ମଜବୁତ ସ୍ଥିତିରେ ଭାରତ; ୩୨୨ ରନରେ ଆଗୁଆ

ତୃତୀୟ ଦିନ ଷ୍ଟମ୍ପ୍ ଅପସାରଣ ସୁଦ୍ଧା ୨ ୱିକେଟରେ ୧୯୬ ରନ୍ ସଂଗ୍ରହ କରିଛି ଭାରତ।

ମଜବୁତ ସ୍ଥିତିରେ ଭାରତ; ୩୨୨ ରନରେ ଆଗୁଆ

ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ମଜବୁତ ସ୍ଥିତିରେ ଅଛି ଭାରତ। ତୃତୀୟ ଦିନ ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଦଳ ୨ ୱିକେଟରେ ୧୯୬ ରନ୍ ସଂଗ୍ରହ କରିଛି। ଫଳରେ ଦଳ ଇଂଲଣ୍ଡ ଠାରୁ ୩୨୨ ରନ୍ ଆଗରେ ରହିଛି। 

ଆଜି ଦ୍ୱିତୀୟ ପାଳି ଆରମ୍ଭ କରି ଇଂଲିଶ ଟିମ୍ ୩୧୯ ରନରେ ଅଲଆଉଟ୍ ହୋଇ ଯାଇଥିଲା। ଫଳରେ ପୂର୍ବରୁ ୪୪୫ ରନ୍ କରିଥିବା ଟିମ୍ ଇଣ୍ଡିଆ ୧୨୬ ରନ୍ ଆଗରେ ରହିଥିଲା। ଏହାପରେ ଦ୍ୱିତୀୟ ଇନିଂସ ଖେଳିଥିଲା ଭାରତ। ପ୍ରାରମ୍ଭରୁ ଭଲ ସର୍ଟ୍ସ ଖେଳୁଥିବା ରୋହିତ ଶର୍ମା ରୁଟଙ୍କ ବଲରେ ଏଲବିଡବ୍ଲୁ ହୋଇ ଯାଇଥିଲେ। ଏହାପରେ ଯଶସ୍ୱୀ ଓ ଗିଲଙ୍କ ଯୋଡ଼ି ଜମିଥିଲା।