ନିଜ ଜନ୍ମ ମାଟିରେ ରୋଡ଼ ଶୋ’ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୩।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ରାଜେନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲା ଗସ୍ତ କରିଛନ୍ତି। ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ଆସି ଘଟଗାଁ ହାଇସ୍କୁଲ ପଡ଼ିଆରେ ଓହ୍ଲାଇ ଥିଲେ। ସେଠାରୁ ମା’ ତାରିଣୀ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୪ କି.ମି. ବିଶାଳ ରୋଡ଼ ଶୋ’ କରିଥିଲେ। ହଜାର ହଜାର ସଂଖ୍ୟାରେ ଲୋକ ରାସ୍ତା କଡ଼ରେ ଛିଡା ହୋଇ ତାଙ୍କୁ ସ୍ବାଗତ କରିଥିଲେ। ମୁଖ୍ୟମନ୍ତ୍ରୀ ମା’ ତାରିଣୀଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ପରେ ସେ […] The post ନିଜ ଜନ୍ମ ମାଟିରେ ରୋଡ଼ ଶୋ’ କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.

ନିଜ ଜନ୍ମ ମାଟିରେ ରୋଡ଼ ଶୋ’ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୩।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ରାଜେନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲା ଗସ୍ତ କରିଛନ୍ତି। ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ଆସି ଘଟଗାଁ ହାଇସ୍କୁଲ ପଡ଼ିଆରେ ଓହ୍ଲାଇ ଥିଲେ। ସେଠାରୁ ମା’ ତାରିଣୀ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୪ କି.ମି. ବିଶାଳ ରୋଡ଼ ଶୋ’ କରିଥିଲେ। ହଜାର ହଜାର ସଂଖ୍ୟାରେ ଲୋକ ରାସ୍ତା କଡ଼ରେ ଛିଡା ହୋଇ ତାଙ୍କୁ ସ୍ବାଗତ କରିଥିଲେ।

ମୁଖ୍ୟମନ୍ତ୍ରୀ ମା’ ତାରିଣୀଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ପରେ ସେ ମନ୍ଦିର ଚତୁଃପାର୍ଶ୍ୱ ବୁଲି ଦେଖିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଥିଲେ। ଏବେ ମା’ଙ୍କ ପୀଠରେ ୫୦ କୋଟି ଟଙ୍କାର କାମ ଚାଲିଛି। ମାତ୍ର ଏହା ପୀଠର ବିକାଶ ପାଇଁ ପର୍ଯ୍ୟାପ୍ତ ନୁହେଁ। ଏନେଇ ଆଉ ୫୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିବା ସହ ମା’ଙ୍କ ପୀଠକୁ ଜାତୀୟ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଁ କେନ୍ଦ୍ରକୁ ଅନୁରୋଧ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାର ଅନୁଧ୍ୟାନ କରିବାକୁ ଏକ କମିଟି ଆସିବେ ବୋଲି ମୁଖ୍ୟମନ୍ତ୍ର ସୂଚନା ଦେଇଥିଲେ।

ପରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ କର୍ମୀମାନଙ୍କ ସହିତ ଆଲୋଚନା କରିବା ସହ ଲୋକଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ଏହି ଅବସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଥିଲା।

ସାଂସଦ ଅନନ୍ତ ନାୟକ, ଜିଲାପାଳ ବିଶାଳ ସିଂହ, ଏସ୍‌ପି ନୀତିନ କୁଶଲକରଙ୍କ ସମେତ ବିଧାୟକ ଡାକ୍ତର ଫକୀର ମୋହନ ନାୟକ, ଅଖିଳ ନାୟକ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ଏହା ପରେ ସେ କେନ୍ଦୁଝରକୁ ହେଲିକପ୍ଗର ଆସି ରିଜର୍ଭ ପଡିଆରେ ଓହ୍ଲାଇଥିଲେ। ସେଠାରୁ ସର୍କିଟ ହାଉସ ଯାଇ ବିଶ୍ରାମ ନେଇ କର୍ମୀମାନଙ୍କ ସହିତ ଆଲୋଚନା କରିଥିଲେ। ପରେ ସେଠାରୁ ପୁରୁଣା ବଜାର ସାହି ଶ୍ରୀ ବଳଦେବଜୀଉଙ୍କୁ ଦର୍ଶନ କରି ଏକ ରୋଡ ସୋରେ ସହର ପରିକ୍ରମା କରି କେନ୍ଦୁଝର ଷ୍ଟାଡିୟମରେ ଆୟୋଜିତ ସମ୍ବର୍ଧନା ସଭାରେ ଯୋଗ ଦେଇଥିଲେ।

ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ପୁରୁଣା ସହର ବେଦ ବିଦ୍ୟାଳୟ ଯାଇଥିଲେ। ରାସ୍ତା କଡ଼ରେ ଉପସ୍ଥିତ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ହାତ ହଲେଇ ଶୁଭେଚ୍ଛା ଜଣାଇଥିଲେ। ଏହିବସରରେ ବିଭିନ୍ନ ଅନୁଷ୍ଠାନ, ସଂଗଠନ ତଥା କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ରବିବାର ପ୍ରଥମ ଥର ପାଇଁ ସେ କେନ୍ଦୁଝର ଜିଲା ତଥା ନିଜ ଜନ୍ମ ମାଟି ଗସ୍ତ କରିଛନ୍ତି।

The post ନିଜ ଜନ୍ମ ମାଟିରେ ରୋଡ଼ ଶୋ’ କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.