ଭୟରେ ରାସନ କାର୍ଡ ଫେରାଉଛନ୍ତି ଚାକିରିଆ
ରାଇକିଆ,୩।୨(ପ୍ରଦୀପ ବେହେରା):କ୍ଷୁଧା ଦୂର କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମାଗଣା ଚାଉଳ ଯୋଗାଇ ଦେଉଛନ୍ତି। ଏହି ଯୋଜନାରେ ରାଇକିଆ ବ୍ଲକରେ ଅନେକ ସରକାରୀ କର୍ମଚାରୀ ଖାଦ୍ୟ ସୁରକ୍ଷାରେ ସାମିଲ ହେବା ସହ ସରକାରଙ୍କ ବିଭିନ୍ନ ସୁବିଧା ନେଉଛନ୍ତି । ଏହି ବ୍ଲକରେ ଏବେ ମଧ୍ୟ ଅନେକ ଯୋଗ୍ୟ ହିତାଧୀକାରୀ ତାଲିକାରେ ସାମିଲ ହୋଇ ନ ପାରି ଏଥିରୁ ବଞ୍ଚିତ ହେଉଛନ୍ତି। ଅଯୋଗ୍ୟ ହିତାଧୀକାରୀଙ୍କ ସଂଖ୍ୟା ଜାଣିବା ଓ ଯୋଗ୍ୟ ହିତାଧୀକାରୀଙ୍କୁ ଏଥିରେ ସାମିଲ କରିବା […] The post ଭୟରେ ରାସନ କାର୍ଡ ଫେରାଉଛନ୍ତି ଚାକିରିଆ appeared first on Dharitri Odia News.
ରାଇକିଆ,୩।୨(ପ୍ରଦୀପ ବେହେରା):କ୍ଷୁଧା ଦୂର କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମାଗଣା ଚାଉଳ ଯୋଗାଇ ଦେଉଛନ୍ତି। ଏହି ଯୋଜନାରେ ରାଇକିଆ ବ୍ଲକରେ ଅନେକ ସରକାରୀ କର୍ମଚାରୀ ଖାଦ୍ୟ ସୁରକ୍ଷାରେ ସାମିଲ ହେବା ସହ ସରକାରଙ୍କ ବିଭିନ୍ନ ସୁବିଧା ନେଉଛନ୍ତି । ଏହି ବ୍ଲକରେ ଏବେ ମଧ୍ୟ ଅନେକ ଯୋଗ୍ୟ ହିତାଧୀକାରୀ ତାଲିକାରେ ସାମିଲ ହୋଇ ନ ପାରି ଏଥିରୁ ବଞ୍ଚିତ ହେଉଛନ୍ତି। ଅଯୋଗ୍ୟ ହିତାଧୀକାରୀଙ୍କ ସଂଖ୍ୟା ଜାଣିବା ଓ ଯୋଗ୍ୟ ହିତାଧୀକାରୀଙ୍କୁ ଏଥିରେ ସାମିଲ କରିବା ପାଇଁ ଜୁନ ମାସରୁ ରାସନ କାର୍ଡ ସହିତ ଇ-କେୱାଇସି ଅପଡେଟ କରାଯାଉଛି। ଇତି ମଧ୍ୟରେ କାର୍ଡ ହାତେଇଥିବା ସରକାରୀ କର୍ମଚାରୀମାନଙ୍କ ତାଲିକା ପ୍ରସ୍ତୁତ କରାଯାଇଛି।
ଅନ୍ୟପକ୍ଷରେ କାର୍ଡ ହାତେଇଥିବା ୧୫ରୁ ଉର୍ଦ୍ଧ୍ୱ ସରକାରୀ ଚାକିରିଆ ଇତି ମଧ୍ୟରେ କାର୍ଡ ଫେରାଇଥିବାବେଳେ ବାଦ ତାଲିକାରେ କମ ଦରମା ପାଉଥିବା କିଛି ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ତାଲିକାଭୁକ୍ତ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଏ ନେଇ ରାଇକିଆ ଯୋଗାଣ ନିରୀକ୍ଷକ କିରନ ବେହେରା କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ କେବଳ ଅଧିକା ଦରମା ପାଉଥିବା ନିୟମ ଅନୁସାରେ ଅଯୋଗ୍ୟ ହିତାଧୀକାରୀଙ୍କ କାର୍ଡ ଫେରସ୍ତ ରଖାଯାଇଛି। ଯୋଗ୍ୟ ବ୍ୟକ୍ତି ମାନେ ପରବର୍ତ୍ତୀ ସମୟରେ ସାମିଲ ହୋଇ ପାରିବେ ବୋଲି କହିଛନ୍ତି।
The post ଭୟରେ ରାସନ କାର୍ଡ ଫେରାଉଛନ୍ତି ଚାକିରିଆ appeared first on Dharitri Odia News.