ମକର ସଂକ୍ରାନ୍ତିରେ ଚଳଚଞ୍ଚଳ ଓଡ଼ିଶାର ପୁରପଲ୍ଲୀ; ମକର ଚଉରାଶୀ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ

କନକ ବ୍ୟୁରୋ : ମକର ସଂକ୍ରାନ୍ତିରେ ମକର ମେଳା । ବିଭିନ୍ନ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ । ଖୋର୍ଦ୍ଧା ଅଟ୍ରିରେ ଥିବା ହଟକେଶ୍ବର ମହାଦେବ ପୀଠ । ମକର ସଂକ୍ରାନ୍ତିରେ ଅଟ୍ରି କୁଣ୍ଡରେ ସ୍ନାନ କଲେ ଚର୍ମରୋଗ ଭଲ ବେହାର ବିଶ୍ୱାସ ରହିଛି । ହଟ୍ଟକେଶ୍ବରଙ୍କ ଠାରେ ସଂକଳ୍ପ କରି ମାନସିକ କୁଣ୍ଡରୁ ଗୁଆ ଖୋଜି ପାଇଲେ ସାନ୍ତାନ ପ୍ରାପ୍ତି ହୋଇଥାଏ ବୋଲି ମାନିଥାନ୍ତି ମାନସିକଧାରୀ । ବଡି ଭୋଗରୁ ଗାଧୁଆପାଧୁଆ କରି ହଟକେଶ୍ୱରଙ୍କ ପାଖରେ ପୂଜାର୍ଚ୍ଚନା କରିଛନ୍ତି। ଏହାପରେ ମାନସିକଧାରୀ ମାନସିକ କୁଣ୍ଡରୁ ଗୁଆ ଖୋଜିଥାନ୍ତି । ଆଦିବାସୀଙ୍କ ଗଣପର୍ବ ମକର। ମୟୂରଭଞ୍ଜରେ ମକର ପର୍ବର ଅନେକ ସ୍ୱତନ୍ତ୍ରତା ରହିଛି। ଆଦିବାସୀ ଏବଂ କୁଡୁମି ସମ୍ପ୍ରଦାୟରର ଲୋକମାନଙ୍କ ଏହା ହେଉଛି ମୁଖ୍ୟ ପର୍ବ। ସାନ୍ତାଳୀମାନଙ୍କ ଦାମୋଦର ଘାଟ, କୁଡୁମିମାନଙ୍କ ଟୁସୁ ପୂଜା, ବାଥୁଡ଼ି ମାନଙ୍କ ବଡ଼ାମ୍ ପୂଜା ଭଳି ଅନେକ ସମ୍ପ୍ରଦାୟର ଲୋକମାନେ ପରମ୍ପରା ଅନୁଯାୟୀ ନିଜନିଜ ଢଙ୍ଗରେ ଏହାକୁ ପାଳନ କରିଥାନ୍ତି। ସେପଟେ କେନ୍ଦୁଝରରେ ମଧ୍ୟ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଛି ମକର ପର୍ବ । ଚମ୍ପୁଆ ବ୍ଲକ କେଶରୀ କୁଣ୍ଡରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅଢ଼ଙ୍ଗା ପଞ୍ଚାୟତର କୂଳଦା ଗାଁ ସ୍ଥିତ ନିମ୍ବ ବନିକା ପୀଠରେ ୧୫୦ ବର୍ଷ ଧରି ମକର ମେଳା ପାଳନ କରାଯାଉଛି । ବିଶ୍ୱାସ ରହିଛି ମକର ବୁଡ଼ରେ ଏହି ପୀଠକୁ ଆସିଲେ, ମନସ୍କାମନା

ମକର ସଂକ୍ରାନ୍ତିରେ ଚଳଚଞ୍ଚଳ ଓଡ଼ିଶାର ପୁରପଲ୍ଲୀ; ମକର ଚଉରାଶୀ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ

କନକ ବ୍ୟୁରୋ : ମକର ସଂକ୍ରାନ୍ତିରେ ମକର ମେଳା । ବିଭିନ୍ନ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ । ଖୋର୍ଦ୍ଧା ଅଟ୍ରିରେ ଥିବା ହଟକେଶ୍ବର ମହାଦେବ ପୀଠ । ମକର ସଂକ୍ରାନ୍ତିରେ ଅଟ୍ରି କୁଣ୍ଡରେ ସ୍ନାନ କଲେ ଚର୍ମରୋଗ ଭଲ ବେହାର ବିଶ୍ୱାସ ରହିଛି । ହଟ୍ଟକେଶ୍ବରଙ୍କ ଠାରେ ସଂକଳ୍ପ କରି ମାନସିକ କୁଣ୍ଡରୁ ଗୁଆ ଖୋଜି ପାଇଲେ ସାନ୍ତାନ ପ୍ରାପ୍ତି ହୋଇଥାଏ ବୋଲି ମାନିଥାନ୍ତି ମାନସିକଧାରୀ । ବଡି ଭୋଗରୁ ଗାଧୁଆପାଧୁଆ କରି ହଟକେଶ୍ୱରଙ୍କ ପାଖରେ ପୂଜାର୍ଚ୍ଚନା କରିଛନ୍ତି। ଏହାପରେ ମାନସିକଧାରୀ ମାନସିକ କୁଣ୍ଡରୁ ଗୁଆ ଖୋଜିଥାନ୍ତି ।

ଆଦିବାସୀଙ୍କ ଗଣପର୍ବ ମକର। ମୟୂରଭଞ୍ଜରେ ମକର ପର୍ବର ଅନେକ ସ୍ୱତନ୍ତ୍ରତା ରହିଛି। ଆଦିବାସୀ ଏବଂ କୁଡୁମି ସମ୍ପ୍ରଦାୟରର ଲୋକମାନଙ୍କ ଏହା ହେଉଛି ମୁଖ୍ୟ ପର୍ବ। ସାନ୍ତାଳୀମାନଙ୍କ ଦାମୋଦର ଘାଟ, କୁଡୁମିମାନଙ୍କ ଟୁସୁ ପୂଜା, ବାଥୁଡ଼ି ମାନଙ୍କ ବଡ଼ାମ୍ ପୂଜା ଭଳି ଅନେକ ସମ୍ପ୍ରଦାୟର ଲୋକମାନେ ପରମ୍ପରା ଅନୁଯାୟୀ ନିଜନିଜ ଢଙ୍ଗରେ ଏହାକୁ ପାଳନ କରିଥାନ୍ତି। ସେପଟେ କେନ୍ଦୁଝରରେ ମଧ୍ୟ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଛି ମକର ପର୍ବ । ଚମ୍ପୁଆ ବ୍ଲକ କେଶରୀ କୁଣ୍ଡରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ ।

ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅଢ଼ଙ୍ଗା ପଞ୍ଚାୟତର କୂଳଦା ଗାଁ ସ୍ଥିତ ନିମ୍ବ ବନିକା ପୀଠରେ ୧୫୦ ବର୍ଷ ଧରି ମକର ମେଳା ପାଳନ କରାଯାଉଛି । ବିଶ୍ୱାସ ରହିଛି ମକର ବୁଡ଼ରେ ଏହି ପୀଠକୁ ଆସିଲେ, ମନସ୍କାମନା ପୂର୍ଣ୍ଣ ହୋଇଥାଏ । ସେହିପରି ଚିଲିକା ଅଧିଷ୍ଠାତ୍ରୀ ଦେବୀ ମା’ କାଳିଜାଇଙ୍କ ପୀଠରେ ମଧ୍ୟ ହହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ଭକ୍ତମାନେ ଚିଲିକା ଡଙ୍ଗାରେ ବସି ମଜା ନେଉଥିବା ବେଳେ ମା’ଙ୍କ ଦର୍ଶନ କରି ଆନନ୍ଦିତ ହୋଇଛନ୍ତି ।