ମକା ବିକ୍ରି ପାଇଁ ନାହିଁ ମଣ୍ଡି ବ୍ୟବସ୍ଥା । ଦଲାଲଙ୍କ ଶୋଷଣର ଶିକାର ଚାଷୀ ।
କନକ ବ୍ୟୁରୋ: ମକା ଚାଷ ଅର୍ଥକାରୀ ଫସଲ । ଆର୍ଥିକ ଉନ୍ନତି ପାଇଁ ଏହି ଚାଷ କରିଥାନ୍ତି ଚାଷୀ । ହେଲେ ମଣ୍ଡି ବ୍ୟବସ୍ଥା ନଥିବାରୁ ଦଲାଲ ଶୋଷଣର ଶିକାର ହେଉଛନ୍ତି ମକା ଚାଷୀ । କମ ଦରରେ ବିକି ଚାଷୀ କ୍ଷତି ସହୁଥିବା ବେଳେ ମାଲାମାଲ ହେଉଛନ୍ତି ଦଲାଲ । କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳର ମକାଚାଷୀ ଏଭଳି ଅଭିଯୋଗ ଆଣିଛନ୍ତି । ବ୍ଲକରେ ୨୨ଟି ପଞ୍ଚାୟତର ଅଣଜଳସେଚିତ ଅଞ୍ଚଳର ଚାଷୀ ମକାଚାଷ କରିଥାନ୍ତି । ଚଳିତ ବର୍ଷ ଆମପାଣି, ବଡ଼ପୋଡ଼ାଗୁଡ଼ା, ମହିମା, ଗୋତୋମୁଣ୍ଡା, ସାନପୋଡ଼ାଗୁଡ଼ା, ଖୁଣ୍ଟିଆ ପଞ୍ଚ।ୟତରେ ୨୩ ଶହ ୪୮ ହେକ୍ଟର ଜମିରେ ମକା ଚାଷ ହୋଇଛି । ବେସରକାରୀ ଭାବେ ୫ହଜାରରୁ ଅଧିକ ହେକ୍ଟର ଜମିରେ ଚାଷ ହୋଇଛି । ଗତବର୍ଷ ତୁଳନାରେ ଏବର୍ଷ ଆଗୁଆ ମକା ଉତ୍ପାଦନ ହୋଇଛି । ଭଲ ରୋଜଗାର କରି ଋଣ ପରିଶୋଧ ଆଶା ରଖିଛନ୍ତି । କିଏ ରାସ୍ତା କଡ଼ରେ ରଖିଛି ତ କିଏ ଖଳାରେ ଖୋଲା ଆକାଶ ତଳେ ରଖି ବିକ୍ରି ପାଇଁ ଅପେକ୍ଷା କରିଛନ୍ତି । ମକା ବିକ୍ରି ପାଇଁ ମଣ୍ଡି ନାହିଁ । ଯାହାର ଫାଇଦା ଉଠାଇ କୋକସରାରେ ଦଲାଲ୍ ସକ୍ରିୟ ହୋଇଛନ୍ତି । କ୍ୱିଣ୍ଟାଲ ପ୍ରତି ୨ହଜାରରୁ ୨୨ଶହ ଟଙ୍କା ମୁଲଚାଲ୍ କରୁଛନ୍ତି । ବିକଳ୍ପ ବ୍ୟବସ୍ଥା ନଥିବାରୁ ଚାଷୀ ମଧ୍ୟ ଶାଗ ମାଛ ଦରରେ ନିଜ ପରିଶ୍ରମର ମୂଲକୁ ଦଲାଲ ହାତରେ ଟେକି ଦେଉଛନ୍ତି । ମକାମଣ୍ଡି ପାଇଁ ଚାଷୀମାନେ ବିଭିନ୍ନ ସମୟରେ ଦାବି କରିଛନ୍ତି, କିନ୍ତୁ ସରକାର କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି

କନକ ବ୍ୟୁରୋ: ମକା ଚାଷ ଅର୍ଥକାରୀ ଫସଲ । ଆର୍ଥିକ ଉନ୍ନତି ପାଇଁ ଏହି ଚାଷ କରିଥାନ୍ତି ଚାଷୀ । ହେଲେ ମଣ୍ଡି ବ୍ୟବସ୍ଥା ନଥିବାରୁ ଦଲାଲ ଶୋଷଣର ଶିକାର ହେଉଛନ୍ତି ମକା ଚାଷୀ । କମ ଦରରେ ବିକି ଚାଷୀ କ୍ଷତି ସହୁଥିବା ବେଳେ ମାଲାମାଲ ହେଉଛନ୍ତି ଦଲାଲ ।
କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳର ମକାଚାଷୀ ଏଭଳି ଅଭିଯୋଗ ଆଣିଛନ୍ତି । ବ୍ଲକରେ ୨୨ଟି ପଞ୍ଚାୟତର ଅଣଜଳସେଚିତ ଅଞ୍ଚଳର ଚାଷୀ ମକାଚାଷ କରିଥାନ୍ତି । ଚଳିତ ବର୍ଷ ଆମପାଣି, ବଡ଼ପୋଡ଼ାଗୁଡ଼ା, ମହିମା, ଗୋତୋମୁଣ୍ଡା, ସାନପୋଡ଼ାଗୁଡ଼ା, ଖୁଣ୍ଟିଆ ପଞ୍ଚ।ୟତରେ ୨୩ ଶହ ୪୮ ହେକ୍ଟର ଜମିରେ ମକା ଚାଷ ହୋଇଛି । ବେସରକାରୀ ଭାବେ ୫ହଜାରରୁ ଅଧିକ ହେକ୍ଟର ଜମିରେ ଚାଷ ହୋଇଛି । ଗତବର୍ଷ ତୁଳନାରେ ଏବର୍ଷ ଆଗୁଆ ମକା ଉତ୍ପାଦନ ହୋଇଛି । ଭଲ ରୋଜଗାର କରି ଋଣ ପରିଶୋଧ ଆଶା ରଖିଛନ୍ତି । କିଏ ରାସ୍ତା କଡ଼ରେ ରଖିଛି ତ କିଏ ଖଳାରେ ଖୋଲା ଆକାଶ ତଳେ ରଖି ବିକ୍ରି ପାଇଁ ଅପେକ୍ଷା କରିଛନ୍ତି ।
ମକା ବିକ୍ରି ପାଇଁ ମଣ୍ଡି ନାହିଁ । ଯାହାର ଫାଇଦା ଉଠାଇ କୋକସରାରେ ଦଲାଲ୍ ସକ୍ରିୟ ହୋଇଛନ୍ତି । କ୍ୱିଣ୍ଟାଲ ପ୍ରତି ୨ହଜାରରୁ ୨୨ଶହ ଟଙ୍କା ମୁଲଚାଲ୍ କରୁଛନ୍ତି । ବିକଳ୍ପ ବ୍ୟବସ୍ଥା ନଥିବାରୁ ଚାଷୀ ମଧ୍ୟ ଶାଗ ମାଛ ଦରରେ ନିଜ ପରିଶ୍ରମର ମୂଲକୁ ଦଲାଲ ହାତରେ ଟେକି ଦେଉଛନ୍ତି । ମକାମଣ୍ଡି ପାଇଁ ଚାଷୀମାନେ ବିଭିନ୍ନ ସମୟରେ ଦାବି କରିଛନ୍ତି, କିନ୍ତୁ ସରକାର କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ସରକାରୀ ସ୍ତରରେ ମଣ୍ଡି ବ୍ୟବସ୍ଥା ହେଲେ ଚାଷୀଙ୍କ ଆର୍ଥିକ ଉନ୍ନତି ହେବା ସହ ମକାଚାଷ ପାଇଁ ଚାଷୀଙ୍କ ଆଗ୍ରହ ବଢ଼ନ୍ତା ।