ମଙ୍ଗଳବାର ରାଶିଫଳ (୨୩-୦୧-୨୦୨୪)

ମେଷ: ପରୋପକାର କାର୍ଯ୍ୟରେ ନିଜକୁ ସାମିଲ କରିବେ। ବାପାଙ୍କ ଚକ୍ଷୁ ସମସ୍ୟାକୁ ନେଇ ଚିନ୍ତାରେ ରହିବେ। ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ଅଫିସ୍‌ରେ ନିଜ କାର୍ଯ୍ୟରେ ମନଯୋଗ ଦେବେ। ବୃଷ: ଦିନଟି ମିଶ୍ରଫଳ ପ୍ରଦାନ କରିବ। ପୂଜାପାଠ, ଭଜନ କୀର୍ତ୍ତନରେ ସମୟ ଅତିବାହିତ କରିବେ। ସରକାରୀ ଚାକିରିକୁ ନେଇ କୌଣସି ଖୁସି ଖବର ମିଳିବା ସମ୍ଭାବନା ଅଛି। ସାଙ୍ଗଙ୍କଠାରୁ ଧାର କରଜ କରିବେ। ମିଥୁନ: ଜମି କିଣିବା ଅଭିଳାଷ ପୂରଣ ହେବ। ବନ୍ଧୁଙ୍କ କୌଣସି କଥାରେ […]

ମଙ୍ଗଳବାର ରାଶିଫଳ (୨୩-୦୧-୨୦୨୪)
Tuesday Horoscope

ମେଷ: ପରୋପକାର କାର୍ଯ୍ୟରେ ନିଜକୁ ସାମିଲ କରିବେ। ବାପାଙ୍କ ଚକ୍ଷୁ ସମସ୍ୟାକୁ ନେଇ ଚିନ୍ତାରେ ରହିବେ। ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ଅଫିସ୍‌ରେ ନିଜ କାର୍ଯ୍ୟରେ ମନଯୋଗ ଦେବେ।

ବୃଷ: ଦିନଟି ମିଶ୍ରଫଳ ପ୍ରଦାନ କରିବ। ପୂଜାପାଠ, ଭଜନ କୀର୍ତ୍ତନରେ ସମୟ ଅତିବାହିତ କରିବେ। ସରକାରୀ ଚାକିରିକୁ ନେଇ କୌଣସି ଖୁସି ଖବର ମିଳିବା ସମ୍ଭାବନା ଅଛି। ସାଙ୍ଗଙ୍କଠାରୁ ଧାର କରଜ କରିବେ।

ମିଥୁନ: ଜମି କିଣିବା ଅଭିଳାଷ ପୂରଣ ହେବ। ବନ୍ଧୁଙ୍କ କୌଣସି କଥାରେ ଭରସା କରନ୍ତୁ ନାହିଁ। ବ୍ୟାଙ୍କ୍‌ କର୍ମଚାରୀ କାମରେ ପୂରା ଧ୍ୟାନ ଦେବେ। ଶାଶୂଶ୍ବଶୁରଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ।

କର୍କଟ: ଦିନଟି ହସଖୁସିରେ ଅତିବାହିତ କରିବେ। କର୍ମଜୀବୀଙ୍କ ମାନପ୍ରତିଷ୍ଠା ବଢ଼ିବ। ଛାତ୍ରଛାତ୍ରୀ ଶିକ୍ଷା କ୍ଷେତ୍ରରେ କୌଣସି ସମସ୍ୟାର ସମ୍ମୁଖୀନ ହେବେ। ଭାବିଚିନ୍ତି ଅର୍ଥ ନିବେଶ କରନ୍ତୁ।

ସିଂହ: ଘରକୁ ଅତିଥି ଆଗମନ କରିବେ। ଖର୍ଚ୍ଚ ବଢ଼ିବ। ଅଫିସ୍‌ରେ କାର୍ଯ୍ୟଭାର ବଢ଼ିବା ସହ ନୂଆ ଦାୟିତ୍ବ ଗ୍ରହଣ କରିବେ। ପେଟଜନିତ ସମସ୍ୟା ଦେଖା ଦେବ। ସାମାଜିକ କାର୍ଯ୍ୟରେ ସମୟ ଦେବେ।

କନ୍ୟା: ଦିନଟିରେ ସକାରାତ୍ମକ ଫଳ ମିଳିବ। ଅର୍ଥ ନିବେଶ କରିବା ପାଇଁ ଉପଯୁକ୍ତ ସମୟ। ବନ୍ଧୁଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ। କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିବେ।

ତୁଳା: ବିଦ୍ୟାର୍ଥୀଙ୍କୁ ପରୀକ୍ଷା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। ନୂଆ କାମରେ ସାମିଲ ହେବା ପାଇଁ ଉପଯୁକ୍ତ ସମୟ। ବିବାହ ପ୍ରସ୍ତାବ ଆସିବ। ଜୀବନସାଥୀଙ୍କ ସହ ଭବିଷ୍ୟତକୁ ନେଇ ନୂଆ ଯୋଜନା କରିବେ।

ବିଛା: ଦିନଟିରେ ମାନସମ୍ମାନ ଓ ପ୍ରତିଷ୍ଠା ବଢ଼ିବ। ବୁଲାବୁଲିରେ ସମୟ କାଟିବେ। ନୂଆ ବନ୍ଧୁଙ୍କ ସଂସ୍ପର୍ଶରେ ଆସିବେ। କୌଣସି ପ୍ରତିକୂଳ ପରିସ୍ଥିତିରେ ଧୈର୍ଯ୍ୟହରା ହୁଅନ୍ତୁ ନାହିଁ।

ଧନୁ: ପାରିବାରିକ ଜୀବନ ସୁଖମୟ ହେବ। ନୂଆ ଜିନିଷ ପାଇଁ ଅର୍ଥ ବ୍ୟୟ କରିବେ। ବନ୍ଧୁଙ୍କ ସହିତ ବୁଲିବାକୁ ଯିବେ। ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ତିକ୍ତତା ସୃଷ୍ଟି ହେବ।

ମକର: ନୂଆ ନିଯୁକ୍ତି ମିଳିବ। ପାରିବାରିକ କଳହକୁ ନେଇ ମନ ଉଦାସ ରହିବ। ବ୍ୟବସାୟକ ବୃଦ୍ଧିକୁ ନେଇ ନୂଆ ଯୋଜନା କରିବେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର ହେବ। ବାପାଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବ।

କୁମ୍ଭ: ଦିନଟି ବ୍ୟସ୍ତତା ଭିତରେ କଟିବ। ପରିବାର ସଦସ୍ୟଙ୍କୁ ସମୟ ଦେଇପାରିବେ ନାହିଁ। କୌଣସି ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ବିଦ୍ୟାର୍ଥୀଙ୍କୁ ଆଶାତୀତ ସଫଳତା ମିଳିବ।

ମୀନ: ଦିନଟି ଶୁଭଫଳ ପ୍ରଦାନ କରିବ। ମାଙ୍ଗଳିକ କାର୍ଯ୍ୟ କରିବେ। ବ୍ୟବସାୟରେ ଆର୍ଥିକ ସମସ୍ୟା ଦେଖାଦେବ। କୌଣସି ଖୁସି ଖବର ମିଳିବ। ଛାତ୍ରଛାତ୍ରୀ ପଢ଼ାରେ ମନଯୋଗ ଦେଇ ସଫଳତା ପ୍ରାପ୍ତି କରିବେ।