୩୯ ମୁଦ୍ରା, ୩୭ ଚୁମ୍ବକ ଖଣ୍ଡ ଗିଳି ଦେଲେ ଯୁବକ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଅନେକ ଥର ପିଲାମାନେ ଖେଳିବା ସମୟରେ କିଛି ଜିନିଷ ଗିଳି ଦିଅନ୍ତି, ଯାହା ବେଳେବେଳେ ସେମାନଙ୍କ ଜୀବନ ପ୍ରତି ବିପଦ ହୋଇଯାଏ। କିନ୍ତୁ ଯଦି ଏହା ପିଲା ନୁହେଁ ବରଂ ବୟସ୍କ ବ୍ୟକ୍ତି ଯିଏ ଉଦ୍ଦେଶ୍ୟମୂଳକ ଭାବରେ ଏହା କରୁଥିବାରୁ ଖୁବ୍‌ କମ ଦେଖାଯାଏ। ସମ୍ପ୍ରତି ଏପରି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସୁଛି, ଯାହା ବିଷୟରେ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ୨୬ ବର୍ଷର ଯୁବକ ତାଙ୍କ ଶରୀରରେ ଜିଙ୍କ୍‌ (zinc) ପରିମାଣ […] The post ୩୯ ମୁଦ୍ରା, ୩୭ ଚୁମ୍ବକ ଖଣ୍ଡ ଗିଳି ଦେଲେ ଯୁବକ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ appeared first on Dharitri Odia News.

୩୯ ମୁଦ୍ରା, ୩୭ ଚୁମ୍ବକ ଖଣ୍ଡ ଗିଳି ଦେଲେ ଯୁବକ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଅନେକ ଥର ପିଲାମାନେ ଖେଳିବା ସମୟରେ କିଛି ଜିନିଷ ଗିଳି ଦିଅନ୍ତି, ଯାହା ବେଳେବେଳେ ସେମାନଙ୍କ ଜୀବନ ପ୍ରତି ବିପଦ ହୋଇଯାଏ। କିନ୍ତୁ ଯଦି ଏହା ପିଲା ନୁହେଁ ବରଂ ବୟସ୍କ ବ୍ୟକ୍ତି ଯିଏ ଉଦ୍ଦେଶ୍ୟମୂଳକ ଭାବରେ ଏହା କରୁଥିବାରୁ ଖୁବ୍‌ କମ ଦେଖାଯାଏ। ସମ୍ପ୍ରତି ଏପରି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସୁଛି, ଯାହା ବିଷୟରେ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ୨୬ ବର୍ଷର ଯୁବକ ତାଙ୍କ ଶରୀରରେ ଜିଙ୍କ୍‌ (zinc) ପରିମାଣ ବଢାଇବା ପାଇଁ ୩୯ ମୁଦ୍ରା ଏବଂ ୩୭ ଚୁମ୍ବକ ଖଣ୍ଡ ଗିଳି ଦେଇଛନ୍ତି।
ନିକଟରେ ଦିଲ୍ଲୀର ସାର୍‌ ଗଙ୍ଗା ରାମ ହସ୍ପିଟାଲରେ ଏହି ଅଜବ ଘଟଣା ସାମ୍ନାକୁ ଆସିଛି। ଡାକ୍ତରଖାନାରେ ଅସ୍ତ୍ରୋପଚାର ପରେ ଡାକ୍ତରମାନେ ଗୋଟିଏ କିମ୍ବା ଦୁଇଟି ନୁହେଁ, ବରଂ ରୋଗୀଙ୍କ ପେଟରୁ ୩୯ ମୁଦ୍ରା ଏବଂ ୩୭ ଚୁମ୍ବକ ଖଣ୍ଡ ବାହାର କରିଛନ୍ତି। କୁହାଯାଉଛି ଯେ ଶରୀରରେ ଜିଙ୍କ ପରିମାଣ ବଢାଇବା ପାଇଁ ଯୁବକ କିଛି ଦିନ ଧରି ଏହା ଗିଳୁଥିଲେ। ରୋଗୀର ସମ୍ପର୍କୀୟଙ୍କ ଅନୁଯାୟୀ, ସେ ମାନସିକ ସ୍ତରରେ ଅସୁସ୍ଥ ଥିବା ଏବଂ ମୁଦ୍ରା ଖାଇବାର ଅଭ୍ୟାସ ଥିବା ଜଣାଯାଇଛି। ଗତ ୨୦ ଦିନ ଧରି ରୋଗୀ ବାରମ୍ବାର ବାନ୍ତି ଏବଂ ପେଟରେ ଯନ୍ତ୍ରଣା ଭୋଗୁଥିଲା, ଏହା ପରେ ଦିନେ ରୋଗୀର ସମ୍ପର୍କୀୟମାନେ ତାଙ୍କୁ ଚିକିତ୍ସା ପାଇଁ ସାର୍‌ ଗଙ୍ଗା ରାମ ଡାକ୍ତରଖାନାକୁ ନେଇ ଯାଇଥିଲେ, ଯେଉଁଠାରେ ତାଙ୍କୁ ପରୀକ୍ଷା କରାଯାଇଥିଲା। ବହୁ ଅନୁସନ୍ଧାନ ପରେ ତାଙ୍କ ପେଟରୁ ମୁଦ୍ରା ଏବଂ ଚୁମ୍ବକ ମିଳିଥିଲା।

The post ୩୯ ମୁଦ୍ରା, ୩୭ ଚୁମ୍ବକ ଖଣ୍ଡ ଗିଳି ଦେଲେ ଯୁବକ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ appeared first on Dharitri Odia News.