ମଙ୍ଗଳବାର ହାଟରେ ମିଳିବ ଜୈବିକ ଉତ୍ପାଦିତ ପରିବା
ସମ୍ବଲପୁର,୧୨ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଅଧୀନ ପଡ଼ିଆବାହାଲ ସାପ୍ତାହିକ ହାଟରେ ଏଣିକି ମିଶନଶକ୍ତି ମହିଳାଙ୍କ ଦ୍ୱାରା ଉତ୍ପାଦିତ ପନିପରିବା ମିଳିବ। ଏଥିପାଇଁ ମଙ୍ଗଳବାର ଏକ ସ୍ବତନ୍ତ୍ର ବଜାରକୁ ବାହାମ ସରପଞ୍ଚ ସରସ୍ବତୀ ଭୋସାଗର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ଓଡ଼ିଶା ଜୀବିକା ମିଶନ ଓ ଫାଉଣ୍ଡେଶନ ଫର ଇକୋଲୋଜିକାଲ ସିକ୍ୟୁରିଟି ପକ୍ଷରୁ ଜୈବିକ ଉତ୍ପାଦିତ ପନିପରିବା ବିକ୍ରୟ କରିବା ପାଇଁ ଏହି ହାଟ ଖୋଲାଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଓଡିଶା ଜୀବିକା […] The post ମଙ୍ଗଳବାର ହାଟରେ ମିଳିବ ଜୈବିକ ଉତ୍ପାଦିତ ପରିବା appeared first on Dharitri Odia News.
ସମ୍ବଲପୁର,୧୨ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଅଧୀନ ପଡ଼ିଆବାହାଲ ସାପ୍ତାହିକ ହାଟରେ ଏଣିକି ମିଶନଶକ୍ତି ମହିଳାଙ୍କ ଦ୍ୱାରା ଉତ୍ପାଦିତ ପନିପରିବା ମିଳିବ। ଏଥିପାଇଁ ମଙ୍ଗଳବାର ଏକ ସ୍ବତନ୍ତ୍ର ବଜାରକୁ ବାହାମ ସରପଞ୍ଚ ସରସ୍ବତୀ ଭୋସାଗର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି।
ଓଡ଼ିଶା ଜୀବିକା ମିଶନ ଓ ଫାଉଣ୍ଡେଶନ ଫର ଇକୋଲୋଜିକାଲ ସିକ୍ୟୁରିଟି ପକ୍ଷରୁ ଜୈବିକ ଉତ୍ପାଦିତ ପନିପରିବା ବିକ୍ରୟ କରିବା ପାଇଁ ଏହି ହାଟ ଖୋଲାଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଓଡିଶା ଜୀବିକା ମିଶନ ଡିପିଏମ୍ ଡ.ପୁଷ୍ପଶ୍ରୀ ନାୟକ ଯୋଗଦେଇ ଜୈବିକ ଉତ୍ପାଦିତ ଫସଲର ଉପକାରିତା ଓ ସ୍ବାସ୍ଥ୍ୟ ପାଇଁ କେତେ ଫଳପ୍ରଦ ସେ ସମ୍ପର୍କରେ ବୁଝାଇଥିଲେ।
ଏହି ଅବସରରେ ବାହାମ ପଞ୍ଚାୟତର ଜୟଦୁର୍ଗା ପାଠାଗାରରେ ଏକ ସଭା ଆୟୋଜିତ ହୋଇଥିଲା। ମାଷ୍ଟର ଟ୍ରେନର ଲୀନାରାଣୀ ସାହୁ ସଂଯୋଜନା କରିଥିଲେ। ସଭାରେ ବିଭିନ୍ନ ସ୍ବୟଂସହାୟକ ଗୋଷ୍ଠୀର ସଭ୍ୟାମାନେ ବିଭିନ୍ନ ଗ୍ରାମରେ ଜୈବିକ ପଦ୍ଧତିରେ ଉତ୍ପାଦିତ ହେଉଥିବା ଫସଲ ପରିମାଣ ଓ କିସମର ତାଲିକା ପ୍ରଦାନ କରିଥିଲେ।
ଏଣିକି ପ୍ରତି ମଙ୍ଗଳବାର ସାପ୍ତାହିକ ହାଟରେ ଏହି ଜୈବିକ ଉତ୍ପାଦିତ ଫସଲ ବିକ୍ରି କରାଯିବ ବୋଲି ଘୋଷଣା କରାଯାଇଥିଲା। କାର୍ଯ୍ୟକ୍ରମରେ ଫାଉଣ୍ଡେଶନ ଫର ଇକୋଲୋଜିକାଲ ସିକ୍ୟୁରିଟିର ସଂଯୋଜକ ସଞ୍ଜୀବ କୁମାର ସାହୁ, ଏମ୍ବିକେ ଦିପ୍ତି ରାଣୀ ପଣ୍ଡା ଓ ସାମାଜିକ କର୍ମୀ ଡା. ରାଜାରାମ ଷଡଙ୍ଗୀ ଅତିଥି ଭାବେ ଯୋଗଦେଇ ଜୈବିକ ଉତ୍ପାଦିତ ପନିପରିବା ଓ ଫସଲର ଗୁଣାତ୍ମକ ଦିଗ ଉପରେ ଆଲୋଚନା କରି ହାଟ ଚାଲୁରଖିବାକୁ ପରାମର୍ଶ ଦେଇଥିଲେ।
ବଜାରରେ ବାହାମ, ଡଙ୍ଗରପଡା, ଘେନୁପାଲି, ନୂଆଁବରଙ୍ଗାମାଲ, ମେଘପାଳ ସହିତ ଜମନକିରା ବ୍ଲକର ଖରସନମାନ, ମୁଣ୍ଢେନପାଲି, ବଡରମା ପ୍ରଭୃତି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଜୈବିକ ପନିପରିବା ଯଥା ଆଳୁ, ପିଆଜ, ଶାଗ, ବାଇଗଣ, ଟମାଟୋ, ଭେଣ୍ଡି, କାକୁଡି, ଶିମ୍ବ, ଝୁଡ଼ଙ୍ଗ, ବୋଇତି କଖାରୁ ଇତ୍ୟାଦି ପନିପରିବା ବିକ୍ରି କରାଯାଇଥିଲା।
ଏହା ଦ୍ୱାରା ଅଞ୍ଚଳର ଚାଷୀମାନେ ବଜାର ସୁବିଧା ପାଇବା ସହ ଜୈବିକ ଉତ୍ପାଦର ଉଚିତ ମୂଲ୍ୟ ପାଇପାରିବେ। ବିଶେଷକରି ସ୍ଥାନୀୟ ପଞ୍ଚାୟତରେ ଜୈବିକ ଚାଷକୁ ଏହାଦ୍ୱାରା ପ୍ରୋତ୍ସାହନ ମିଳିପାରିବ। ମା’ ବୈଷ୍ଣବୀ ମହାସଂଘ ବାହାମ ଓ ଏସ୍ଏଚ୍ଜି ମହାସଂଘ ଡଙ୍ଗରପଡ଼ା ଦ୍ୱାରା ଏହି ବଜାର ଆରମ୍ଭ ହୋଇଛି। ଗ୍ରାମ ପଞ୍ଚାୟତସ୍ତରୀୟ ମହାସଂଘ ଅଧୀନରେ ଥିବା ଆଞ୍ଚଳିକ ମଞ୍ଚଗୁଡ଼ିକ ପାଳିକରି ଜୈବିକ ପନିପରିବା ବିକ୍ରି ଦାୟିତ୍ୱ ତୁଲାଇବାକୁ ନିଷ୍ପତ୍ତି ନିଆଯାଇଛି।
The post ମଙ୍ଗଳବାର ହାଟରେ ମିଳିବ ଜୈବିକ ଉତ୍ପାଦିତ ପରିବା appeared first on Dharitri Odia News.