ମଉସା ତମ ଟଙ୍କା ଗଳିପଡ଼ିଲା.... ଆଉ ତା’ପରେ...

ଘଟଣା ସଂପର୍କରେ ପୀତାମ୍ବର ଦାସ ଆଳି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ଛାନଭିନ କରୁଛି।

ମଉସା ତମ ଟଙ୍କା ଗଳିପଡ଼ିଲା.... ଆଉ ତା’ପରେ...

ଜଣେ ବ୍ୟବସାୟୀ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଦୁଇ ଦୁର୍ବୃତ୍ତ ତାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଝାମ୍ପି ନେଇଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ନିଆଳ ଗାଁରେ।

ଲୁଟ୍‌ର ଶିକାର ହୋଇଥିବା ବ୍ୟବସାୟୀଙ୍କ ନାଁ ପୀତାମ୍ବର ଦାସ। ତାଙ୍କ ଘର ଆଳି ଥାନା ଖନ୍ଦୋଳ ଗାଁରେ।

ଆଜି ଦିନ ୧୦ଟା ୪୫ରେ ସେ ଆଳି ସ୍ଥିତ ଏସ୍‌ବିଆଇରୁ ୨ ଲକ୍ଷ ଟଙ୍କା ଉଠାଇ ସାଇକେଲରେ ଘରକୁ ଫେରୁଥିଲେ।

ନିଆଳ ଗାଁ ଭିତରେ ଦୁଇ ଜଣ ଦୁର୍ବୃତ୍ତ ପଛରୁ ବାଇକ୍‌ରେ ଆସି ‘ମଉସା ତମ ଟଙ୍କା ଗଳି ପଡ଼ିଛି’ ବୋଲି କହିଥିଲେ। ଏହା ଶୁଣି ପୀତାମ୍ବର ଦାସ ସଙ୍ଗେ ସଙ୍ଗେ ସେଠାରେ ରହି ଯାଇଥିଲେ। ସେ ଅଟକି ଯିବା ପରେ ଦୁଇ ଦୁର୍ବୃତ୍ତ ଆଖି ପିଛୁଳାକେ ତାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଝାମ୍ପି ନେଇଥିଲେ। ଦୁର୍ବୃତ୍ତମାନେ ସେଠାରୁ ଦ୍ରୁତଗତିରେ ଫେରାର ହୋଇଯାଇଥିଲେ।

ଘଟଣା ସଂପର୍କରେ ପୀତାମ୍ବର ଦାସ ଆଳି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ଛାନଭିନ ଆରମ୍ଭ କରିଛି।