ରାଜ୍ୟ ସଭାକୁ ୧୨ ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ନୂଆଦିଲ୍ଲୀ,୨୮ା୮: ରାଜ୍ୟ ସଭାକୁ ୧୨ ସଦସ୍ୟ ମଙ୍ଗଳବାର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ପରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ଉଚ୍ଚ ସଦନରେ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଉପନିର୍ବାଚନରେ ଭାଜପାରୁ ୯ ଏବଂ ସହଯୋଗୀ ଦଳରୁ ୨ ଜଣ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଜିତିଛନ୍ତି। ଫଳରେ ଉଚ୍ଚ ସଦନରେ ଭାଜପା ସଦସ୍ୟ ସଂଖ୍ୟା ୯୬ ଏବଂ ଏନ୍‌ଡିଏ ସଦସ୍ୟ ସଂଖ୍ୟା ୧୧୨କୁ ବୃଦ୍ଧି ପାଇଛି। ଶାସକ ଦଳକୁ ୬ ଜଣ ମନୋନୀତ ସଦସ୍ୟ ଏବଂ ଜଣେ ସ୍ବାଧୀନ ସଦସ୍ୟଙ୍କ ସମର୍ଥନ ଥିବାରୁ […] The post ରାଜ୍ୟ ସଭାକୁ ୧୨ ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ appeared first on Dharitri Odia News.

ରାଜ୍ୟ ସଭାକୁ ୧୨ ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ନୂଆଦିଲ୍ଲୀ,୨୮ା୮: ରାଜ୍ୟ ସଭାକୁ ୧୨ ସଦସ୍ୟ ମଙ୍ଗଳବାର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ପରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ଉଚ୍ଚ ସଦନରେ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଉପନିର୍ବାଚନରେ ଭାଜପାରୁ ୯ ଏବଂ ସହଯୋଗୀ ଦଳରୁ ୨ ଜଣ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଜିତିଛନ୍ତି। ଫଳରେ ଉଚ୍ଚ ସଦନରେ ଭାଜପା ସଦସ୍ୟ ସଂଖ୍ୟା ୯୬ ଏବଂ ଏନ୍‌ଡିଏ ସଦସ୍ୟ ସଂଖ୍ୟା ୧୧୨କୁ ବୃଦ୍ଧି ପାଇଛି। ଶାସକ ଦଳକୁ ୬ ଜଣ ମନୋନୀତ ସଦସ୍ୟ ଏବଂ ଜଣେ ସ୍ବାଧୀନ ସଦସ୍ୟଙ୍କ ସମର୍ଥନ ଥିବାରୁ ଏନ୍‌ଡିଏ ସଂଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ ୧୧୯ ମାର୍କ ହାସଲ କରିପାରିଛି। ସୂଚନାଯୋଗ୍ୟ, ରାଜ୍ୟ ସଭାର ମୋଟ ସଦସ୍ୟ ସଂଖ୍ୟା ୨୪୫ ହୋଇଥିବାବେଳେ ଜମ୍ମୁ-କଶ୍ମୀର ପାଇଁ ୪ ଆସନ ଏବଂ ୪ ମନୋନୀତ ସଦସ୍ୟ ଆସନ ଖାଲି ପଡ଼ିଥିବାରୁ ବର୍ତ୍ତମାନ ସଂଖ୍ୟା ୨୩୭ ରହିଛି।
ରାଜ୍ୟ ସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଭାଜପା ପ୍ରାର୍ଥୀମାନେ ହେଲେ ଓଡ଼ିଶାରୁ ମମତା ମହାନ୍ତ, ଆସାମରୁ ମିଶନ ରଞ୍ଜନ ଦାସ ଏବଂ ରାମେଶ୍ୱର ତେଲି, ବିହାରରୁ ମନନ କୁମାର ମିଶ୍ରା, ହରିୟାଣାରୁ କିରନ ଚଧାରୀ, ମଧ୍ୟପ୍ରଦେଶରୁ ଜର୍ଜ କୁରିଏନ୍‌, ମହାରାଷ୍ଟ୍ରରୁ ଧିର଼୍ୟାଶୀଲ ପାଟିଲ, ରାଜସ୍ଥାନରୁ ରଭନୀତ ସିଂ ବିଟ୍ଟୁ ଏବଂ ତ୍ରିପୁରାରୁ ରାଜୀବ ଭଟ୍ଟାଚାର୍ଜୀ। କଂଗ୍ରେସ ପ୍ରାର୍ଥୀ ଅଭିଷେକ ମନୁ ସିଂଘଭି ତେଲଙ୍ଗାନାରୁ ନିର୍ବାଚିତ ହୋଇଥିବାବେଳେ ଏନ୍‌ସିପି ଅଜିତ ସିଂ ଗୋଷ୍ଠୀର ନିତୀନ ପାଟିଲ ମହାରାଷ୍ଟ୍ରରୁ ଏବଂ ଆର୍‌ଏଲ୍‌ଏମ୍‌ର ଉପେନ୍ଦ୍ର କୁଶ୍‌ଓ୍ବା ବିହାରରୁ ନିର୍ବାଚିତ ହୋଇଛନ୍ତି। ବହୁବର୍ଷ ପରେ ଶାସକ ମେଣ୍ଟ ଏନ୍‌ଡିଏ ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ରାଜ୍ୟ ସଭାରେ ବିଲ୍‌ ଗୃହୀତ କରାଇବା ସହଜ ହେବ।

The post ରାଜ୍ୟ ସଭାକୁ ୧୨ ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ appeared first on Dharitri Odia News.