ଆଶ୍ରମ ବିଦ୍ୟାଳୟରେ ଛାତ୍ର ଆତ୍ମହତ୍ୟା ଘଟଣା: ୩୦ରେ ଆଦିବାସୀ କଲ୍ୟାଣ ସଂଘର ଆନ୍ଦୋଳନ

ନୂଆପଡ଼ା,୨୪।୭ (ମକାରୁ ବେମାଲ)-ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ କୋମନା ବ୍ଲକ୍‌ ସାହାଜଟ ଆଶ୍ରମ ବିଦ୍ୟାଳୟରେ ଜଣେ ଅଣଆଦିବାସୀ ଛାତ୍ର ଆତ୍ମହତ୍ୟା ଘଟଣାରେ ଜିଲା ପ୍ରଶାସନ ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଓ ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ଅନ୍ୟତ୍ର ବଦଳିକରି ତାଙ୍କ ଦାୟିତ୍ୱ ସାରିଦେଇଛନ୍ତି। ଏହା ଏକ ହତ୍ୟାକାଣ୍ଡ ବୋଲି ମୃତ ଛାତ୍ରଙ୍କ ବାପା କୋମନା ଥାନାରେ ଅଭିଯୋଗ କରିଛନ୍ତି। ବିଦ୍ୟାଳୟରେ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ। ଜିଲା ପ୍ରଶାସନର ଅବହେଳାକୁ ଦାୟୀକରି […] The post ଆଶ୍ରମ ବିଦ୍ୟାଳୟରେ ଛାତ୍ର ଆତ୍ମହତ୍ୟା ଘଟଣା: ୩୦ରେ ଆଦିବାସୀ କଲ୍ୟାଣ ସଂଘର ଆନ୍ଦୋଳନ appeared first on Dharitri Odia News.

ଆଶ୍ରମ ବିଦ୍ୟାଳୟରେ ଛାତ୍ର ଆତ୍ମହତ୍ୟା ଘଟଣା: ୩୦ରେ ଆଦିବାସୀ କଲ୍ୟାଣ ସଂଘର ଆନ୍ଦୋଳନ

ନୂଆପଡ଼ା,୨୪।୭ (ମକାରୁ ବେମାଲ)-ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ କୋମନା ବ୍ଲକ୍‌ ସାହାଜଟ ଆଶ୍ରମ ବିଦ୍ୟାଳୟରେ ଜଣେ ଅଣଆଦିବାସୀ ଛାତ୍ର ଆତ୍ମହତ୍ୟା ଘଟଣାରେ ଜିଲା ପ୍ରଶାସନ ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଓ ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ଅନ୍ୟତ୍ର ବଦଳିକରି ତାଙ୍କ ଦାୟିତ୍ୱ ସାରିଦେଇଛନ୍ତି। ଏହା ଏକ ହତ୍ୟାକାଣ୍ଡ ବୋଲି ମୃତ ଛାତ୍ରଙ୍କ ବାପା କୋମନା ଥାନାରେ ଅଭିଯୋଗ କରିଛନ୍ତି। ବିଦ୍ୟାଳୟରେ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ। ଜିଲା ପ୍ରଶାସନର ଅବହେଳାକୁ ଦାୟୀକରି ଆସନ୍ତା ୩୦ ତାରିଖରେ ଆଦିବାସୀ କଲ୍ୟାଣ ସଂଘ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିବ ବୋଲି ବୁଧବାର ଜିଲା ପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସଂଘର ରାଜ୍ୟ ସଭାପତି ବାଳକୃଷ୍ଣ ଶବର ସୂଚନା ଦେଇଛନ୍ତି ା ସୂଚନା ଅନୁଯାୟୀ ଗତ ୧୬ ତାରିଖ ରାତିରେ ସାହାଜଟ ଆଶ୍ରମ ବିଦ୍ୟାଳୟ ଛାତ୍ରାବାସରେ ରହି ଅଷ୍ଟମ ଶ୍ରେଣୀରେ ପଢୁଥିବା ଅଣଆଦିବାସୀ ଛାତ୍ର ଅଶ୍ୱିନୀ ଦାସ ବନଛୋର (୧୪) ଆତ୍ମହତ୍ୟା କରିଥିଲେ। ଜଣେ ଅଣ ଆଦିବାସୀ ଛାତ୍ର ଆଦିବାସୀ ଛାତ୍ରାବାସରେ ରହି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ କିପରି ଜାଣିପାରିଲେ ନାହିଁ ବୋଲି ଜିଲା ଆଦିବାସୀ କଲ୍ୟାଣ ସଂଘ ପ୍ରଶ୍ନକରି ଜବାବ ରଖିବାକୁ ଦାବି କରିଛି। ଖବରଦାତା ସମ୍ମିଳନୀରେ ଜିଲା ଆଦିବାସୀ କଲ୍ୟାଣ ସଂଘ ଜିଲା ସଭାପତି ଭାନୁପ୍ରତାପ ସିଂ ମାଝି, ସମ୍ପାଦକ ଭକ୍ତବନ୍ଧୁ ଧରୁଆ, ଉପସଭାପତି କମଲେଶ ଠାକୁର, କାର୍ତ୍ତିକେଶ୍ୱର ମଲ୍ଲିକ, ଜିଲା ସତର୍କତା ମନିଟରିଂ ସଦସ୍ୟ ଜୟରାମ ଶବର, ବୋଡେନ ବ୍ଲକ ସଭାପତି ଭୁବନେଶ୍ୱର ମାଝି, କୋମନା ବ୍ଲକ ସଭାପତି ଜ୍ଞାନେଶ୍ୱର ମାଝି, ଚୈତୁ ମାଝି, ସୁଶୀଲ ଶବର ପ୍ରମୁଖ ଉପସ୍ଥିତ ଥିଲେ।

The post ଆଶ୍ରମ ବିଦ୍ୟାଳୟରେ ଛାତ୍ର ଆତ୍ମହତ୍ୟା ଘଟଣା: ୩୦ରେ ଆଦିବାସୀ କଲ୍ୟାଣ ସଂଘର ଆନ୍ଦୋଳନ appeared first on Dharitri Odia News.