ଭୟଙ୍କର ଅଗ୍ନୀକାଣ୍ଡ, ଜୀବନ ବଞ୍ଚାଇବାକୁ ୭ ମହଲାରୁ ଡେଇଁ ପଡିଲେ ଲୋକେ, ସ୍ଥିତି ଗମ୍ଭୀର
ନୂଆଦିଲ୍ଲୀ,୧୦।୬: ମଙ୍ଗଳବାର ସକାଳେ ଦିଲ୍ଲୀର ଦ୍ୱାରକା ସେକ୍ଟର-୧୩ରେ ଏକ କୋଠାର ସପ୍ତମ ମହଲାରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଏତେ ଭୟଙ୍କର ଥିଲା ଯେ ଅନେକ ଲୋକ ତରବରରେ କୋଠାରୁ ତଳକୁ ଡେଇଁ ପଡ଼ିଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଇଛି ଯେ ଅଗ୍ନିଶମ ବାହିନୀ ସକାଳ ପ୍ରାୟ ୧୦ଟାରେ MRV ସ୍କୁଲ ନିକଟରେ ଥିବା ଏକ କୋଠାର ସପ୍ତମ ମହଲାରେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇଥିଲା। ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇ […] The post ଭୟଙ୍କର ଅଗ୍ନୀକାଣ୍ଡ, ଜୀବନ ବଞ୍ଚାଇବାକୁ ୭ ମହଲାରୁ ଡେଇଁ ପଡିଲେ ଲୋକେ, ସ୍ଥିତି ଗମ୍ଭୀର appeared first on Dharitri Odia News.
ନୂଆଦିଲ୍ଲୀ,୧୦।୬: ମଙ୍ଗଳବାର ସକାଳେ ଦିଲ୍ଲୀର ଦ୍ୱାରକା ସେକ୍ଟର-୧୩ରେ ଏକ କୋଠାର ସପ୍ତମ ମହଲାରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଏତେ ଭୟଙ୍କର ଥିଲା ଯେ ଅନେକ ଲୋକ ତରବରରେ କୋଠାରୁ ତଳକୁ ଡେଇଁ ପଡ଼ିଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
କୁହାଯାଇଛି ଯେ ଅଗ୍ନିଶମ ବାହିନୀ ସକାଳ ପ୍ରାୟ ୧୦ଟାରେ MRV ସ୍କୁଲ ନିକଟରେ ଥିବା ଏକ କୋଠାର ସପ୍ତମ ମହଲାରେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇଥିଲା।
ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇ ଆଠଟି ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଛି। ବର୍ତ୍ତମାନ ନିଆଁ ଲିଭାଇବା ପାଇଁ ପ୍ରୟାସ କରାଯାଉଛି।
ଅନ୍ୟପକ୍ଷରେ, ଜଣେ DFS ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ନିଆଁ ଲିଭାଇବା କାର୍ଯ୍ୟ ଚାଲିଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।
The post ଭୟଙ୍କର ଅଗ୍ନୀକାଣ୍ଡ, ଜୀବନ ବଞ୍ଚାଇବାକୁ ୭ ମହଲାରୁ ଡେଇଁ ପଡିଲେ ଲୋକେ, ସ୍ଥିତି ଗମ୍ଭୀର appeared first on Dharitri Odia News.