ବାଇକ୍, ଫ୍ରିଜ୍ ଥିଲେ ମିଳିବ ପିଏମ୍‌ ଆବାସ ଘର, ସର୍ତ୍ତାବଳୀକୁ କୋହଳ କଲେ ସରକାର

ଭୁବନେଶ୍ୱର,୨୮ା୧୧(ଅନିଲ ଦାସ): ଆସନ୍ତା ଡିସେମ୍ବର ୧୫ ତାରିଖ ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍‌ ଆବାସ-ଗ୍ରାମୀଣ)ର ନୂଆ ସର୍ଭେ ଆରମ୍ଭ ହେବ। ସବୁ ଯୋଗ୍ୟ ପରିବାରକୁ ମିଳିବ ଘର। ନିଜକୁ ଯୋଗ୍ୟ ମନେକରୁଥିବା ସମସ୍ତ ପରିବାର ସର୍ଭେ ସମୟରେ ନିଜେ ତାଲିକାଭୁକ୍ତ ହୋଇପାରିବେ। ପ୍ରତ୍ୟେକ ଗାଁରେ ସର୍ଭେ ପାଇଁ ନିର୍ଦ୍ଦିଷ୍ଟ ବ୍ଲକ କର୍ମଚାରୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଠିକ୍‌ ସର୍ଭେ ପାଇଁ ସମ୍ପୃକ୍ତ ବ୍ଲକ କର୍ମଚାରୀଙ୍କୁ ଉତ୍ତରଦାୟୀ କରାଯିବ। ସମସ୍ତ ଯୋଗ୍ୟ ପରିବାର କିଭଳି ଘର ପାଇବେ ସେଥିପାଇଁ […] The post ବାଇକ୍, ଫ୍ରିଜ୍ ଥିଲେ ମିଳିବ ପିଏମ୍‌ ଆବାସ ଘର, ସର୍ତ୍ତାବଳୀକୁ କୋହଳ କଲେ ସରକାର appeared first on Dharitri Odia News.

ବାଇକ୍, ଫ୍ରିଜ୍ ଥିଲେ ମିଳିବ ପିଏମ୍‌ ଆବାସ ଘର, ସର୍ତ୍ତାବଳୀକୁ କୋହଳ କଲେ ସରକାର

ଭୁବନେଶ୍ୱର,୨୮ା୧୧(ଅନିଲ ଦାସ): ଆସନ୍ତା ଡିସେମ୍ବର ୧୫ ତାରିଖ ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍‌ ଆବାସ-ଗ୍ରାମୀଣ)ର ନୂଆ ସର୍ଭେ ଆରମ୍ଭ ହେବ। ସବୁ ଯୋଗ୍ୟ ପରିବାରକୁ ମିଳିବ ଘର। ନିଜକୁ ଯୋଗ୍ୟ ମନେକରୁଥିବା ସମସ୍ତ ପରିବାର ସର୍ଭେ ସମୟରେ ନିଜେ ତାଲିକାଭୁକ୍ତ ହୋଇପାରିବେ। ପ୍ରତ୍ୟେକ ଗାଁରେ ସର୍ଭେ ପାଇଁ ନିର୍ଦ୍ଦିଷ୍ଟ ବ୍ଲକ କର୍ମଚାରୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି।

ଠିକ୍‌ ସର୍ଭେ ପାଇଁ ସମ୍ପୃକ୍ତ ବ୍ଲକ କର୍ମଚାରୀଙ୍କୁ ଉତ୍ତରଦାୟୀ କରାଯିବ। ସମସ୍ତ ଯୋଗ୍ୟ ପରିବାର କିଭଳି ଘର ପାଇବେ ସେଥିପାଇଁ ମଧ୍ୟ ଆବାସ ଯୋଜନାର ସର୍ତ୍ତାବଳୀକୁ ସରକାର କୋହଳ କରିଛନ୍ତି। ଏପରି କି ଗ୍ରାମସଭା ଡାକି ସମସ୍ତ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକାକୁ ଅନୁମୋଦନ କରାଯିବ।

ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଜାରି ଗାଇଡ୍‌ଲାଇନ୍‌ ଅନୁସାରେ, ପି.ଏମ୍‌ ଆବାସ ଯୋଜନାରେ ହିତାଧିକାରୀ ଚୟନ ପଦ୍ଧତିକୁ କୋହଳ କରାଯାଇ ୨ ଚକିଆ ଯାନ, ଫ୍ରିଜ ଅବା ଲ୍ୟାଣ୍ଡଫୋନ୍‌ ଥିବା ପରିବାରକୁ ଆଉ ଅଯୋଗ୍ୟ ବିବେଚନା କରାଯିବ ନାହିଁ। ଏଥିସହିତ ପରିବାରର ମାସିକ ଆୟର ସୀମା ୧୦ହଜାର ଟଙ୍କା ପରିବର୍ତ୍ତେ ୧୫ହଜାର ଟଙ୍କାକୁ ମଧ୍ୟ ବୃଦ୍ଧି କରାଯାଇଛି। ଏହି ପରିବର୍ତ୍ତିତ ଯୋଗ୍ୟତା ମାନଦଣ୍ଡ ଆଧାରରେ ବଳକା ଥିବା ସମସ୍ତ ଯୋଗ୍ୟ ପରିବାରକୁ ଚିହ୍ନଟ କରି ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଗୃହ ମଞ୍ଜୁର କରିବାକୁ ସରକାର ନୂଆ ସର୍ଭେ ଆରମ୍ଭ କରିବାକୁ ଯାଉଛନ୍ତି।

କେବଳ କ୍ଷେତ୍ର କର୍ମଚାରୀଙ୍କ ଦ୍ୱାରା ହେଉଥିବା ସର୍ଭେ ନୁହେଁ, ହିତାଧିକାରୀ ସର୍ଭେରୁ ବାଦ୍‌ ପଡ଼ିବେ ନାହିଁ ତାହା ସୁନିଶ୍ଚିତ କରିବେ। ସର୍ଭେରେ ଥିବା ସମସ୍ତ ଯୋଗ୍ୟ ପରିବାରର ତାଲିକାକୁ ପଞ୍ଚାୟତ ଅଫିସ, ଅଙ୍ଗନଓ୍ବାଡି କେନ୍ଦ୍ର, ସ୍କୁଲ ଓ ଗାଁର ମୁଖ୍ୟ ସ୍ଥାନଗୁଡ଼ିକରେ ସାଧାରଣ ଲୋକଙ୍କ ଜାଣିବା ପାଇଁ ପ୍ରଦର୍ଶନ କରାଯିବ।

ଯଦି କୌଣସି ଅଯୋଗ୍ୟ ବ୍ୟକ୍ତି ତାଲିକାରେ ଥିବେ ଲୋକେ ସେ ନେଇ ଟୋଲ ଫ୍ରି ନମ୍ବର, ପଞ୍ଚାୟତ ଓ ବ୍ଲକରେ ଥିବା ଅଭିଯୋଗ ବାକ୍ସ ଜରିଆରେ ଆପତ୍ତି ଉଠାଇପାରିବେ। ଯେଉଁ ଆପତ୍ତିକୁ ବ୍ଲକସ୍ତରୀୟ ୩ଜଣିଆ କମିଟି ମାଧ୍ୟମରେ ସରଜମିନ୍‌ ତଦନ୍ତ କରାଯିବ। ପଞ୍ଚାୟତିରାଜ ସଚିବ ଏସ୍‌.ଏନ୍‌. ଗିରିଶ ଏ ନେଇ ସମସ୍ତ ଜିଲାପାଳଙ୍କୁ ଏହି ଗାଇଡ୍‌ଲାଇନ୍‌ ପଠାଇ ନୂଆ ସର୍ଭେ ସମ୍ପର୍କରେ ଅବଗତ କରାଇଛନ୍ତି।

ଅନ୍ୟପକ୍ଷରେ ପଞ୍ଜାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଗଣମାଧ୍ୟମକୁ କହିଛନ୍ତି ଯେ, ଆବାସ ଯୋଜନାରେ ନିଜ ଘର ପାଇଁ ସର୍ଭେ ନିଜେ ଲୋକେ କରିବେ। କେହି ଯୋଗ୍ୟ ହିତାଧିକାରୀ ଅଣଦେଖା ହେବେନି। ଖୋଜି ଖୋଜି ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇ ଦିଆଯିବ। ପ୍ରକୃତ ହିତାଧିକାରୀ ହିଁ ଘର ପାଇବେ। ନିଜେ ଯୋଗ୍ୟ କି ନୁହେଁ ନିଜେ ସର୍ଭେ କରିବେ। ଏଥିସହିତ ଡିସେମ୍ବରରେ ଗାଁ ଗାଁରେ କ୍ୟାମ୍ପ୍‌ କରାଯିବ। ଲୋକେ ଏହି କର୍ମଶାଳାରେ ଯୋଗଦେବେ। ୨ ମାସ ଭିତରେ ସର୍ଭେ କରାଯିବ ବୋଲି ସେ କହିଛନ୍ତି।

 

The post ବାଇକ୍, ଫ୍ରିଜ୍ ଥିଲେ ମିଳିବ ପିଏମ୍‌ ଆବାସ ଘର, ସର୍ତ୍ତାବଳୀକୁ କୋହଳ କଲେ ସରକାର appeared first on Dharitri Odia News.