ଭୟଙ୍କର ସଡ଼କ ଦୁର୍ଘଟଣା, ଧକ୍କା ପରେ ଜଳିଗଲା ଟ୍ରକ୍‌-କଣ୍ଟେନର, ଜଣେ ଜୀବନ୍ତ ଦଗ୍ଧ

କୁଚିଣ୍ଡା: ଭୟଙ୍କର ସଡ଼କ ଦୁର୍ଘଟଣା। ମୁହାଁମୁହିଁ ଧକ୍କା ପରେ ଜଳିଗଲା ଟ୍ରକ୍‌ ଓ କଣ୍ଟେନର। ଏଥିରେ କଣ୍ଟେନର ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ତାଙ୍କ ସହଯୋଗୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ଘଟିଛି ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥର କଦଳୀପାଳ ନିକଟରେ । ସୂଚନା ଅନୁଯାୟୀ, ଉଭୟ ପାର୍ଶ୍ବରୁ ଆସୁଥିବା ଏହି ଦୁଇଟି ଗାଡ଼ି ମୁହାଁମୁହିଁ ଧକ୍କା ହେବା ପରେ ଏଥିରେ ନିଆଁ ଲାଗିଯାଇଥିଲା। ଆଉ ନିଆଁ ଏତେ ଭୟଙ୍କର ଥିଲା ଯେ, ଏଥିରେ କଣ୍ଟେନର ଚାଳକ ରେହମାନ ଖାନ  ଜୀବନ୍ତ ଦଗ୍ଧ ହୋଇଯାଇଥିବା। ସେହିଭଳି ତାଙ୍କ ସହଯୋଗୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସଦର ଡାକ୍ତରଖାନାକୁ ପଠାଯାଇଛି।ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଅନ୍ୟପଟେ ଦୁର୍ଘଟଣା ଗ୍ରସ୍ତ ଟ୍ରକ ଚାଳକଙ୍କ କୌଣସି ସୂଚନା ମିଳିପାରିନଥିବାବେଳେ, ଦୁର୍ଘଟଣା ଯୋଗୁଁ ରାସ୍ତାର ଉଭୟ ପଟେ ଶହ ଶହ ଗାଡ଼ି ଅଟକି ରହିଛି। ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ଉପସ୍ଥିତ ରହିଛନ୍ତି । ନିଆଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହେବା ପରେ ହିଁ ସବୁକିଛି ସ୍ପଷ୍ଟ ହେବ। 

ଭୟଙ୍କର ସଡ଼କ ଦୁର୍ଘଟଣା, ଧକ୍କା ପରେ ଜଳିଗଲା ଟ୍ରକ୍‌-କଣ୍ଟେନର, ଜଣେ ଜୀବନ୍ତ ଦଗ୍ଧ

କୁଚିଣ୍ଡା: ଭୟଙ୍କର ସଡ଼କ ଦୁର୍ଘଟଣା। ମୁହାଁମୁହିଁ ଧକ୍କା ପରେ ଜଳିଗଲା ଟ୍ରକ୍‌ ଓ କଣ୍ଟେନର। ଏଥିରେ କଣ୍ଟେନର ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ତାଙ୍କ ସହଯୋଗୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ଘଟିଛି ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥର କଦଳୀପାଳ ନିକଟରେ । 

ସୂଚନା ଅନୁଯାୟୀ, ଉଭୟ ପାର୍ଶ୍ବରୁ ଆସୁଥିବା ଏହି ଦୁଇଟି ଗାଡ଼ି ମୁହାଁମୁହିଁ ଧକ୍କା ହେବା ପରେ ଏଥିରେ ନିଆଁ ଲାଗିଯାଇଥିଲା। ଆଉ ନିଆଁ ଏତେ ଭୟଙ୍କର ଥିଲା ଯେ, ଏଥିରେ କଣ୍ଟେନର ଚାଳକ ରେହମାନ ଖାନ  ଜୀବନ୍ତ ଦଗ୍ଧ ହୋଇଯାଇଥିବା। ସେହିଭଳି ତାଙ୍କ ସହଯୋଗୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସଦର ଡାକ୍ତରଖାନାକୁ ପଠାଯାଇଛି।

ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଅନ୍ୟପଟେ ଦୁର୍ଘଟଣା ଗ୍ରସ୍ତ ଟ୍ରକ ଚାଳକଙ୍କ କୌଣସି ସୂଚନା ମିଳିପାରିନଥିବାବେଳେ, ଦୁର୍ଘଟଣା ଯୋଗୁଁ ରାସ୍ତାର ଉଭୟ ପଟେ ଶହ ଶହ ଗାଡ଼ି ଅଟକି ରହିଛି। ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ଉପସ୍ଥିତ ରହିଛନ୍ତି । ନିଆଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହେବା ପରେ ହିଁ ସବୁକିଛି ସ୍ପଷ୍ଟ ହେବ।