ଅଟକ ରଖି ପୁଲିସ ପଚରା ଉଚୁରା ଜାରି ରଖିଥିବା ସୂଚନା ମିଳିଛି।