ଭୟମୁକ୍ତ ଓଡ଼ିଶା ଜଙ୍ଗଲ, ଦୁଇ ଜାଆଁଳା ଛୁଆଙ୍କୁ ଧରି ଘୁରି ବୁଲୁଛି କଲରାପତରିଆ ବାଘୁଣୀ
ଭୁବନେଶ୍ୱର,୧୮।୩: ପୁଣିଥରେ କ୍ୟାମେରାରେ କଏଦ ହେଲା କଳା କଲରାପତରିଆ। ଓଡ଼ିଶାର ଆଭ୍ୟନ୍ତରୀଣ ଇଲାକାରେ କଳା କଲରାପତରିଆ ବାଘୁଣୀ ସହ ଦୁଇ ଯାଆଁଳା ବାଘ ଛୁଆର ଦୃଶ୍ୟ ବି କଏଦ ହୋଇଛି। କଲରାପତରିଆ ବାଘ ଛୁଆ ମଧ୍ୟରୁ ଗୋଟିଏ ସାଧାରଣ ହୋଇଥିବା ବେଳେ ଅନ୍ୟଟି କଳା ରଙ୍ଗର ଦେଖିବାକୁ ମିଳିଛି। ଓଡ଼ିଶା ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ଏକ୍ସରେ ଏହି ଫଟୋ ପୋଷ୍ଟ କରିଛନ୍ତି। ତେବେ ଓଡ଼ିଶାରେ ଆଗକୁ ସରକାର ନିଜସ୍ବ କଲରାପତରିଆ ବାଘ ଗଣନା କରିବେ। ଆସନ୍ତା […] The post ଭୟମୁକ୍ତ ଓଡ଼ିଶା ଜଙ୍ଗଲ, ଦୁଇ ଜାଆଁଳା ଛୁଆଙ୍କୁ ଧରି ଘୁରି ବୁଲୁଛି କଲରାପତରିଆ ବାଘୁଣୀ appeared first on Dharitri Odia News.
ଭୁବନେଶ୍ୱର,୧୮।୩: ପୁଣିଥରେ କ୍ୟାମେରାରେ କଏଦ ହେଲା କଳା କଲରାପତରିଆ। ଓଡ଼ିଶାର ଆଭ୍ୟନ୍ତରୀଣ ଇଲାକାରେ କଳା କଲରାପତରିଆ ବାଘୁଣୀ ସହ ଦୁଇ ଯାଆଁଳା ବାଘ ଛୁଆର ଦୃଶ୍ୟ ବି କଏଦ ହୋଇଛି। କଲରାପତରିଆ ବାଘ ଛୁଆ ମଧ୍ୟରୁ ଗୋଟିଏ ସାଧାରଣ ହୋଇଥିବା ବେଳେ ଅନ୍ୟଟି କଳା ରଙ୍ଗର ଦେଖିବାକୁ ମିଳିଛି। ଓଡ଼ିଶା ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ଏକ୍ସରେ ଏହି ଫଟୋ ପୋଷ୍ଟ କରିଛନ୍ତି।
ତେବେ ଓଡ଼ିଶାରେ ଆଗକୁ ସରକାର ନିଜସ୍ବ କଲରାପତରିଆ ବାଘ ଗଣନା କରିବେ। ଆସନ୍ତା ମେ’ରୁ ହାତୀ ଗଣନା ସହ ଏକକାଳୀନ କଲରାପତରିଆ ବାଘ ଗଣନା କରାଯିବ। ରାଜ୍ୟର ସବୁ ଅଞ୍ଚଳରେ କଲରାପତରିଆ ଗଣନା ହେବ ବୋଲି ପିସିସିଏଫ୍(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ଶୁକ୍ରବାର ସୂଚନା ଦେଇଛନ୍ତି।
Twins are miracles who come in pairs…
Female melanistic leopard with twins from the forests of central Odisha. One normal & another melanistic cub. Amazing nature
pic.twitter.com/1cYkFYXfU7
— Susanta Nanda (@susantananda3) March 18, 2024
ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍ଟିସିଏ) ଏବଂ ଓ୍ବାଇଲ୍ଡ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମିଳିତ ସହଯୋଗରେ ଦେଶରେ ହୋଇଥିବା କଲରାପତରିଆ ଗଣନା ରିପୋର୍ଟ-୨୦୨୨ ଗୁରୁବାର ପ୍ରକାଶ ପାଇଥିଲା, ଯେଉଁଥିରେ ଦେଶରେ ଗତ ୪ବର୍ଷରେ କଲରାପତରିଆ ବାଘଙ୍କ ସଂଖ୍ୟା ବଢ଼ିଥିବାବେଳେ ଓଡ଼ିଶାରେ ହ୍ରାସ ପାଇଥିବା ଦର୍ଶାଯାଇଥିଲା। ୨୦୧୮ ମସିହାରେ ହୋଇଥିବା ଗଣନା ବେଳେ ରାଜ୍ୟରେ ୭୬୦ଟି କଲରାପତରିଆ ବାଘ ଥିବାବେଳେ ୨୦୨୨ରେ ଏହା ୫୬୮କୁ ହ୍ରାସ ପାଇଛି। ତେଣୁ ନିଜସ୍ବ ଗଣନା ପାଇଁ ରାଜ୍ୟ ବନ ବିଭାଗ ନିଷ୍ପତ୍ତି ନେଇଛି।
ଏ ନେଇ ପିସିସିଏଫ୍ କହିଛନ୍ତି, ଏନ୍ଟିସିଏ ରିପୋର୍ଟକୁ ତର୍ଜମା କରାଯାଉଛି। ସେଥିରେ କିଛି ତ୍ରୁଟି ଥିବା ଜଣାପଡ଼ୁଛି। ତେଣୁ ଏହାକୁ ରାଜ୍ୟସ୍ତରରେ ସଂଶୋଧନ କରାଯିବ। ପ୍ରଥମତଃ ଏହା ଏନ୍ଟିସିଏର ଏକ ଆକଳନ ରିପୋର୍ଟ। ଦ୍ୱିତୀୟରେ ୨୦୨୨ରେ ସେମାନେ ମାତ୍ର ୩ଟି ସ୍ଥାନରେ କ୍ୟାମେରା ଟ୍ରାପ୍ ଲଗାଇଥିଲେ। କିନ୍ତୁ ୨୦୧୮ ଆକଳନବେଳେ ୧୪ ଜାଗାରେ କ୍ୟାମେରା ଟ୍ରାପ ଲାଗିଥିଲା, ଯେଉଁଥିରୁ ସେମାନେ ୭୬୦ କଲରାପତରିଆ ଥିବା ଜାଣିବାକୁ ପାଇଥିଲେ।
ତେବେ ୨୦୨୨ରେ ଏନ୍ଟିସିଏ କ୍ୟାମେରା ଟ୍ରାପ ଲଗାଇଥିବା ଶିମିଳିପାଳ ଓ ସାତକୋଶିଆରେ କଲରାପତରିଆ ସଂଖ୍ୟା ବଢ଼ିଥିବା ରାଜ୍ୟ ପାଇଁ ଖୁସି ଖବର। ଯଦି ଶିମିଳିପାଳ ଓ ସାତକୋଶିଆ ବଫର ଏରିଆରେ କ୍ୟାମେରା ଲାଗିଥାନ୍ତା, ତା’ହେଲେ ସଂଖ୍ୟା ଆହୁରି ବଢ଼ିଥାନ୍ତା। ଏନ୍ଟିସିଏ କଲରାପତରିଆ ଆକଳନ ରିପୋର୍ଟ ଗ୍ରହଣୀୟ। କିନ୍ତୁ ସେମାନେ ବହୁତ କମ ଅଞ୍ଚଳ କଭର କରିଥିବାରୁ ଆକଳନ ଏକପାଖିଆ ହୋଇଯାଉଛି ବୋଲି ପିସିସିଏଫ୍ କହିଛନ୍ତି।
The post ଭୟମୁକ୍ତ ଓଡ଼ିଶା ଜଙ୍ଗଲ, ଦୁଇ ଜାଆଁଳା ଛୁଆଙ୍କୁ ଧରି ଘୁରି ବୁଲୁଛି କଲରାପତରିଆ ବାଘୁଣୀ appeared first on Dharitri Odia News.
