ମଙ୍କିପକ୍ସ ମୁକାବିଲା ପାଇଁ ସର୍ଭେଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୦ା୯ (ବନ୍ଦନା ସେଠୀ):ଭାରତରେ ଦ୍ୱିତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ ହେବାପରେ ଏହାକୁ ଗୁରୁତ୍ୱର ସହ ନେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ସମ୍ଭାବ୍ୟ ମଙ୍କିପକ୍ସ ସଂକ୍ରମଣର ମୁକାବିଲା ପାଇଁ ସର୍ଭେଲାନ୍ସ ବଢାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସଂକ୍ରମଣ ରୋକିବା ପାଇଁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଉପରେ ଧ୍ୟାନ ଦେବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର କ୍ୟାପିଟାଲ ହସ୍ପିଟାଲ, ପିଜିଆଇଏମ୍‌ଇଆର୍‌ କ୍ୟାପିଟାଲ ହସ୍ପିଟାଲ୍‌, ଆର୍‌ଜିଏଚ୍‌ ରାଉରକେଲାର ନିର୍ଦ୍ଦେଶକ, ସମସ୍ତ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ […] The post ମଙ୍କିପକ୍ସ ମୁକାବିଲା ପାଇଁ ସର୍ଭେଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ appeared first on Dharitri Odia News.

ମଙ୍କିପକ୍ସ ମୁକାବିଲା ପାଇଁ ସର୍ଭେଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୦ା୯ (ବନ୍ଦନା ସେଠୀ):ଭାରତରେ ଦ୍ୱିତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ ହେବାପରେ ଏହାକୁ ଗୁରୁତ୍ୱର ସହ ନେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ସମ୍ଭାବ୍ୟ ମଙ୍କିପକ୍ସ ସଂକ୍ରମଣର ମୁକାବିଲା ପାଇଁ ସର୍ଭେଲାନ୍ସ ବଢାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସଂକ୍ରମଣ ରୋକିବା ପାଇଁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଉପରେ ଧ୍ୟାନ ଦେବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର କ୍ୟାପିଟାଲ ହସ୍ପିଟାଲ, ପିଜିଆଇଏମ୍‌ଇଆର୍‌ କ୍ୟାପିଟାଲ ହସ୍ପିଟାଲ୍‌, ଆର୍‌ଜିଏଚ୍‌ ରାଉରକେଲାର ନିର୍ଦ୍ଦେଶକ, ସମସ୍ତ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ, ପାରାଦୀପ ବନ୍ଦର ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି।

 

ଗତ ୨୧ ଦିନ ଭିତରେ ମଙ୍କିପକ୍ସ ପ୍ରଭାବିତ ଦେଶକୁ ଯାତ୍ରା କରି ଫେରିଥିବା ବ୍ୟକ୍ତିଙ୍କଠାରେ ଜ୍ବର, ଦୁର୍ବଳତା କିମ୍ବା ମଙ୍କିପକ୍ସର ଅନ୍ୟ କିଛି ଲକ୍ଷଣ ଦେଖାଦେଇଥିଲେ ସେମାନଙ୍କର ତୁରନ୍ତ ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି। ବିମାନବନ୍ଦର ଏବଂ ସାମୁଦ୍ରିକ ବନ୍ଦରରେ ଭାରତକୁ ପ୍ରବେଶ କରୁଥିବା ଯାତ୍ରୀଙ୍କ ଉପରେ ସୀମା ପ୍ରବେଶ ପଏଣ୍ଟରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି। ପ୍ରବେଶ ପଏଣ୍ଟରେ ଚିହ୍ନଟ ହୋଇଥିବା ସମସ୍ତ ସନ୍ଦିଗ୍ଧ ମାମଲା ସମ୍ପର୍କରେ ତୁରନ୍ତ ସମନ୍ବିତ ରୋଗ ସର୍ଭେଲାନ୍ସ ପ୍ରୋଗ୍ରାମର ରାଜ୍ୟ କିମ୍ବା ଜିଲା ସର୍ଭେଲାନ୍ସ ଅଧିକାରୀଙ୍କୁ ଜଣାଇବାକୁ ପରାମର୍ଶ ଦିଆଯାଇଛି। ଏହିପରି ସନ୍ଦିଗ୍ଧ ମାମଲାଗୁଡ଼ିକ ପରିଚାଳନା କରିବା ସମୟରେ ସମସ୍ତ ନିୟମକୁ ଅନୁସରଣ କରିବା ଆବଶ୍ୟକ। ସନ୍ଦିଗ୍ଧଙ୍କୁ ଆମ୍ବୁଲାନ୍ସ ଯୋଗେ ଚିହ୍ନିତ ବା ଆଇସୋଲେଶନ ସୁବିଧା ଥିବା ନିର୍ଦ୍ଦିଷ୍ଟ ରେଫରାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। ରେଫରାଲ ହସ୍ପିଟାଲରୁ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷଣ ପାଇଁ ଏମ୍ସ ଭୁବନେଶ୍ବର ଲାବକୁ ପଠାଯିବ। କୌଣସି ଦ୍ବନ୍ଦ୍ବ ଥିଲେ ଏନ୍‌ସିଡିସି ହେଲ୍ପଲାଇନ ନମ୍ବର (+୯୧) ୦୧୧-୨୩୯୦୯୩୪୮କୁ ଯୋଗାଯୋଗ କରାଯାଇପାରିବ ବୋଲି ଚିଠିଲେ ଉଲ୍ଲେଖ ରହିଛି।

The post ମଙ୍କିପକ୍ସ ମୁକାବିଲା ପାଇଁ ସର୍ଭେଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ appeared first on Dharitri Odia News.