ତାଇୱାନରେ ବାଲୁକା କଳା ପ୍ରଦର୍ଶନ କଲେ ଓଡ଼ିଆ ପୁଅ ଓମ୍ପ୍ରକାଶ
କର୍ଲାମୁଣ୍ଡା, ୨୨।୬(ପ୍ରଦୀପ କୁମାର ସାହୁ)-ତାଇୱାନର ମ୍ୟାଓଲି ସହରରେ ଥିବା ଟଙ୍ଗସାଇଆଓ ବିଚ୍ରେ ଅନୁଷ୍ଠିତ ବାଲୁକା କଳା କର୍ମଶାଳାରେ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ଯୋଗଦେଇଛନ୍ତି। ମୋ ହୃଦୟର ଛୋଟ ପୃଥିବୀ (ଦ ଲିଟିଲ ଓ୍ବାରଲ୍ଡ ଇନ୍ ମାଇଁ ହାର୍ଟ) ଶୀର୍ଷକ ବାଲୁକା କଳାରେ ସେ ଓଡ଼ିଶାର ଆଦିମ ସଂସ୍କୃତିକୁ ଉପସ୍ଥାପନ କରିଛନ୍ତି। ମାଲକାନଗିରି ଜିଲାର ବଣ୍ଡା ସମ୍ପ୍ରଦାୟର ଜଣେ ମହିଳା ବାଘ ଛୁଆକୁ କ୍ଷୀର ଖୁଆଉଥିବା ଓ ଡାହାଣ ହାତରେ ଗୋଟିଏ ଗଛକୁ ଧରି ଥିବାର […] The post ତାଇୱାନରେ ବାଲୁକା କଳା ପ୍ରଦର୍ଶନ କଲେ ଓଡ଼ିଆ ପୁଅ ଓମ୍ପ୍ରକାଶ appeared first on Dharitri Odia News.
କର୍ଲାମୁଣ୍ଡା, ୨୨।୬(ପ୍ରଦୀପ କୁମାର ସାହୁ)-ତାଇୱାନର ମ୍ୟାଓଲି ସହରରେ ଥିବା ଟଙ୍ଗସାଇଆଓ ବିଚ୍ରେ ଅନୁଷ୍ଠିତ ବାଲୁକା କଳା କର୍ମଶାଳାରେ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ଯୋଗଦେଇଛନ୍ତି। ମୋ ହୃଦୟର ଛୋଟ ପୃଥିବୀ (ଦ ଲିଟିଲ ଓ୍ବାରଲ୍ଡ ଇନ୍ ମାଇଁ ହାର୍ଟ) ଶୀର୍ଷକ ବାଲୁକା କଳାରେ ସେ ଓଡ଼ିଶାର ଆଦିମ ସଂସ୍କୃତିକୁ ଉପସ୍ଥାପନ କରିଛନ୍ତି।
ମାଲକାନଗିରି ଜିଲାର ବଣ୍ଡା ସମ୍ପ୍ରଦାୟର ଜଣେ ମହିଳା ବାଘ ଛୁଆକୁ କ୍ଷୀର ଖୁଆଉଥିବା ଓ ଡାହାଣ ହାତରେ ଗୋଟିଏ ଗଛକୁ ଧରି ଥିବାର ଦୃଶ୍ୟକୁ ଅଙ୍କନ କରି ଆଦିମ ସଂସ୍କୃତି ବନ୍ୟଜନ୍ତୁ ଓ ପ୍ରକୃତି ସହିତ କିପରି ଜଡିତ ଥିଲା ତାହାକୁ ସେ ଉପସ୍ଥାପନା କରିଛନ୍ତି।
କର୍ମଶାଳାରେ ୟୁକ୍ରେନ, କାନାଡ଼ା,ମଙ୍ଗୋଲିଆ, ମାଲେସିଆ, ଚୀନ, ଜାପାନ, ତାଇୱାନର ଶିଳ୍ପୀଙ୍କ ସମେତ ଭାରତରୁ ସାହୁ ପ୍ରତିନିଧିତ୍ୱ କରିଥିବା ସୂଚନା ଦେଇଛନ୍ତି। ବାଲୁକା ଶିଳ୍ପୀ ଓମପ୍ରକାଶ ସାହୁ ହେଉଛନ୍ତି କଳାହାଣ୍ଡି ଜିଲାର କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଡ଼ଙ୍ଗରମୁଣ୍ଡା ଗ୍ରାମର ବାସିନ୍ଦା। ଜଣେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଭାବେ ତାଙ୍କର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ନିଜ ଅଞ୍ଚଳ, ଜିଲା ତଥା ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।
The post ତାଇୱାନରେ ବାଲୁକା କଳା ପ୍ରଦର୍ଶନ କଲେ ଓଡ଼ିଆ ପୁଅ ଓମ୍ପ୍ରକାଶ appeared first on Dharitri Odia News.