ତାତିରେ ଡହଳ ବିକଳ ଜୀବଜନ୍ତୁ ; ଚିଡ଼ିଆଖାନାରେ ଜନ୍ତୁଙ୍କ ପାଇଁ ଲାଗିଲା ଏସି

କନକ ବ୍ୟୁରୋ:ଏବେଠାରୁ ଗରମ କଲାଣି ଡହଳ ବିକଳ । ଏଥିରୁ ନନ୍ଦନକାନନର ଜୀବଜନ୍ତୁ ମଧ୍ୟ ବାଦ୍ ପଡ଼ିନାହାନ୍ତି । ବାଘ ଶୋଉଛନ୍ତି ପାଣି ଭିତରେ, ସିଂହ ଶୋଉଛନ୍ତି ଛାଇ ତଳେ। ଭାଲୁ, ସମ୍ବର, ହରିଣ, ବାରାଶିଙ୍ଗା ହରିଣ, କୁଟ୍ରା, କୃଷ୍ଣସାର ମୃଗ ଓ ପକ୍ଷୀମାନେ ଛାଇକୁ ଚାଲି ଯାଉଛନ୍ତି । ଜୀବଜନ୍ତୁଙ୍କ ଲାଗି ନଡ଼ା ଓ ତାଟି ଛପର କରାଯାଇଛି। ଶୀତଳ ଜଳର ବନ୍ଦୋବସ୍ତ ସହିତ ଖଞ୍ଜା ଯାଇଛି ଏସି। ପର୍ଯ୍ୟଟକମାନେ ଛତା ଓ ପାଣି ବୋତଲ ଧରିବା ସହିତ ମୁଣ୍ଡରେ ଗାମୁଛା ପକାଇ ବୁଲୁଛନ୍ତି । ଚନ୍ଦକା ଜଙ୍ଗଲ ଓ କାଞ୍ଜିଆ ହ୍ରଦ କୂଳରେ ଥିଲେ ବି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗରମର ପ୍ରଭାବ ଅନୁଭୂତ  ହେଉଛି । ଜଳବାୟୁ ଉପରେ ପ୍ରତିକୂଳ ପଡୁଛି। ଫେବ୍ରୁୟାରି ମାସରୁ ଏଭଳି ସ୍ଥିତି ନେଇ ପରିବେଶବିତ୍ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି । ଏବେଠୁ ଏତେ ତ ଅଗକୁ ଗ୍ରୀଷ୍ମ ପ୍ରବାହ ଆହୁରି କେତେ ? ଜଳବାୟୁ ପରିବର୍ତ୍ତନ ନେଇ ସମସ୍ତେ ଚିନ୍ତାରେ ପଡ଼ିଛନ୍ତି ।  

ତାତିରେ ଡହଳ ବିକଳ ଜୀବଜନ୍ତୁ ; ଚିଡ଼ିଆଖାନାରେ ଜନ୍ତୁଙ୍କ ପାଇଁ ଲାଗିଲା ଏସି

କନକ ବ୍ୟୁରୋ:ଏବେଠାରୁ ଗରମ କଲାଣି ଡହଳ ବିକଳ । ଏଥିରୁ ନନ୍ଦନକାନନର ଜୀବଜନ୍ତୁ ମଧ୍ୟ ବାଦ୍ ପଡ଼ିନାହାନ୍ତି । ବାଘ ଶୋଉଛନ୍ତି ପାଣି ଭିତରେ, ସିଂହ ଶୋଉଛନ୍ତି ଛାଇ ତଳେ। ଭାଲୁ, ସମ୍ବର, ହରିଣ, ବାରାଶିଙ୍ଗା ହରିଣ, କୁଟ୍ରା, କୃଷ୍ଣସାର ମୃଗ ଓ ପକ୍ଷୀମାନେ ଛାଇକୁ ଚାଲି ଯାଉଛନ୍ତି । ଜୀବଜନ୍ତୁଙ୍କ ଲାଗି ନଡ଼ା ଓ ତାଟି ଛପର କରାଯାଇଛି। ଶୀତଳ ଜଳର ବନ୍ଦୋବସ୍ତ ସହିତ ଖଞ୍ଜା ଯାଇଛି ଏସି। ପର୍ଯ୍ୟଟକମାନେ ଛତା ଓ ପାଣି ବୋତଲ ଧରିବା ସହିତ ମୁଣ୍ଡରେ ଗାମୁଛା ପକାଇ ବୁଲୁଛନ୍ତି ।

ଚନ୍ଦକା ଜଙ୍ଗଲ ଓ କାଞ୍ଜିଆ ହ୍ରଦ କୂଳରେ ଥିଲେ ବି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗରମର ପ୍ରଭାବ ଅନୁଭୂତ  ହେଉଛି । ଜଳବାୟୁ ଉପରେ ପ୍ରତିକୂଳ ପଡୁଛି। ଫେବ୍ରୁୟାରି ମାସରୁ ଏଭଳି ସ୍ଥିତି ନେଇ ପରିବେଶବିତ୍ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି । ଏବେଠୁ ଏତେ ତ ଅଗକୁ ଗ୍ରୀଷ୍ମ ପ୍ରବାହ ଆହୁରି କେତେ ? ଜଳବାୟୁ ପରିବର୍ତ୍ତନ ନେଇ ସମସ୍ତେ ଚିନ୍ତାରେ ପଡ଼ିଛନ୍ତି ।