କାଳସାଜିଲା କାଳବୈଶାଖୀ:ଧାନ ଶୁଖାଇବାକୁ ପକ୍କା ରାସ୍ତା ଭରସା
ବରଗଡ଼,୨।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଚାଷୀଙ୍କ ଦୁଃଖ ସରୁନି। ବର୍ତ୍ତମାନ ରବି ଧାନ ଅମଳ ସହିତ ଧାନ କିଣାବିକା ଚାଲିଥିବାବେଳେ ଚାଷୀଙ୍କୁ କାଳବୈଶାଖୀ କାଳ ସାଜିଛି। ଅମଳ ଧାନ କ୍ଷେତ, ଖଳାରେ ପଡିଛି। ସେହିପରି ବିକ୍ରି ଅପେକ୍ଷାରେ ଜିଲାର ବିଭିନ୍ନ ମଣ୍ଡିରେ ମଧ୍ୟ ଖୋଲା ଆକାଶ ତଳେ ଧାନ ରହିଛି। ଏହା ସହିତ କଟାଧାନ ତଥା ଧାନପେଟା ଚାଷୀଙ୍କ କ୍ଷେତରେ ପଡିଥିବାବେଳେ ଅନେକ ଚାଷୀ ଧାନ ଅମଳ କରିପାରି ନାହାନ୍ତି। ଏଭଳି ସ୍ଥିତିରେ ଝଡବର୍ଷା ମାଡି ଆସିବା ଫଳରେ […] The post କାଳସାଜିଲା କାଳବୈଶାଖୀ:ଧାନ ଶୁଖାଇବାକୁ ପକ୍କା ରାସ୍ତା ଭରସା appeared first on Dharitri Odia News.
ବରଗଡ଼,୨।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଚାଷୀଙ୍କ ଦୁଃଖ ସରୁନି। ବର୍ତ୍ତମାନ ରବି ଧାନ ଅମଳ ସହିତ ଧାନ କିଣାବିକା ଚାଲିଥିବାବେଳେ ଚାଷୀଙ୍କୁ କାଳବୈଶାଖୀ କାଳ ସାଜିଛି। ଅମଳ ଧାନ କ୍ଷେତ, ଖଳାରେ ପଡିଛି। ସେହିପରି ବିକ୍ରି ଅପେକ୍ଷାରେ ଜିଲାର ବିଭିନ୍ନ ମଣ୍ଡିରେ ମଧ୍ୟ ଖୋଲା ଆକାଶ ତଳେ ଧାନ ରହିଛି। ଏହା ସହିତ କଟାଧାନ ତଥା ଧାନପେଟା ଚାଷୀଙ୍କ କ୍ଷେତରେ ପଡିଥିବାବେଳେ ଅନେକ ଚାଷୀ ଧାନ ଅମଳ କରିପାରି ନାହାନ୍ତି। ଏଭଳି ସ୍ଥିତିରେ ଝଡବର୍ଷା ମାଡି ଆସିବା ଫଳରେ ଚାଷୀଙ୍କ ଦୁଃଖ ବଢାଇ ଦେଇଛି। ଶନିବାର ସା ଭଳି ରବିବାର ସାରେ ମଧ୍ୟ ଜିଲାର ବରଗଡ଼ ସମେତ ବିଭିନ୍ନ ଅଞ୍ଚଳରେ ଝଡବର୍ଷା ହୋଇଛି। ଝଡ଼ବର୍ଷା ଯୋଗୁ ଅମଳ ଧାନ ଭିଜି ଯାଉଥିବାରୁ ତାକୁ ସୁରକ୍ଷିତ ରଖିବା ପାଇଁ ଚାଷୀମାନଙ୍କୁ ହଟହଟା ହେବାକୁ ପଡୁଛି। ଏଭଳି ସ୍ଥଳେ ରାସ୍ତାଘାଟ ଚାଷୀଙ୍କ ଏକମାତ୍ର ଭରସା ପାଲଟିଛି। ପକ୍କା ରାସ୍ତା ଉପରେ ଚାଷୀମାନେ ଧାନ ଶୁଖାଉଥିବା ଦେଖିବାକୁ ମିଳୁଛି। କିନ୍ତୁ ଧାନ ଶୁଖି ଆସିଥିବାବେଳେ ପୁଣି ବର୍ଷା ମାଡି ଆସୁଥିବା ଯୋଗୁ ତାହା ପୁଣି ଭିଜୁଛି। ଏହା ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଗୋଟିଏ ପଟେ ମଣ୍ଡିରେ କଟନୀଛଟନୀ ଆଳ ଦେଖାଇ ଧାନ କିଣା ବିଳମ୍ବ କରାଯାଉ ଥିବାବେଳେ ଅନ୍ୟପଟେ ଝଡ଼ବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି।
The post କାଳସାଜିଲା କାଳବୈଶାଖୀ:ଧାନ ଶୁଖାଇବାକୁ ପକ୍କା ରାସ୍ତା ଭରସା appeared first on Dharitri Odia News.