ଦୁଇ ଶିଶୁଙ୍କୁ କୂଅକୁ ଠେଲି ହତ୍ୟା ଘଟଣା: ମାଆଙ୍କୁ ୮ବର୍ଷ ଓ ବାପାଙ୍କୁ ୫ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ କୋର୍ଟ
ବାଲିଗୁଡା,୧୬।୧:(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା ଅଞ୍ଚଳରେ ୨୦୨୧ ଜୁଲାଇ ୧୭ ତାରିଖ ଦିନ ଏକ ଲୋମହର୍ଷଣକାରୀ ଘଟଣା ଘଟିଥିଲା। ଏହି ମାମଲାର ରାୟ ମଙ୍ଗଳବାର ଆସିଛି। ବାଲିଗୁଡାର ଅତିରିକ୍ତ ଜିଲା ଜଜ ଦିଲ୍ଲୀପ କୁମାର ବିଶାଳ ଏନେଇ ଶୁଣାଣି କରିଛନ୍ତି । ପ୍ରକାଶ ଯେ, ସ୍ବାମୀର ପରକୀୟ ପ୍ରୀତିରେ ସ୍ତ୍ରୀ କାଣ୍ଡଜ୍ଞାନ ହରାଇ ଲୋମହର୍ଷଣକାରୀ ଘଟଣା ଘଟାଇଥିଲେ । ଦୁଇ ଶିଶୁଙ୍କୁ କୂଅକୁ ଠେଲି ହତ୍ୟା କରିଥିଲେ […] The post ଦୁଇ ଶିଶୁଙ୍କୁ କୂଅକୁ ଠେଲି ହତ୍ୟା ଘଟଣା: ମାଆଙ୍କୁ ୮ବର୍ଷ ଓ ବାପାଙ୍କୁ ୫ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ କୋର୍ଟ appeared first on Dharitri Odia News.
ବାଲିଗୁଡା,୧୬।୧:(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା ଅଞ୍ଚଳରେ ୨୦୨୧ ଜୁଲାଇ ୧୭ ତାରିଖ ଦିନ ଏକ ଲୋମହର୍ଷଣକାରୀ ଘଟଣା ଘଟିଥିଲା। ଏହି ମାମଲାର ରାୟ ମଙ୍ଗଳବାର ଆସିଛି। ବାଲିଗୁଡାର ଅତିରିକ୍ତ ଜିଲା ଜଜ ଦିଲ୍ଲୀପ କୁମାର ବିଶାଳ ଏନେଇ ଶୁଣାଣି କରିଛନ୍ତି ।
ପ୍ରକାଶ ଯେ, ସ୍ବାମୀର ପରକୀୟ ପ୍ରୀତିରେ ସ୍ତ୍ରୀ କାଣ୍ଡଜ୍ଞାନ ହରାଇ ଲୋମହର୍ଷଣକାରୀ ଘଟଣା ଘଟାଇଥିଲେ । ଦୁଇ ଶିଶୁଙ୍କୁ କୂଅକୁ ଠେଲି ହତ୍ୟା କରିଥିଲେ ମାଆ ଭାଗ୍ୟ ଲକ୍ଷ୍ମୀ ପାତ୍ର। ସେଥିପାଇଁ ତାଙ୍କୁ ୮ ବର୍ଷ ସଶ୍ରମ କାରାଦଣ୍ଡ ସହ ଦୁଇ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏଥିସହ ସ୍ବାମୀ ଏମ.ରାଜେଶ ପାତ୍ରଙ୍କୁ, ସ୍ତ୍ରୀଙ୍କୁ ନିର୍ଯାତନା ଦେବା ଏବଂ ଆତ୍ମ ହତ୍ୟା କରିବା ପାଇଁ ବାଧ୍ୟ କରାଇବା ଅଭିଯୋଗରେ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ କୋଡିଏ ହଜାର ଟଙ୍କା ଜରିମାନା ହୋଇଛି । ନଅ ବର୍ଷର ଝିଅ ବୈଷ୍ଣବୀ ଏବଂ ଚାରି ବର୍ଷର ପୁଅ ଯୁବରାଜଙ୍କୁ କୂଅରେ ପକାଇ ହତ୍ୟା କରିବା ଘଟଣାରେ ଭାଗ୍ୟଲକ୍ଷ୍ମୀ ପାତ୍ରଙ୍କ ଭାଇର ଅଭିଯୋଗକୁ ଭିତ୍ତି କରି ରାଇକିଆ ଥାନା କେଶ ନଂ. ୭୧/୨୧ରେ ଭାଗ୍ୟଲକ୍ଷ୍ମୀ ଓ ଏମ. ରାଜେଶଙ୍କୁ ଗିରଫ କରିଥିଲା ପୋଲିସ ।
The post ଦୁଇ ଶିଶୁଙ୍କୁ କୂଅକୁ ଠେଲି ହତ୍ୟା ଘଟଣା: ମାଆଙ୍କୁ ୮ବର୍ଷ ଓ ବାପାଙ୍କୁ ୫ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ କୋର୍ଟ appeared first on Dharitri Odia News.